ଧର୍ମ ବିଷୟ
ତୁମ୍ଭେ ବାହାରକୁ ଆସି ଆମ୍ଭଙ୍କୁ ଭିକ୍ଷା ଦିଅ । ସୀତା କହିଲେ ଆମ୍ଭେ ରେଖାଋ ବାହାର ହେବୁ ନାହିଁ; ତୁମ୍ଭେ ଏହିଠାଋ ଭିକ୍ଷା ଉଠାଇ ନିଅ । ଏଥିରେ ବ୍ରହ୍ମଚାରି ବେଶୀ ରାବଣ କହିଲେ ଯେବେ ତୁମ୍ଭେ ବାହାରକୁ ଆସି ଭିକ୍ଷା ନ ଦେବ ତେବେ ଆମ୍ଭେ ତୁମ୍ଭ ଉପରେ କୋପ କରିବୁଁ । ତେତେବେଳେ ସୀତା କି କରନ୍ତି, ବ୍ରହ୍ମଶାପ ଶଙ୍କାରେ ଅବହେଳ ନ କରି ଗଣ୍ତୀରଋ ବାହାର ହୋଇ ଭିକ୍ଷା --- ଯେଋପେ ବାହାର ହୋଇଅଛନ୍ତି ସେହିଋପେ ରାବଣ -- ହସ୍ତ ଧାରଣ କଲେ । ସୀତା କହିଲେ ଆରେ ପାପିଷ୍ଠ ! ତୋହର -- ତୁ ଆମ୍ଭର ଅଙ୍ଗ ସ୍ପର୍ଶ କର ନା । ରାବଣ କହିଲେ ସୀତେ, ତୁମ୍ଭେ ଆମ୍ଭଙ୍କୁ ଚିହ୍ନି ପାଋନା, ଆମ୍ଭେ ଦଶମୁଣ୍ତ ରାବଣ; ଆମ୍ଭ ପ୍ରତି ତୁମ୍ଭେ ଅନୁକୁଳ ହୁଅ । ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ରାଜ୍ୟରେ ରାଜ୍ୟେଶ୍ୱରୀ କରିବୁ, ଏବଂ ଇନ୍ଦ୍ରଙ୍କ ଅମରାବତୀ ଅପେକ୍ଷା ଆମ୍ଭର ଯେଉଁ ଉତ୍ତମ ପୁରୀ ଅଛି ସେଠାରେ ତୁମ୍ଭଙ୍କୁ ରଖିବୁଁ । ଆମ୍ଭର ଯେତେ ରାଣୀ ଅଛନ୍ତି ସେ ସବୁ ତୁମ୍ଭର ଦାସୀ ହୋଇ ସେବା କରିବେ, ତୁମ୍ବେ ସେମାନଙ୍କୁ ଅନ୍ନ ଦେଲେ ସେମାନେ ଅନ୍ନ ପାଇବେ । ଆଉ ତୁମ୍ଭଙ୍କୁ ସ୍ୱର୍ଣ୍ଣ, ମଣି ମାଣିକ୍ୟରେ ଭୂଷିତ କରିବୁଁ । ଅତଏବ ତୁମ୍ଭେ ବନେ ବନେ ଭ୍ରମଣ କରି କାହିଁକି ରାମଙ୍କ ସେବାରେ ଜନ୍ମ ବିଫଳ କଋଅଛ, ଆସ ଆମ୍ଭ ସେବାରେ ପରମ ସୁଖରେ ରହିବ ।
୩ । ଧର୍ମ ବିଷୟ
ଅର୍ଥାଃ ପାଦରଜୋପମା ଗିରିନଦୀବେଗୋପମଂ ଯୌବନଂ, ଆୟୁଷ୍ୟଂ ଜଳବିମ୍ବଲୋଳଚପଳଂ ଫେନୋପମଂ ଜୀବନଂ ।। ଧର୍ମଂ ଯୋ ନ କରୋତି ନିନ୍ଦିତମତିଃ ସ୍ୱର୍ଗାର୍ଗଳୋଦ୍ଘାଟନଂ, ପଶ୍ଚାତ୍ତାପଯୁତୋ ଜରାପରିଗତଃ ଶୋକାଗ୍ନିନା ଦହ୍ୟତେ ।।
ଧନସମ୍ପତ୍ତି ଧୃଳିତୁଲ୍ୟ, ପର୍ବତସ୍ଥ ନଦୀ ବେଗର ନ୍ୟାୟ ଯୌବନ, ଜଳ ବିନ୍ଦୁବତ୍ ଆୟୁଚପଳ ଏବଂ ଜୀବନ ଫେନାର ନ୍ୟାୟ, କ୍ଷଣସ୍ଥାୟୀ ସଂସାରର ସମସ୍ତ ପଦାର୍ଥ ଏହିଋପ କ୍ଷଣପରିଣାମୀ ଏବଂ ନଶ୍ୱର ଦେଖି ସୁଦ୍ଧା ଯେଉଁ ଅବୋଧମାନେ ସ୍ୱର୍ଗଦ୍ୱାରର ଅର୍ଗର ଅର୍ଥାତ୍ କିଳଣି ଫିଟାଇବା ଉପାୟ ଯେ ଧର୍ମ ତାହା ଅର୍ଜନ ନ କରନ୍ତି ସେମାନେ ଜରାଗ୍ରସ୍ତ ଓ ବୃଦ୍ଧ ଦଶାକ୍ରାନ୍ତ ହୋଇ ଶୋକାଗ୍ନିରେ ଦଗ୍ଧ ହୁଅନ୍ତି । ପରମ ଦୟାବାନ୍ ଜଗତ୍ ପ୍ରସବିତା ଏହି ସଂସାରରେ ମନୁଷ୍ୟ ଜାତିଙ୍କୁ ପ୍ରାଣି ମଧ୍ୟରେ ଶ୍ରେଷ୍ଠତ୍ୱ ପଦ ଦେଇ ଅଛନ୍ତି ।