ସିତାଙ୍କ ବିବରଣ
ଏହି କଥା X X X ରାକ୍ଷସୀ ଅତିଶୟ ଆନନ୍ଦିତା ହେଲା। ପରେ ଯଥା କାଳରେ ତାହାର ତିନି ଗୋଟି ପୁତ୍ର ହେଲେ। ଜ୍ୟେଷ୍ଠ ରାବଣ, ତାହାର ଦଶ ମୁଣ୍ତ, ବିଂଶତି ହସ୍ତ ଓ ବିଂଶତି ଚକ୍ଷୁ। ଦ୍ୱିତୀୟ କୁମ୍ଭକର୍ଣ୍ଣ, ତାହାର ପ୍ରକାଣ୍ତ ଶରୀର । ତୃତୀୟ ସର୍ବଗୁଣବିଶିଷ୍ଟ ବିଭୀଷଣ । ରାବଣ ଅତ୍ୟନ୍ତ ବଳବାନ୍ ଓ ଦିଗ୍ବିଜୟୀ ହେଲେ । କୁମ୍ଭକର୍ଣ୍ଣ ଅତ୍ୟନ୍ତ ଅଳସ; ଅହରହ ନିଦ୍ରା ଯାନ୍ତି । ବିଭୀଷଣ ପରମ ଧାର୍ମିକ ଥିଲେ ଏବଂ ସ୍ୱଜାତିର ନ୍ୟାୟ ନରହିଂସା ବା ଅନ୍ୟ ମନ୍ଦକର୍ମ କରନ୍ତି ନାହିଁ ।
ରାବଣ କ୍ରମେ କ୍ରମେ ଅନେକ ଦେଶ ଜୟ କଲେ ଏବଂ ଆପେ ବାହୁବଳରେ ଲଙ୍କା ଅଧିକାର କଲେ । ତବ୍ବାଦ କ୍ରମେ କ୍ରମେ ରାବଣଙ୍କର ଅନେକ ପରିବାର ହେଲେ । ତାଙ୍କ ଦୋର୍ଦ୍ଦଣ୍ତ ପ୍ରତାପରେ ମେଦିନୀ କମ୍ପମାନ ହେଲା । ରାମାୟଣରେ ଇହାସୁଦ୍ଧା ଲେଖାଅଛି ଯେ ତାଙ୍କ ଭୟରେ ଦେବତାମାନେ ତାଙ୍କର ଆଜ୍ଞାକାରୀ ହୋଇଥିଲେ ।
ଏହି ରାବଣର ସୂର୍ପନଖାନାମ୍ନୀ ଏକ ସହୋଦରା ଥିଲା । ଯେ ଅନେକ ନିଶାଚର ସମଭିବ୍ୟାହାରରେ ଅରଣ୍ୟ ଭ୍ରମଣ କଋ କଋ ପଞ୍ଚବଟୀ ବନରେ ରାମ ଓ ଲକ୍ଷ୍ମଣଙ୍କର ଭୁବନମୋହନଋପ ଲାବଣ୍ୟ ଦର୍ଶନରେ ମୋହିତା ହୋଇ ପରମ ରମଣୀୟ ବେଶରେ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ଆପଣା ପ୍ରଖର ସ୍ମର ରୋଗର ସାନ୍ତ୍ୱନାର୍ଥ ରାମଙ୍କର ଶରଣାଗତ ହେଲା । ରାମ କହିଲେ ଦେଖ ଆମ୍ଭର ଧର୍ମପତ୍ନୀ ସଙ୍ଗେ ଅଛି, ଅତଏବ ଆମ୍ଭେ ତୁମ୍ଭର କାମନା ସିଦ୍ଧ କରିବାକୁ ଅକ୍ଷମ । ରାକ୍ଷସୀ ଏହି କଥାରେ ଲକ୍ଷ୍ମଣଙ୍କ ନିକଟରେ ସେହିଋପେ ପ୍ରାର୍ଥନା କଲା । ଲକ୍ଷ୍ମଣ କହିଲେ ଆମ୍ଭେ ତପସ୍ୱୀ ଆମ୍ଭ କର୍ତ୍ତୃକ ତୁମ୍ଭର ମନସ୍କାମନା ପୂର୍ଣ୍ଣ ହୋଇ ପାରିବ ନାହିଁ । ରାମ ଲକ୍ଷ୍ମଣ ଦୁହେଁ ଏହିଋପେ ନିରାଶ କଲାଋ ସୂର୍ପନଖା ବିବେଚନା କଲା କି ସୀତାଙ୍କ ସକାଶେ ଆମ୍ଭର କାର୍ଯ୍ୟ ସିଦ୍ଧ ହେଲା ନାହିଁ । ଅତଏବ ବଦନ ବ୍ୟାଦାନ କରି ତାଙ୍କୁ ଗ୍ରାସ କରିବାକୁ ଉଦ୍ୟତ ହେଲା । ସେଥିରେ ଲକ୍ଷ୍ମଣ ସୀତାଙ୍କୁ ରକ୍ଷା କରି ତୀକ୍ଷଣ ଅସ୍ତ୍ର ଦ୍ୱାରା ତାହାର ନାସିକା ଓ କର୍ଣ୍ଣ ଚ୍ଛେଦନ କଲେ । ସୂର୍ପନଖା ସେଇ କ୍ରୋଧରେ ଆପଣା ସମଭିବ୍ୟାହାରି ରାକ୍ଷସ ସେନା ଘେନି ଯୁଦ୍ଧ ଆରମ୍ଭ କଲା । ମାତ୍ର ରାମ ସେଇ ରାକ୍ଷସଗଣଙ୍କର ନିଧନ କଲେ । ତହିଁରେ ସୂର୍ପନଖା ଆହୁରି ମନଃ ପୀଡ଼ା ପାଇ ସ୍ୱୀୟ ସହୋଦର ରାବଣ ନିକଟକୁ ଯାଇ ଏହିଋପେ କହିଲା