ପୃଷ୍ଠା:Panchati Prabandha.pdf/୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଳ୍ପନାର ଶେଷ

ଭାରତ ସରକାର ଆମକୁ,ଏହାର ଲୋକଙ୍କୁ, େଇଥିବା ସୂଚନା ଅନୁଯାୟୀ ‘ମରୁଭୂମି ହେଲା ପ୍ରକମ୍ପିତ ।’

ପାକିସ୍ତାନ ସରକାରର ଉତ୍ତରାନୁଯାୟୀ ‘ପୂରା ପର୍ବତ ସଫେଦ୍ ପାଲଟିଗଲା ।’

ଉପରବେଳା ସୁଦ୍ଧା ପୋଖରାନ୍ରେ ପବନ ଚୁପ୍ ପଡ଼ିସାରିଥିଲା । ଅପରାହ୍ଣ ୩.୪୫ରେ ଟାଇମର୍ ଦ୍ୱାରା ୩ଟି ପରମାଣୁ ବୋମା ଫୁଟାଗଲା । ମାଟି ଗର୍ଭରେ୨୦୦ରୁ ୩୦୦ମିଟର ତଳେ ସୃଷ୍ଟି ହୋଇଥିବା ତାପଥିଲା ଶଲକ୍ଷ ସେଣ୍ଟିଗ୍ରେଡରୁ ଅଧିକ, ଯାହା ସୂର୍ଯ୍ୟର ତାପମାତ୍ରା ସହ ସମାନ । ତତ୍କ୍ଷଣାତ୍ ହଜାର ହଜାର ମହଣ ଓଜନର ପଥର, ପଥର ତ ନୁହେଁ, କୁନି କୁନି ପାହାଡ଼ଟିମାନେ, ଧୂଆଁ ହୋଇଗଲେ । ବିସ୍ଫୋରଣରୁ ସୃଷ୍ଟ ତରଙ୍ଗ ଗୋଟାଏ ଫୁଟ୍ ବଲ୍ ପଡ଼ିଆ ଭଳି ବଡ଼ ମାଟିଗଦାକୁ କେଇ ଫୁଟ୍ ଉପରକୁ ଉଠାଇ ନେଇଗଲା । ଏହା ଦେଖିସାରିଲା ପରେ ଜଣେ ବୈଜ୍ଞାନିକଙ୍କ ମତଥିଲା ଏଇଆ- ‘ମୁଁ ବର୍ତମାନ ଶ୍ରୀକୃଷ୍ଣଙ୍କର ଗୋବର୍ଦ୍ଧନ ଲୀଳାକୁ ବିଶ୍ୱାସ ନକରି ବାଟ ନାହିଁ ।’-ଇଣ୍ଡିଆ ଟୁଡ଼େ(ସାପ୍ତାହିକ ଇଂରାଜୀ ପତ୍ରିକା) ।

ମେ ଊଣେଇଶ ଅଠାନବେ । ଏ ତାରିଖ ଇତିହାସ ବହିରେ ବଡ଼ ବଡ଼ ଅକ୍ଷରରେ ଲେଖାହେବ, ଯଦି ଇତିହାସ ବହି ଲେଖାହୁଏ, ତା’ହେଲେ । ଯଦି ଆମର ଏକ ଭବିଷ୍ୟତ ଥାଏ, ତା’ହେଲେ । ପାରମାଣବିକ ଅସ୍ତ୍ର ବିଷୟରେ କିଛି ବି ନୂଆ କିମ୍ବା ମୌଳିକ କଥା କାହାର ବି କହିବାର ବାକି ନାହିଁ । ପୃଥିବୀର ଅନ୍ୟ ଅନ୍ଚଳରେ ଅନ୍ୟ ଲୋକଙ୍କ ଦ୍ୱାରା,ଯେଉଁମାନେ ଏ ବିଷୟରେ ପ୍ରାଜ୍ଞ, ସବୁକିଛି ଯଥେଷ୍ଟ ପ୍ରାଞ୍ଜଳ ଭାବରେ କୁହାସରିଛି । ମାତ୍ର ଦଳେଇ ଆଇଲେ ମୂଳରୁ ଗାଆ । ଗୋଟାଏ ଫିକ୍ସନ୍ ଲେଖକ ପାଇଁ ପୁଣି ଆଉଥରେ ଗୋଟାଏ ମାମଲା ପାଇଁ ଦଲିଲ୍ ପେସ୍ କରିବା, ଯାହାକୁ କି ବଡ଼ ବଡ଼ ମୁଣ୍ଡ ଲଢ଼ିସାରିଛନ୍ତି,ଲଜ୍ଜାର ବିଷୟ ନିଶ୍ଚୟ ।

ମାତ୍ର ମୁଁ ନିଜକୁ ହୀନିମାନିଆ କରିବା ପାଇଁ ପ୍ରସ୍ତୁତ । ନିଜକୁ ସମ୍ପୂର୍ଣ୍ଣ ଭାବରେ ଲଜ୍ଜିତ କରିବା ପାଇଁ ପ୍ରସ୍ତୁତ । କାରଣ ପରିସ୍ଥିତିର ତାଡ଼ନାରେ ଚୁପ୍ ରହିବାର ମାନେ ଅସହ୍ୟ ଜିନିଷକୁ ସହ୍ୟ କରିବା, ନିଜ ଚୁଲି ନିଆଁକୁ ନିଜ କାନିରେ ସରାଗରେ ବାନ୍ଧିବା । ତେଣୁ ଯେଉଁମାନଙ୍କୁ ନିଜ ମୁହଁ ଖୋଲିବାର ଅଛି, ତାଙ୍କୁ ନିଜର ଚରିତ୍ର ବାଛିବାକୁ

                     ୧୧