ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୯

ଗୁରୁ । ସୋରା ନାନା ଔଷଧରେ ମିଶଇ ପୁଣି ଅନେକ ଶିଳ୍ପ କର୍ମରେଇ ଲାଗଇ । ପୁଣି ଭକ୍ଷ କଞ୍ଚା ମାଂସାଦି ଦରସିଝା ସଡା ନୋହିବାର୍ଥେ ପଙ୍ଗା ଲବଣର ସଙ୍ଗେ ମିଶାଇ କଞ୍ଚା ମାଂସ ଆଷ୍ଟକୁ ଲେପନ କରନ୍ତି । ଆଉ ଯୁଦ୍ଧ ସମୟରେ ସୋରାରେ ଅନେକ ପ୍ରୟୋଜନ ହୁଅଇ ଦେଖ, ସେ ସୋରାରୁ ବାରୁଦ ପ୍ରସ୍ତୁତ ହୁଅଇ ।

ଶିଷ୍ୟ । ଏବେ ଆମ୍ଭକୁ ଅନୁଗ୍ରହ କରି ଧାତୁମୟ ପ୍ରଧାନ ଲବଣର ବୃତ୍ତାନ୍ତ ବୋଲୁନ୍ତୁ ।

ଗୁରୁ । ଧାତୁମୟ ଲବଣର ମଧ୍ୟରେ ପ୍ରଧାନ ତୁତିୟା । ସେ ତୁତିୟା ନୀଳ, ପୀତ, ଶୁକ୍ଳବର୍ଣ୍ଣ ଭେଦରେ ତିନି ପ୍ରକାର ହୁଅଇ । ନୀଳ ତୃତୀୟାରେ ବଡ ପକ୍ଷିର ପକ୍ଷ ଓ ଶିକାରୀ ବନ୍ଧୁକ ପୁଣି ଚାହା ଖାଇବାର ପାତ୍ର ଭଙ୍ଗ କରନ୍ତି । ପୁଣି ପୀତ ତୁତୀୟାରେ କାଳୀ ପ୍ରସ୍ତୁତ କରନ୍ତି ପୁଣି ବନାତ କିଅବା ଟୋପିର ଭଙ୍ଗ କରନ୍ତି । ଆଉ ଶ୍ୱେତ ତୁତୀୟାରେ ଔଷଧ ପ୍ରସ୍ତୁତ କରନ୍ତି ଓ ବଢାଇ ଲୋକମାନେ ଆପଣଆମାନଙ୍କର ତୈଳଆଦି କରନ୍ତି । ପୁଣି ତହିଁରେ ଚିରସ୍ଥାୟି ଶ୍ୱେତବର୍ଣ୍ଣ ଏକ ସୁନ୍ଦର ରଙ୍ଗ ପ୍ରସ୍ତୁତ କରନ୍ତି ।

ଶିଷ୍ୟ । ଅକରଜାତ ବହନୀୟ ବସ୍ତୁର ମଧ୍ୟରେ କି ଗଣିତ ହୁଅଇ ?

ଗୁରୁ । ଗନ୍ଧକ, ମୃତ୍ତିକା ତୈଳ, ମୁନ୍ମୟ ଅଙ୍ଗାର, ଝୁଣା, ଇତ୍ୟାଦି ତା ମଧ୍ୟରେ ଗଣିତ ହୁଅଇ ।

ଶିଷ୍ୟ । ଗନ୍ଧକ କି କର୍ମରେ ଲାଗଇ ?

ଗୁରୁ । ବାରୁଦ ପ୍ରସ୍ତୁତ କରିବାକୁ ପୁଣି ବନାତ ଛିତ ଇତ୍ୟାଦିର ରଙ୍ଗ କରିବାକୁ ଇତ୍ୟାଦି ନାନା କର୍ମରେ ଲାଗଇ ପୁଣି ତହିଁରୁ କୌଣସି ଔଷଧଇ ପ୍ରସ୍ତୁତ ହୁଅଇ ।

ଶିଷ୍ୟ । ମୃତ୍ତିକାର ତେଳରେ ପ୍ର୍ୟୋଜନ କି ?

ଗୁରୁ । ପ୍ରୟୋଜନ ଅଛି । ପାରସୀ ଲୋକମାନେ ଶରୀରର