ପୃଷ୍ଠା:Panchati Prabandha.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହନୁମାନ ପରି ଡ଼େଇଁବ ଏଠୁ ସେଠିକି । ସବୁକିଛି ଦ।ହ୍ୟ ଜିନିଷ ଜଳିସାରିଲା ପରେ ଆକାଶକୁ ଯେଉଁ ଧୂଆଁ ଉଠିବ, ପୃଥିବୀକୁ କରିବ ଅସୂର୍ଯ୍ୟଂପଶ୍ୟା । ସଂଧ୍ୟା ହେବ ପୃଥିବୀର ବାସ । ଦିନ ହେବନାହିଁ । ଏକ ରାତି ହେବ ସପତ ରାତି । ତାପମାତ୍ରା ହିମବିନ୍ଦୁରୁ ତଳକୁ ଖସିଆସିବ । ପାରମାଣବିକ ଶୀତର ରାଜୁତି ଆରମ୍ଭ ହେବ । ପାଣି ବଦଳିଯିବ ବିଷାକ୍ତ ବରଫରେ । ତେଜସ୍କ୍ରିୟ ବିକିରଣ ପୃଥିବୀର ଚମ ଭେଦି ଭୂତଳ ଜଳରାଶିକୁ କରିବ ବିଷାକ୍ତ । ସମସ୍ତ ଜୀବ, ଗଛ, ମାଛ, ପଶୁ, ପକ୍ଷୀ ଜୀବନ ଛାଡ଼ିବେ । ବାକିରହିବେ କେବଳ ମୂଷା ଆଉ ଅସରପା, ବଂଶବୃଦ୍ଧିରେ ପ୍ରତିଯୋଗିତା କରିବା ପାଇଁ ନିକୁଛିଆ ମଣିଷମାନଙ୍କ ସହିତ, ବାକି ରହିଯାଇଥିବା ସାମାନ୍ୟ ଖାଦ୍ୟ ପାଇଁ ।

ଆମେ ଯେଉଁମାନେ ପ୍ରାଣ ଧରି ବାକି ରହି ଯାଇଥିବା, କରିବା କ’ଣ? ଅନ୍ଧ ଏବଂ ଦଗ୍ଧ, ରୋଗଗ୍ରସ୍ତ, ଲୋମବିହୀନ ମଣିଷମାନେ, ଆମ ପିଲାଙ୍କର କର୍କଟଗ୍ରସ୍ତ ଶବ ବୋହି ବୋହି ଯିବା କୁଆଡ଼େ? ଖାଇବା କ’ଣ, ପିଇବା କ’ଣ, ନିଶ୍ୱାସ ନେବା କିପରି?

ବି.ଏ.ଆର୍.ସି. ବମ୍ବେର ‘ସ୍ୱାସ୍ଥ୍ୟ, ପରିବେଶ ଓ ସୁରକ୍ଷା ବିଭାଘର ବିଭାଗୀୟ ମୁଖ୍ୟଙ୍କର ଗୋଟିଏ ଅପୂର୍ବ ଯୋଜନା ଅଛି । ପାୟୋନିଅର୍ ରେ ଏପ୍ରିଲ ୨୪,୧୯୯୮ରେ ବାହାରିଥିବା ତାଙ୍କ ସାକ୍ଷାତକାର ଅନୁସାରେ ଭାରତ ଅତି ସହଜରେ ଗୋଟାଏ ପରମାଣୁ ଯୁଦ୍ଧରେ ରକ୍ଷା ପାଇଯିବ । ତାଙ୍କ ଉପଦେଶ ହେଲା ଯଦି କେବେ ବି ପାରମାଣବିକ ଯୁଦ୍ଧ ହୁଏ ତାହାହେଲେ ଆମେ ଖାଲି ପାରମାଣବିକ ବିଜୁଳିଖାନାରେ ଦୁର୍ଘଟଣା ସମୟରେ ବ୍ୟବହୃତ ସୁରକ୍ଷା ଉପାୟ ବ୍ୟବହାର କରି ନିରାପଦ ରହିପାରିବା ।

