ରକ୍ତ ଚଳିବା ବିଷୟ
ପାରେ ଆଉ ସଙ୍କୁଚିତ ହେଲେ ଅନ୍ତରେ ଥିବା ରକ୍ତ ବଳେ ୨ ବାହାରି ପଡ଼େ, ପୁନର୍ବାର ଶିଥିଳ ହେଲେ ଅନ୍ତଃକରଣ ଫମ୍ପା ଓ ବିସ୍ତାରିତ ହୋଇ ରକ୍ତ ସଂଗ୍ରହକାରି ଶିରା ଦ୍ୱାରା ଆଣି ରକ୍ତ ଗ୍ରହଣ କରେ । ତବ୍ଦାଦ ଦ୍ୱିତୀୟବାର ସଙ୍କୁଚିତ ହୋଇ ବିତରଣକାରି ଶିରା ଦେଇ ରକ୍ତ ବାହାର କରି ପକାଏ ଅର୍ଥାତ୍ ଯେତେ ରକ୍ତ ଗ୍ରହଣ କରିଥିଲା ତେତିକିମାତ୍ର ପୁନର୍ବାର ବାହାର କରେ । ଏହିଋପେ ଘଡ଼ିକ ମଧ୍ୟରେ ଚାରି ହଜାର ଥର ସଙ୍କୁଚିତ ଓ ବିସ୍ତାରିତ ହୋଇ ଅନ୍ତଃକରଣ ଆପଣା କର୍ମ ସାଧନ କରି ଶରୀରର ସର୍ବାଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ଯୋଗାଇ ବଳ ଦିଏ ଆଉ ମାସକୁ ମାସ ଅବିଶ୍ରାମରେ ଶ୍ରମ କରି କ୍ଳାନ୍ତ ହୁଏ ନାହିଁ । ଏହି ସବୁ ଦ୍ୱାରା ଈଶ୍ୱରଙ୍କର ମହାକୌଶଳ ସମ୍ପୂର୍ଣ୍ଣଋପେ ପ୍ରକାଶ ହେଉଅଛି । ଦେଖ ଅନ୍ତଃକରଣଋ ଯେଉଂ ରକ୍ତ ବାହାରେ, ତାହା ପ୍ରଥମେ --- କ୍ରମେ କ୍ରମେ କ୍ଷୁଦ୍ର ଶିରାରେ ପ୍ରବେଶ କରେ; କିନ୍ତୁ ଯେଉଂ --- ଫେରି ଆସେ ସେଇ ରକ୍ତ ପ୍ରଥମେ କ୍ଷୁଦ୍ର ୨ ଶିରାରେ ---- ବଡ଼ ଶିରାରେ ପ୍ରବେଶ କରେ । ସୁତରାଂ ରକ୍ତ ବିତରଣକାରୀ ଯେତେ ବଳରେ ଭିଡ଼ ପଡ଼େ, ତେତେ ବଳରେ ସଂଗ୍ରହକାରି ଶିରାରେ ପଡ଼େ ନାହିଁ । ସେଥିରେ ଯେମନ୍ତ ଶରୀରର କୌଣସି ହାନି ଜନ୍ମି ନ ପାରିବ, ଏହି କାରଣ ପରମେଶ୍ୱର ରକ୍ତ ସଂଗ୍ରହକାରି ଶିରା ଅପେକ୍ଷା ରକ୍ତ ବିତରଣକାରି ସକଳ ଶିରାକୁ ଅଧିକ ସ୍ଥଳ ଓ ଶକ୍ତ କରିଅଛନ୍ତି । ରକ୍ତ ବିତରଣକାରି ଓ ରକ୍ତ ସଂଗ୍ରହକାରି ଏହି ଦୁଇପ୍ରକାର ଶିରା ମଧ୍ୟରେ ଏହି ଏକ ବିଶେଷ ହୁଏ ଏବଂ ପରମେଶ୍ୱରଙ୍କ କୌଶଳ ପ୍ରକାଶକାରି ଆହୁରି ଗୋଟାଏ ଭେଦ ଅଛି । ଯେଉଂ ଶିରା ଅନ୍ତଃକରଣଋ ରକ୍ତ ଆଣି ବିତରଣ କରେ ତାହା ଯେବେ ବିନ୍ଧା ଯାଏ ତେବେ ରକ୍ତ ସଂଗ୍ରହକାରି ଅନ୍ୟ ଶିରା ବିନ୍ଧା ଯିବାଋ ତାହାର ବିନ୍ଧା ଯିବାର ଅଧିକ ମନ୍ଦ ହେବ, ଏହି ନିମନ୍ତେ ରକ୍ତ ବିତରଣକାରି ଶିରା ଶକ୍ତ ହୋଇଅଛି ତାହା କେବଳ ନୁହେ ମାତ୍ର ମାଂସପେଶୀ ମଧ୍ୟରେ ଅତି ଗୁପ୍ତ ସ୍ଥାନରେ ସ୍ଥାପିତ ଅଛି, କିମ୍ବା ଅସ୍ଥି ଉପରେ ଖୋଳା କ୍ଷୁଦ୍ର ୨ ଖାତରେ ଗମନ କରେ । ରକ୍ତ ବିତରଣକାରି ଶିରା ରକ୍ଷାର୍ଥେ ପଞ୍ଜରା ଅନ୍ତଃପାର୍ଶ୍ୱରେ ସେଇ ପ୍ରକାର ସାନ ବାଟ ଅଛି ଏବଂ ଯେଉଂ ଅଙ୍ଗୁଳି ସହଜରେ ହାନି ହୋଇପାରେ ତାହାର ଅନ୍ତରସ୍ଥ ଅସ୍ଥିର ପାର୍ଶ୍ୱରେ ତଦ୍ରୂପ ନିମ୍ନପଥ ଅଛି । ତହିଁରେ ରକ୍ତ ବିତରଣକାରି ଶିରା ଏ ପ୍ରକାର ସାବଧାନରେ ରକ୍ଷା ହୁଏ ଯେ ଅଙ୍ଗୁଳୀର ଅସ୍ଥି ପର୍ଯ୍ୟନ୍ତ କାଟିଲେ ସୁଦ୍ଧା ସେହି ଶିରାର କିଛି ହାନି ହୋଇ ପାରେ ନାହିଁ ।