ଲାଗିବାକୁ ପାରଇ ନୋହିଲେ ସାମାନ୍ୟ ଭୋଜନରେ ନୁହଇ । ଗଳାର ମଧ୍ୟରେ ଅନେକ ସନ୍ଧିସ୍ଥାନ ଅଛି ତହିଁରେ ଆମ୍ଭେମାନେ ଶରୀର ନ ଚଳାଇ ମସ୍ତକ ଫେରାଇବାକୁ ପାରି । ପୁଣି ଗଳାରେ ଏମନ୍ତ କଠିଣ ଅସ୍ଥି ଅଛି ଯେ ତହିଁରେ ମସ୍ତକ ଠିୟା ହୋଇ ଥାୟେ । ଏନିମନ୍ତେ ଦେଖ, କେମନ୍ତ ଆଶ୍ଚର୍ଯ୍ୱ ପଟୂତାରେ ଗଳା ନିର୍ମିତ ହୋଇଅଛି । ପୁଣି ଏଋପେ ନୋହିଲେ ମନୁଷ୍ୟର ସୋଭା ସୌନ୍ଦର୍ଯ୍ୱର ହାନି ଜନ୍ମନ୍ତା ।
ମସ୍ତକ ଓ ଗଳାଦେଶର ବିଷୟ ସମସ୍ତ କହିଲୁଁ, ଏବେ ଶରୀରର ଆଉ ଭାଗ ବିଷୟ କିଛି କହି । ଗୃହର ମଧ୍ୟରେ ଯେମନ୍ତ ଖମ୍ବ ଥାୟେ ସେହିଋପେ ଶରୀରର ମଧ୍ୟରେ ଏକ ଖଣ୍ଡେ ବଡ ଅସ୍ଥି ଅଛି ପୁଣି ରଜ୍ଜୁର ସଦୃଶ ମାଂସ ଶିର ସମସ୍ତ ବିସ୍ତାରିତ ହୋଇ ଥାୟେ ଆକର୍ଷଣ କରି ସମସ୍ତକୁ ଚଳାୟେ । ଶରୀର ସ୍ଥାୟି ଯେ ରକ୍ତବାହିନୀ ନାଡୀ ସେ ସ୍ୱାସ୍ଥ୍ୟଋପ ନଦୀ ପୁଣି ନିର୍ଝରସ୍ୱଋପ ଜୀବନ ହୋଇଅଛି । ପୁଣି ଅନ୍ତରେ ବଡ ନିର୍ଝର କିଅବା କର୍ମିଷ୍ଠ ଏକ ଯନ୍ତ୍ର ବିଶେଷର ନ୍ୟାୟ ଅନ୍ତଃକରଣ ହୋଇଅଛି ତାହାଠାଋ ରକ୍ତବାହିନୀ ନାଡୀର ଶରୀର ମଧ୍ୟରେ ରକ୍ତ ପ୍ରବେଶ ହୋଇ ପୁନର୍ବାର ରକ୍ତବାହିନୀ ନାଡୀରେ ବାହୁଡି ଆସଇ ଏହିଋପେ ଅନ୍ତଃକରଣସ୍ଥ ନାଡୀରେ ସର୍ବଦା ରକ୍ତ ଚଳୁଅଛି । ଆଉ ହୃଦୟ ମଧ୍ୟରେ ଫୁସ୍ଫୁସି ନାମରେ ଏକ ବସ୍ତୁ ଅଛି ସେ ପ୍ରଥମେ ଉତ୍ତମ ବାୟୁ ଗ୍ରହଣ କରି ରକ୍ତକୁ ଶୀତଳ ଓ ନିର୍ମଳ କରଇ ସେ ବାୟୁର କର୍ମ ସମାପ୍ତ ହେଲେ ଫୁସ୍ଫୁସି ସେହି ଅସାର ବାୟୁ ପରିତ୍ୟାଗ କରଇ ତାହାର ଏହିଋପ ଦୁଇ କର୍ମ । ତାହା ଛଡା ଶରୀର ମଧ୍ୟରେ ଅମାଶୟ ନାମରେ ଏକ କର୍ମଗୃହ ଅଛି ତାହାର ମଧ୍ୟରେ ଶରୀରର ସ୍ୱାସ୍ଥ୍ୟର ନିମନ୍ତେ ସବୁ ପ୍ରୟୋଜନ ବସ୍ତୁ ପ୍ରସ୍ତୁତ ଥାୟେ । ଏହି ପ୍ରକାର ହେବାରେ ଆମ୍ଭମାନଙ୍କର ଶରୀର ଏକ ଗୃହରସ୍ୱଋପ ହୋଇଅଛି ।