ସୀତାନ୍କ ବିବରଣ
ସେ ରାଜା ଦଶରଥନ୍କ ପୁଚ୍ର ରାମ ଭାର୍ଯ୍ୟା ସହିତ ବନକୁ ଦେଖିଲୁଁଁ ଯେ ତାନ୍କର ପତ୍ନୀ ସୀତା ଅତି ରୂପବତୀ ପାତାଳରେ ତତ୍ତୁଲ୍ୟ ସୁନ୍ଦରୀ ସ୍ତ୍ରୀ ନାହିଁ । ଅତଏବ ଆଣିବାକୁ ଯତ୍ନ କଋଥିଲୁଁ । ତହିଁରେ ରାମ ଆମ୍ଭର ନାସିକା ଚ୍ଛେଦନ କରି ଦେଇଅଛନ୍ତି ।
ରାବଣ ସୁର୍ପନଖାର ଦୁର୍ଦଶା, ବିଶେଷତଃ ସୀତାଙ୍କ ଋପର ବୃତ୍ତାନ୍ତ ଶ୍ରବଣ କରି ସୀତା ହରଣାଭିଳାଷୀ ହୋଇ ବିବେଚନା କଲେ, କି ରାମ ଓ ଲକ୍ଷ୍ମଣ ସର୍ବଦା ସୀତାଙ୍କୁ ରକ୍ଷା କରନ୍ତି, ଅତଏବ କୌଶଳ ଦ୍ୱାରା ତାଙ୍କୁ ହରଣ କରିବାକୁ ହେବ । ମନେ ମନେ ଏହି ସ୍ଥିର କରି ମାରୀଚ ନାମକ ରାକ୍ଷସକୁ ଡ଼ାକି କହିଲେ, ହେ ମାରୀଚ ସୀତା ହରଣ ବିଷୟରେ ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ହେବ ତୁମ୍ଭେ କୌଣସି କୌଶଳରେ ରାମ ଲକ୍ଷ୍ମଣଙ୍କୁ ବନକୁ ଭୁଲାଇ ଘେନି ଯିବ, ଆମ୍ଭେ ତପସ୍ୱି ବେଶରେ ସୀତାଙ୍କୁ ଘେନି ଆସିବୁଁ । ଏହି କର୍ମ କଲେ ତୁମ୍ଭଙ୍କୁ ଯଥୋଚିତ ପୁରସ୍କାର ଦେବୁଁ । ମାରୀଚ କହିଲା ମହାରାଜ, ରାମ ଅତ୍ୟନ୍ତ ବୀର, ବାଲ୍ୟକାଳରେ ଯେତେବେଳେ ଯଜ୍ଞ ନାଶ କରିବାକୁ ଯାଇଥିଲୁଁ, ତେତେବେଳେ ସେ ଯେଋପ ବାଣ କ୍ଷେପଣ କରନ୍ତି ସେଥିରେ ଆମ୍ଭେମାନେ ଅନ୍ଧକାର ଦେଖିଥିଲୁଁ । ଏତେବେଳେ ତାଙ୍କର ଯୌବନାବସ୍ଥା ସୁତରାଂ ଅଧିକ ବଳ ଓ ଶକ୍ତି ହୋଇଅଛି; ଅତଏବ ଆମ୍ଭ ଦ୍ୱାରା ଏ କର୍ମସାଧନ ହେବ ନାହିଁ । ରାବଣ କହିଲେ, କି ଆମ୍ଭର ବାକ୍ୟ ଅବହେଳା କର, ଏହି କଥା କହି ତାକୁ ବିନାଶ କରିବାକୁ ଉଦ୍ୟତ ହେଲେ । ମାରୀଚ କି କରେ, ରାବଣ ମାଇଲେ ସୁଦ୍ଧା ମରିବ ଓ ରାମ ମାଇଲେ ମଧ୍ୟ ମରିବ ଏହି ବିବେଚନା କରି ସ୍ୱୀକାର କଲା ।
ତଦନନ୍ତର ମାରୀଚ ପଞ୍ଚବଟୀ ବନକୁ ଗମନ କଲା । ରାବଣ ତାହା ପଛେ ପଛେ ଗଲେ । ତବ୍ଦାଦ ରାମ ଯେଉଁ ସ୍ଥାନରେ କୁଟୀର ନିର୍ମାଣ କରି ସୀତାଙ୍କୁ ଘେନି କରି ଥିଲେ, ସେହିଠାରେ ମାରୀଚ ମାୟାବିଦ୍ୟା ଦ୍ୱାରା ସ୍ୱର୍ଣ୍ଣ ମୃଗ ହୋଇ ଇତସ୍ତତଃ ଭ୍ରମଣ କଲା। ସୀତା ସେଇ ସ୍ୱର୍ଣ୍ଣ ମୃଗ ଦର୍ଶନରେ ରାମଙ୍କୁ କହିଲେ, ଯେବେ ସେଇ ମୃଗ ବଧ କରି ଆଣିପାର ତେବେ ତାହା ଚର୍ମ ବିଛାଇ କୁଟୀର ମଧ୍ୟରେ ବସିବା । ରାମଚନ୍ଦ୍ର ସୀତାଙ୍କ ପରିତୋଷାର୍ଥେ ଲକ୍ଷ୍ମଣଙ୍କୁ ତାଙ୍କ ରକ୍ଷାର୍ଥ ନିଯୁକ୍ତ କରି ମାୟା ମୃଗକୁ ଧରିବା ଲାଗି ଗମନ କଲେ । ମାତ୍ର ମୃଗ ତାଙ୍କୁ ଦେଖି ପଳାଇଲା । ଏହିଋପେ ମୃଗର ପଶ୍ଚାଦ୍ଗାମୀ ହେଲେ, ମାତ୍ର କୌଣସିଋପେ ଧରି