ସୀତାଙ୍କ ବିବରଣ
ତନ୍ମଧ୍ୟରେ ଏବଂ ଲକ୍ଷ୍ମଣ ବାହାରେ ଅଛନ୍ତି । ଶ୍ରୀରାମ ଦର୍ଶନରେ ଭରତ ଗଳବସ୍ତ୍ର ହୋଇ ତାଙ୍କ ପଦାନତ ହେଲେ । ରାମ ତାଙ୍କୁ ଉଠାଇ ଆଲିଙ୍ଗନ କଲେ । ଅନନ୍ତର ଭରତ ରାମଙ୍କ ଚରଣ ଧାରଣ ପୂର୍ବକ କହିଲେ, ଆପଣ କାହା ବାକ୍ୟରେ ରାଜ୍ୟ ତ୍ୟାଗ କରି ବନକୁ ଆସିଅଛନ୍ତି । ବାମା ଜାତିଙ୍କର ବାମା ବୁଦ୍ଧିଲ ସେମାନଙ୍କ କଥାରେ କିଏ କେଉଁଠାରେ ରାଜ୍ୟ ତ୍ୟାଗ କରେ ବା ଦେଶନ୍ତରକୁ ଯାଏ । ମାତା ଯେଉଁ ଅପରାଧ କରିଅଛନ୍ତି ସେ ଅପରାଧ ଆମ୍ଭର, ତାହା ମାର୍ଜ୍ଜନା କରି ଦେଶକୁ ଚାଲ, ଆପଣ ଅଯୋଧ୍ୟାର ଭୂଷଣ, ଆପଣଙ୍କ ବିନା ଅଯୋଧ୍ୟା ଅନ୍ଧକାର । ରାମ କହିଲେ ଭରତ, ତୁମ୍ଭେ ପଣ୍ତିତ ହୋଇ କାହିଁକି ବିମାତାଙ୍କ ଅନୁଯୋଗ କର; ଆମ୍ଭେ ପିତୃ ଆଜ୍ଞାରେ ବନବାସ ଆସିଅଛୁ; ବିମାତାଙ୍କର କିଛି ମାତ୍ର ଦୋଷ ନାହିଁ । ଇହା କହି ରାମ ପିତାଙ୍କ କୁଶଳାଦି ପଚାରିଲେ ସେଠାଋ ବଶିଷ୍ଠ ମୁନି ତାଙ୍କର ମୃତ୍ୟୁ ସମ୍ବାଦ ଜ୍ଞାପନ କଲେ । ରାମ ପିତାଙ୍କ ମୃତ୍ୟୁ ସମ୍ବାଦରେ ଉଚ୍ଚୈଃସ୍ୱରରେ କ୍ରନ୍ଦନ କଲେ, ଏବଂ ଲକ୍ଷ୍ମଣ ଓ ସୀତାସୁଦ୍ଧା ରୋଦନ କଲେ । ପରେ ବଶିଷ୍ଠ ମୁନିଙ୍କ ବିଧାନାନୁସାରେ ତିନି ଦିନ ଅଶୌଚ ଗ୍ରହଣାନନ୍ତର ରାମ ପିତୃ ଶ୍ରାଦ୍ଧାଦି କଲେ । ତଦନନ୍ତର ଭରତଙ୍କୁ ନାନା ପ୍ରକାର ବୁଝାଇ କହିଲେ ଅଯୋଧ୍ୟା ନଗର ଶୂନ୍ୟ ହୋଇ ଅଛି; କୌଣସି ଦିନ କୌଣସି ଶତ୍ରୁ ଆସି ରାଜ୍ୟ ନଷ୍ଟ କରିବ; ଅତଏବ ତୁମ୍ଭେ ଯାଇ ରାଜ୍ୟ ଶାସନ ଓ ପ୍ରଜା ପାଳନ କର । ଶତୁର୍ଦ୍ଦଶ ବର୍ଷ ଗତ ପ୍ରାୟ; ତାହାବାଦ ସମସ୍ତେ ପୁନର୍ବାର ଏକତ୍ର ହେବା । ଭରତ କହିଲେ ସିଂହର ଭାର ଶୃଗାଳ କି କେତେବେଳେ ବହନ କରି ପାରେ ? ନାହିଁ, ଆମ୍ଭେ କି ପ୍ରକାରେ ରାଜ୍ୟ ଶାସନ କରିବୁଁ । ମାତ୍ର ଯେବେ ଏକାନ୍ତ ଗୃହକୁ ନ ଯିବ ତେବେ ଆମ୍ଭଙ୍କୁ ଆପଣଙ୍କ ଚରଣ ଚିହ୍ନ ପାଦୁକା ପ୍ରଦାନ କଋନ୍ତୁ, ଆମ୍ଭେ ତାହା ସିଂହାସନରେ ସ୍ଥାପନ କରି ଆପଣଙ୍କ ନାମରେ ରାଜ୍ୟ କରିବୁ, ଯେବେ ତାହା ନ କରନ୍ତି ତେବେ ଆମ୍ଭେସୁଦ୍ଧା ଆପଣଙ୍କ ସଙ୍ଗେ ବନ ପ୍ରବାସ କରିବୁଁ । ଏକଥା ଶୁଣି ରାମ ତାଙ୍କୁ ଆପଣର ପାଦୁକା ପ୍ରଦାନ କଲେ । ଭରତ ସେଇ ପାଦୁକା ମସ୍ତକରେ ଘେନି ଆପଣା ତାହା ସିଂହାସନରେ ସ୍ଥାପନପୂର୍ବକ ସେଥିରେ ଦଣ୍ତ ----।
ଭରତଙ୍କ ଗମନାନ୍ତେ କିଛି ଦିନ ପରେ -- ଏଠାରେ ଥିଲେ ଭରତ ପୁନର୍ବାର ନେବାକୁ ଆସିବେ, ଅତଏବ ଏ ସ୍ଥାନରେ ଅବସ୍ଥିତି କରିବା ଉଚିତ ନୁହେ, ଅନ୍ୟ ସ୍ଥାନକୁ ଚାଲ । ଏହି ଆଶଙ୍କାରେ ରାମ ଲକ୍ଷ୍ମଣ