ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୬

ଚର୍ବଣର ନିମନ୍ତେ ଏମନ୍ତ ନୋହେ ବାକ୍ୟ ଉଚ୍ଚାରଣରେ ଅତ୍ୟନ୍ତ ଉପକାରୀ ହୁଅଇ । ଯେହେତୁ ବହୁ ଦନ୍ତହୀନ ଜନର ବାକ୍ୟ ଶୁଦ୍ଧଋପେ ଉଚ୍ଚାରିତ ନୁହଇ । ପୁଣି ବାକ୍ୟ ଉଚ୍ଚାରଣରେ ଓଷ୍ଠାଧର ଉପକାରକ ଅଟନ୍ତି ଏନିମନ୍ତେ କୌଣସି ୨ ଅକ୍ଷରକୁ ଓଷ୍ଠ୍ୟବର୍ଣ୍ଣ ବୋଲନ୍ତି ।

ଶିଷ୍ୟ । ଗଳାର ବିଷୟରେ ଆପଣ କି କୌଣସି କଥା ବୋଲିବ ?

ଗୁଋ । ଗଳାର ମଧ୍ୟରେ ରନ୍ଧ୍ରଯୁକ୍ତ ଏକ ନଳୀ ଅଛି ତହିଁରେ ଆମ୍ଭେମାନେ ନିଶ୍ୱାସ ତ୍ୟାଗ କରି । ଆଉ ଯେ ନଳୀରେ ଖାଦ୍ୟ ବସ୍ତୁ ଉଦରେ ପ୍ରବେଶ ହୁଅଇ ସେ ନଳୀ ଏହି ନଳୀର ପଛଭାଗରେ ଥାୟେ ।

ଶିଷ୍ୟ । ଭଲା ଅବଧାନ, ଖାଦ୍ୟଦ୍ରବ୍ୟ କି ଆଉ ନଳୀର ଭିତରେ ପତିବାର ଆଶଙ୍କା ନୋହେ ?

ଗୁଋ । ତୁମ୍ଭର ଯେ ଏମନ୍ତ ଆଶଙ୍କା ହୁଅଇ ଏଥିରେ ଆମ୍ଭେ ଆଶ୍ଚର୍ଯ୍ୱଜ୍ଞାନ ନ କରି ଯେଣୁ ସମସ୍ତର ଏମନ୍ତ ବୋଧ ହେବାକୁ ପାରଇ । ପୁଣି ତା ମଧ୍ୟରେ ଅନ୍ନ ପ୍ରବେଶ ହେବାରେ କିଛି ବାଧା ଅଛି ଯେହେତୁ ଜିହ୍ୱାର ମୂଳରେ ଖଣ୍ଡେ ଚର୍ମ୍ମ ବିଶେଷ ଥିବାରୁ ଯେ ସମୟ ଆମ୍ଭମାନଙ୍କର ଖାଦ୍ୟ ଗଳାରେ ପ୍ରବେଶ ହୁଅଇ ସେ କାଳେ ସେ ଚର୍ମ୍ମ ନଳୀ ଉପରେ ବିସ୍ତାରିତ ହୁଅଇ । ଯେମନ୍ତ ଲୋକମାନେ ପୁଲର ଉପରେ ଗମନ କରନ୍ତି ସେଋପେ ଖାଦ୍ୟ ବସ୍ତୁ ସେ ଚର୍ମ୍ମର ଉପର ଦେଇ ଉଦରକୁ ଯାୟେ ।

ଶିଷ୍ୟ । ଭୋଜନ କାଳରେ କେବେ ୨ ଆମ୍ଭମାନଙ୍କର ଯେ ପୀଡା ଲାଗଇ ତାହାର କାରଣ କି ?

ଗୁଋ । ଯେ ସମୟରେ ଅନ୍ନ କଣିକା ନଳୀର ମଧ୍ୟରେ ପଡଇ ସେ କାଳରେ କ୍ଳେଶଦାୟକ ହୁଅଇ । ଅର୍ଥାତ୍ ମୁଖର ମଧ୍ୟରେ ଗ୍ରାସ ରଖି ଯେବେ ହାସ୍ୟ କିଅବା କଥାବାର୍ତ୍ତା କରି ତେବେ ବିଷମ