ପୃଷ୍ଠା:Prabodha Chandrika (1856).pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଚାର ପତ୍ରିକା

ଘଟଣା ବିଷୟରେ ଯେଉଂ ଯେଉଂ ରିପୋର୍ଟ କରିଥିଲେ ସେଥିର ସତ୍ୟାସତ୍ୟତା ଜାଣିବା କାରଣ ମନ୍ତ୍ରିମାନେ ଏକ ଆଫିସର ବୋର୍ଡ଼ ନିଯୁକ୍ତ କରିବାକୁ ସମ୍ମତ ହୋଇଅଛନ୍ତି ତୁରକ ସେନାପତି ଉମର ପାଶାର ବଦଳରେ ଇସଲାମ ପାଶା ଆସିୟାଖଣ୍ତକୁ ପ୍ରେରିତ ହୋଇଅଛନ୍ତି ।

ଆସିୟାରେ ତୁଋକ ଓ ଋଷମାନେ ସମାନ‌ଋପେ ସାହାଯ୍ୟ ପଇଅଛନ୍ତି ।

ଆମେରିକା ହୌସ ଆବ ରେପ୍ରେଜେଣ୍ଟେଟିବ୍ ଏକ ବକ୍ତା ମନୋନୀତ କରି ଅଛନ୍ତି ଫେବୃଏରି ମାସ ୨ ଦିନରେ ବେକେଂସ ସାହେବ ସେଇ ପଦରେ ନିଯୁକ୍ତ ହୋଇଅଛନ୍ତି ।

ଗବର୍ଣ୍ଣମେଣ୍ଟ ବର୍ତ୍ତମାନ ୫୦ ଲକ୍ଷ ପୌଣ୍ତ ଋଣ‌ଗ୍ରହଣାର୍ଥ ଯେଉଂ ଚାନ୍ଦ ପୁସ୍ତକ ବାହାର କରି ଥିଲେ ସେଥିରେ ଅତି ଶୀଘ୍ର ସ୍ୱାକ୍ଷର ହୋଇଅଛି, ତ‌ତ୍ପରେ ପୁନରାୟ ୩୦ ମିଲିୟନ ଋଣ ଗ୍ରହଣରେ ପ୍ରସ୍ତାବ ଉଠିଅଛି ।