ପୃଷ୍ଠା:Piyusa Prabah (RC Acharya, 1935) opt.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପୀୟୂଷ-ପ୍ରବାହ

ସ୍ନେହଲୀଳ ପିତା

ଆଜି ପୂର୍ଣିମା ରାତ୍ରି, ଆକାଶ ମଣ୍ଡଳରେ ପୂର୍ଣ୍ଣଚନ୍ଦ୍ର ସମୁଦିତ । ଗତ କାଲି
ଭୀଷଣ ଓୟାଟାର୍ଲୁ ଯୁଦ୍ଧର ଅବସାନ ହୋଇଅଛି। ଯୁଦ୍ଧକ୍ଷେତ୍ରରେ ଲକ୍ଷ୍ୟାଧିକ
ନରଶବ ପତିତ, ରୁଧିର ତରଙ୍ଗରେ ଭୂତଳ ରକ୍ତମାଳାର ଧାରଣ
କରିଅଛି।

ନିଶାଗମରେ ଚତୁର୍ଦିଗରୁ ଦଳେ ଦଳେ ଦସ୍ୟୁ ଆସି ସମର
କ୍ଷେତ୍ରରେ ଉପସ୍ଥିତ ହେଲେ । ଏମାନଙ୍କ କାର୍ଯ୍ୟ ମୃତ ସୈନିକଗଣଙ୍କର
ମୋଷଣ । ବ୍ୟବସାୟଟି ସାମାନ୍ୟ ଲାଭଜନକ ନୁହେଁ । ସୈନିକମାନଙ୍କ
ନିକଟରେ ରହେ ମାସର ଦରମା,ଟଙ୍କା, ଅସ୍ତ୍ର ଶସ୍ତ୍ର, ମୂଲ୍ୟବାନ୍ ପରିଚ୍ଛଦ,
ଚେନ ଘଡି, କ୍ୱଚିତ ବା ହୀରକ ମୁଦ୍ରିକା । ଓୟାଟାର୍ଲ ର ତିନି ମାଇଲ
ବ୍ୟାପୀ ଯୂଦ୍ଧକ୍ଷେତ୍ରେ ଆଜି କୋଟି ମୁଦ୍ରା ବିଲୀର୍ଣ ରହିଅଛି । ବାରଣ
କରିବାକୁ କେହି ନାହିଁ- ଯେଉଁମାନଙ୍କର ଧନ ସେମାନେ ଚିର ନିଦ୍ରାରେ
ଅଭିଭୂତ । ସେ ଯେତେ ପାରିଲା ନେଲା ।