‘ଆୟୋଡିନ୍ ବଟିକା ଖାଅ । ନହେଲେ ଘରେ କବାଟ କିଳି ରୁହ । ଆଗରୁ ରଖିଥିବା ପାଣି ଓ ଖାଦ୍ୟ ସେବନ କର । କ୍ଷୀର ନଖାଇଲେ ଭଲ; ଶିଶୁମାନଙ୍କୁ ଗୁଣ୍ଡ ଦୁଗ୍ଧ ଦେଲେ ଆହୁରି ଉତ୍ତମ । ଯଦି ସମ୍ଭବ ଭୂତଳ ଘରକୁ ଯାଅ ।’

ଏପ୍ରକାରର ବଦ୍ଧ ପାଗଳାମିକୁ ନେଇ ମଣିଷ କରିବ କ’ଣ? ଗୋଟାଏ ସୁସ୍ଥ ମଣିଷ ଗୋଟାଏ ପାଗଳଖାନାରେ କ’ଣ କରିବ ଯଦି ଡାକ୍ତରତକ ସବୁ ନିଜେ ପାଗଳ?

ସେମାନେ ତୁମକୁ କହିବେ, ‘ଆଡେଇ ଯା’, କାନ ବନ୍ଦକର । ଏଗୁଡ଼ା ଖାଲି ଗୋଟାଏ ଔପନ୍ୟାସିକର ପିଲାଳିଆମି । ସବୁ ଡମ୍ଫା ଗାଲୁଆମି ନ ହେଲେ ନକଲି ମାଳିକା ବିଚାର । ଏମିତି କଥା କେବେ ହେବ ନା କ’ଣ? ଯୁଦ୍ଧ ଫୁଦ୍ଧ କିଛି ହବନି । ପାରମାଣବିକ ଅସ୍ତ୍ର ଶାନ୍ତି ଆଣେ, ଯୁଦ୍ଧ ନୁହେଁ ।’ ନିଜକୁ ଗୃଧ୍ର ବୋଲି ଚିହ୍ନାଉଥିବା ଲୋକଙ୍କ ପାଇଁ ‘ଡିଟରେନ୍ସ୍’ ନୂଆ ମନ୍ତ୍ର (ଏ ପକ୍ଷୀମାନେ ଅତି ସୁଧାର । ଚହଟ ଚିକ୍କଣ । ଚଇନି ଫିଟ୍, ଖାଦକ । ଦୁର୍ଭାଗ୍ୟର ବିଷୟ କି ଏମାନଙ୍କ ମଧ୍ୟରୁ ବି କେହି ପକ୍ଷୀ ବାକି ନଥିବେ ଯୁଦ୍ଧ ପରେ । ସମସ୍ତେ ଲୋପ ପାଇ ସାରିଥିବେ । ଆମ ସମସ୍ତଙ୍କୁ ‘ଲୋପ’ ଶବ୍ଦଟି ସହିତ ହେହସୁହା ହେବାକୁ ପଡ଼ିବ)

ଡିଟରେନ୍ସ୍ ଗୋଟାଏ ପୁରୁଣା, ମରହଟ୍ଟିଆ ତତ୍ୱ । ହେଲେ ମଢ଼ ଜୀବନପାଇ ଉଠିଲାପରି ଏ ତତ୍ୱ ଦେଶୀ ମସଲା ଖାଇ ଆଉଥରେ ଗୋଡ଼ହାତ ଛିଂଚାଡି଼ଲାଣି । ଡିଟରେନ୍ସ୍ ତତ୍ୱର ନାଁ ଡାକ ଏଇଥିପାଇଁ ଯେ କୁଆଡ଼େ ଡିଟରେନ୍ସ୍ ହିଁ ଶୀତଳଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧରେ

                          ୧୩