ପୃଷ୍ଠା:Prabodha Chandrika (1856).pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୬ । କଣିକା ସଂଗ୍ରହ

ଜଣେ ଗଣକର ମାହାତ୍ମ୍ୟ । ଏକ ବାଦଶାହ କୌଣସି ଗଣକ‌କୁ ପଚାରିଲେ, "ଆମ୍ଭ ମରଣକାଳ କେତେଦିନ ବାକୀ ଅଛି ?" ଗଣକ ଉତ୍ତର କଲା, "ଦଶବର୍ଷ" । ଏକଥା ଶୁଣି ବାଦଶାହା ଅତିଶୟ ଭାବିତ ଓ ତଦୁପଲକ୍ଷରେ ପୀଡ଼ିତ ହୋଇ ଶ‌ଯ୍ୟାଗତ ହେଲେ । ତ‌ହିଁରେ ଜଣେ ସୁବୁଦ୍ଧି ଅମାତ୍ୟ ଏହି ଦୁର୍ଦୈବର ସଦୁପାୟ କରିବା ଅଭିପ୍ରାୟରେ ସେଇ ଗଣକ‌କୁ ବାଦଶାହଙ୍କ ଛାମୁକୁ ଡ଼ାକି ପଚାରିଲା ; ତୁମ୍ଭ ଜୀବନର ଆଉ କେତେ କାଳ ବାକୀ ଅଛି ? ସେ ଉତ୍ତର କଲା, ବଂଶତି ବର୍ଷ ବାକୀ ଅଛି । ରାଜମନ୍ତ୍ରୀ ତ‌ତ୍‌କ୍ଷଣାତ୍ ତଲବାର ଘେନି ତାହାର ସସ୍ତକ ଚ୍ଛେଦନ କରି କ‌ହିଲା, ମହାରାଜ ଏ ଗଣକର ଗଣନାର ସ୍ଥୈର୍ଯ ଦେଖନ୍ତୁ । -- ରେ ସନ୍ତୁଷ୍ଟ ହୋଇ ମନ୍ତ୍ରିର ବୁଦ୍ଧି କୌଶଳ ପ୍ରଶଂସା -- ବାକ୍ୟରେ ଆସ୍ଥା କଲେ ନାହିଁ ।

ଧର୍ମଶାଳାଠାଋ ରାଜଭବନର ପ୍ରଭେଦ କି ? ଜଣେ ସନ୍ନ୍ୟାସୀ ନାନା ଦେଶରେ ଭ୍ରମଣ କ‌ଋ କ‌ଋ ବାଲ ନାମକ ଏକ ନ‌ଗରରେ ଉପସ୍ଥିତ ହୋଇ ଧର୍ମଶାଲା ବୋଲି ଜଣେ ରାଜାଙ୍କ ପ୍ରାସାଦରେ ପ୍ରବେଶ କଲା; ଆଉ ଇତସ୍ତ‌ତଃ ଅବଲୋକନ କରି ରାଜାଙ୍କ ମହାମୂଲ୍ୟାସନରେ ବସି ବିଶ୍ରାମ କରିଥିଲା । ଏଥି ମଧ୍ୟରେ ରକ୍ଷକମାନେ ତାହାକୁ ଦେଖି ପଚାରିଲେ, ତୁମ୍ଭେ ଏଠାକୁ କାହିଁକି ଆସିଅଛ? ସନ୍ନ୍ୟାସୀ କ‌ହିଲା, ଆମ୍ଭର ଏ ଚଟୀରେ ରାତ୍ରିଯାପନ କରିବାର ଇଚ୍ଛା ଅଛି । ତ‌ହିଁରେ ଚୌକିଦାରମାନେ କ୍ରୋଧରେ ତାହାକୁ କ‌ହିଲେ ଏ ଚଟୀ ନୁହେ, ଏ ରାଜଭବନ । ଏମନ୍ତ ସମୟରେ ରାଜା ନିଜେ ସେ ସ୍ଥାନ ଦେଇ ଯାଉଥିବାଋ ତାକୁ ଦେଖି ହାସ୍ୟ ବଦନରେ ପଚାରିଲେ, ସନ୍ନ୍ୟାସିନ୍, ତୁମ୍ଭେ ଏ ରାଜଭବନ କି ଧର୍ମଶାଳା ବୁଝି ପାରିଲ ନାହିଁ ? ସନ୍ନ୍ୟାସୀ ରାଜାଜ୍ଞା ପ୍ରାପ୍ତ ହୋଇ ପଚାରିଲା, ମହାରାଜ, ଯେତେବେଳେ ଏହି ଗୃହ ପ୍ରଥମରେ ନିର୍ମାଣ ହୋଇଥିଲା, ତ‌ହିଁରେ କିଏ ବାସ କରିଥିଲେ ? ରାଜା କ‌ହିଲେ, ଆମ୍ଭ ପୂର୍ବପୁଋଷମାନେ । ତବ୍ଦାଦ ସନ୍ନ୍ୟାସୀ ପଚାରିଲା, ଶେଷରେ କିଏ ବାସ କରିଥିଲା ? ରାଜା କ‌ହିଲେ, ଆମ୍ଭର ପିତା । ତ‌ହିଁରେ ସନ୍ନ୍ୟାସୀ