ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୮୧

ହେଲେଇ ଲୋହାର କର୍ମ ସୁବର୍ଣ୍ଣରେ ସିଦ୍ଧ ନ ହୁଅଇ । ଅର୍ଥାତ ଲୋହାଠାରୁ ସୁବର୍ଣ୍ଣ କଠିଣ ନୋହିବାରୁ ତହିଁରେ ଲଙ୍ଗଳ କିବା ନଙ୍ଗର ନିର୍ମାଣ କଲେ ସେ ବୃଥା ହୁଅଇ । ସଂକ୍ଷେପରେ ଏମନ୍ତ କହିବାକୁ ପାରି ଯେ ଲୋହା ବିନୁ ଆମ୍ଭମାନଙ୍କର କୌଣସି ବସ୍ତୁଇ ନିର୍ମାଣ ହେବାକୁ ନ ପାରଇ ଏନିମନ୍ତେ ସମସ୍ତ ଧାତୁଠାରୁ ଲୋହାରେ ଅନେକ ଉପକାର ଅଛି ।

ଶିଷ୍ୟ । ଅପିଟା ବର୍ଗର ମଧ୍ୟରେ କି ଧାତୁ ଅଛି ?

ଗୁରୁ । ସପ୍ତଦଶ ପ୍ରକାର ଧାତୁ ଅଛି । ତାହାର ମଧ୍ୟରେ ଏଦେଶରେ କେବଳ ହରିତାଳ ପୁଣି ଅଞ୍ଜନ ଏହି ଦୁଇ ପ୍ରକାର ଧାତୁ ଅତି ପ୍ରସିଦ୍ଧ ଅଛି ସେ ସମସ୍ତ ଧାତୁ ହାତୁଡିର ଆଘାତରେ ଭାଙ୍ଗଇ ଏହିନିମନ୍ତେ ଏମାନଙ୍କୁ ପିଟା ଧାତୁ ବୋଲନ୍ତି ।

ଶିଷ୍ୟ । ଏହି ଦୁଇରୁ ଉପକାର କି ?

ଗୁରୁ । ହରିତାଳ ଏକପ୍ରକାର ବିଷ ତଥାଚ ନାନା ଔଷଧରେ ଓ ଅନେକ ଶିଳ୍ପକର୍ମରେ ଲାଗଇ । ପୁଣି ଅଞ୍ଜନରେ ଛାପାର ଅକ୍ଷର ପୁଣି ନାନା ଜାତିର ଔଷଧ ପୁଣି ନୟନର କଜ୍ୱଳ ଇତ୍ୟାଦି ପ୍ରସ୍ତୁତ ହୁଅଇ । ମାତ୍ର ଏଥିରେ ଏହି କଥାବାର୍ତ୍ତା ସମାପ୍ତି କରିବାକୁ ହେବ ।

ଶିଷ୍ୟ । ହେ ଅବଧାନ, ପରମେଶ୍ୱର ମନୁଷ୍ୟମାନଙ୍କର ପ୍ରାଣ ରକ୍ଷାର ଓ ଆନନ୍ଦ କରିବାର ନିମନ୍ତେ ଯେ ସବୁ ଉତ୍ତମ ବସ୍ତୁ ସୃଷ୍ଟି କରିଛନ୍ତି ତାହାର ବିଷୟରେ ଯେତେ ବିବେଚନା କରୁଅଛୁ ତେତିକି ଆଶ୍ଚର୍ଯ୍ୟ ବୋଧ ହେଉଅଛି । ମାତ୍ର ବିଶେଷ ସ୍ଥାନରେ ବିଶେଷ ଦ୍ରବ୍ୟ ଜନ୍ମଇ କିପାଁଇ ?

ଗୁରୁ । ଯେବେ ସବୁ ଦେଶରେ ସବୁ ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହୁଅନ୍ତା ତେବେ ଦୂର ଦେଶୀୟମାନଙ୍କର ମଧ୍ୟରେ ପ୍ରାୟ କୌଣସି ବ୍ୟବହାର ନ ହୁଅନ୍ତା । ମାତ୍ର ସମସ୍ତ ଦେଶରେ ଯେ ବସ୍ତୁ ଉତ୍ପନ୍ନ