ପୃଷ୍ଠା:Prabodha Chandrika (1856).pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧

ଶିଷ୍ୟ:- ଏହି ଦେଶସ୍ଥ ଲୋକର ଧନ ପୂର୍ବ‌ଋ ଏତେ ବୃଦ୍ଧି ହେଉଛି କିପାଇଁ ?
ଗୁରୁ:- କାରଣ ଏହି ଯେ ପୂର୍ବ ରାଜାମାନଙ୍କ ଅମଳରେ ସେମାନେ ପ୍ରଜାମାନଙ୍କର ଉପରେ ନାନା ଲୁଟ୍ ଉପଦ୍ରବ ଇତ୍ୟାଦି ଅନେକ କରୁଥିଲେ ସେ ସକାଶ‌ଋ ପ୍ରାୟ କାହାର ଧନ ସ୍ଥିର ନ ଥିଲା । ପୁଣି ଏହି ସମୟରେ ଇଂରାଜର ଅମଳରେ ସେ ସବୁ ଉତ୍ପାତ ନାହିଁ । ଏ ନିମନ୍ତେ ଦିନ‌କୁଦିନ ଲୋକମାନଙ୍କର ଧନ ବଢ଼ୁଛି ।
ଓଡ଼ିଆ ବ୍ୟାକରଣ - (୧୮୪୭-୪୮) (ବଙ୍ଗଳାରେ ଲେଖାଯାଇଥିବା ପିଅରସନଙ୍କ ବ୍ୟାକରଣ ଅନୁସରଣରେ)
ଓଡ଼ିଶା ମିଶନରେ ଯୋଗଦେବା ପୂର୍ବରୁ ପାଦ୍ରୀମାନେ ଏହି ପୁସ୍ତକ ପଢ଼ି ଓଡ଼ିଆରେ ଦକ୍ଷତା ଅର୍ଜନ କରିଥିବା ବିଷୟ କୁହାଯାଇଛି । କିନ୍ତୁ ଦେଖିବାକୁ ଗଲେ ଇଂରାଜୀ ବାକ୍ୟର ଓଡ଼ିଆ ଅନୁବାଦ ବିକୃତ ଓ ହାସ୍ୟୋଦ୍ଦିପକ ।
"ସେ ଭୂଗୋଳ ବିଦ୍ୟା ବିଷୟରେ ଏକ କିତାବ ରଞ୍ଚିଲେ" । He spoke to us in a kind manner.ଅର୍ଥାତ୍ ସେ ଆମ୍ଭମାନଙ୍କୁ ପ୍ରେମମତେ କ‌ହିଲା, ପୁଣି "She is a dutiful and affectionate chilk." ଅର୍ଥାତ୍ ସେ ଟୋକୀ ବଡ଼ ବାଧ୍ୟ ଓ ପ୍ରେମି ପିଲା ଅଛି ।
ହିତୋପଦେଶ ଏ କଥା ଶୁଣି ହିରଣ୍ୟକ ହୃଷ୍ଟଚିତ୍ତ ଓ ପୁଲକିତ ହୋଇ କ‌ହିଲା, "ସାଧୂ ମିତ୍ର ! ସାଧୂ, ଏତାଦୃଶ ଆଶ୍ରିତ ଲୋକଙ୍କ ସ୍ନେହ ହେତୁଋ ତୁମ୍ଭେ ତ୍ରୈଲୋକ୍ୟ ପ୍ରଭୁ ହେବା ଯୋଗ୍ୟ । ଇହା କ‌ହି ହିରଣ୍ୟକ ସମସ୍ତ କପୋତର ପାଶ ଛେଦନ କରି ଆଉ ସେମାନଙ୍କୁ ସମ୍ମାନ କରି କ‌ହିଲା, ହେ ସଖେ ! ଚିତ୍ରଗ୍ରୀବ, ଏହି ଜାଲରେ ବଦ୍ଧ ହେବାଋ ଦୋଷ ଆଶଙ୍କା କରି ଆପଣାକୁ ଅବଜ୍ଞା କରିବାର ଉଚିତ ନୁହେଁଁ ।" ପୃ (୧୯)
ଏହି କେତେକ ଉଦ୍ଧୃତିରୁ ଆମେ ଦେଖିବା ଯେ କ୍ରମେ ବଙ୍ଗଳା ଭାଷା ପ୍ରଭାବିତ ବିକୃତ ଓଡ଼ିଆ ଭାଷା କ୍ରମେ ଆଧୁନିକ ଓଡ଼ିଆ ଗଦ୍ୟର ରୂପ ଧାରଣ କରିଅଛି- କବିତାରେ ମଧ୍ୟ ସେହିପରି ଆଧୁନିକତାର ଅଭିବ୍ୟକ୍ତି ଫୁଟି ଉଠିଛି । ଯେପରି 'ଓଡ଼ିଆ 'ବ୍ୟାକରଣ'ରେ 'ପଣ୍ଡିତ ଓ ଚଷା' କବିତାର କେତେକ ପଂକ୍ତି ହେଉଛି-