ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୮୦

ସୁସ୍ଥତାର ନିମନ୍ତେ ସେହି ତୈଳ ପାନ କରନ୍ତି । ପୁଣି କୌଣସି ସ୍ଥାନରେ ସାଧାରଣ ତୈଳ ଅଭାବରେ ତହିଁରେ ପ୍ରଦୀପଇ ଜଳାନ୍ତି । ପୁଣି ଆଉ ତୈଳ ମିଶ୍ରିତ କରି ଉତ୍ତମ ଚିକ୍ୱଣକାରି ତୈଳାଦି ପ୍ରସ୍ତୁତ କରନ୍ତି ।

ଶିଷ୍ୟ । ମୁନ୍ମୟ ଅଙ୍ଗାରରେ ପ୍ରୟୋଜନ କି ?

ଗୁରୁ । ଅଗ୍ନିର ନିମନ୍ତେ ତହିଁରେ ବହୁତ ଉପକାର ହୁଅଇ । ଦେଖ, ହିମ ସମୂହ ଦେଶରେ ତାହା ପୋଡନ୍ତି । ପୁଣି ତାହା ବିନୁ ସେମାନଙ୍କର ରକ୍ଷ୍ୟ ଦ୍ରବ୍ୟ ପାକ ପୁଣି ଅନେକ ଶିଳ୍ପ କର୍ମ ସମ୍ପୁର୍ଣ୍ଣ ନୁଅଇ ପୁଣି ଶୀତକାଳରେ ତାହା ବିନୁ ଶୀତ ନିବାରଣ ନୁଅଇ ।

ଶିଷ୍ୟ । ଅବଧାନ, ଝୁଣାର କି କିଛି ମୂଲ୍ୟ ଅଛି ?

ଗୁରୁ । ହାଁ, କେତେ ଝୁଣଆର ମୂଲ୍ୟ ଅଛି । ଅନେକ ଦେଶରେ ସେ ଝୁଣା ରୋଧ ନାମରେ ପ୍ରସିଦ୍ଧ ତହିଁରେ ଅନେକ କର୍ମ ନିର୍ବାହ ହୁଅଇ ।

ଶିଷ୍ୟ । ଏବେ ଆପଣ ଅନୁଗ୍ରହ କରି ଚତୁର୍ଥ ଜାତିର ଅର୍ଥାତ ଧାତୁର ବିଷୟ ପୁଣି ତାହାର ମଧ୍ୟରେ କେତେ ବର୍ଗ ଅଛି ତାହା ବୋଲୁନ୍ତୁ ।

ଗୁରୁ । ପିଟା ଯୋଗ୍ୟ ଓ ଅପିଟା ଯୋଗ୍ୟରେ ଧାତୁର ଦୁଇ ବର୍ଗ ଅଛି ।

ଶିଷ୍ୟ । ପିଟାଯୋଗ୍ୟ ବର୍ଗର ମଧ୍ୟରେ କି ଧାତୁ ଅଛି ?

ଗୁରୁ । ସ୍ୱର୍ଣ୍ଣ, ପ୍ଲାଟୀନା, ଋପା, ତମ୍ବା, ଲୋହା, ଶୀଷା, ଇତ୍ୟାଦି ଏହି ବର୍ଗର ମଧ୍ୟରେ ଅଛି । ଏହି ସମସ୍ତ ଧାତୁ ହାତୁଡିର ଆଘାତରେ ଭଗ୍ନ ନୁହନ୍ତି ଏହିନିମନ୍ତେ ଏମାନଙ୍କୁ ପିଟାଯୋଗ୍ୟ ବୋଲନ୍ତି ।

ଶିଷ୍ୟ । ଏହାର ମଧ୍ୟରେ ସର୍ବଦା ଅତ୍ୟନ୍ତ ପ୍ରୟୋଜନ ଯୋଗ୍ୟ କେଉଁ ଧାତୁ ?

ଗୁରୁ । ଲୋହା ଯେହେତୁ ଦେଖ ସୁବର୍ଣ୍ଣରେ ଲୋହାର ବିକ୍ରୀ