Jump to content

ପୃଷ୍ଠା:Prabodha Chandrika (1856).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ପଣ୍ତିତ ଠାରେ ବପା ପଚାରଇ
ମାକଡ଼ ମାଇଲେ କି ଦୋଷ ହୋଇ ।
ପଣ୍ତିତ କ‌ହିଲେ ଶାସ୍ତ୍ରକୁ ଚାହିଂ
ସେ ପାପ ତୁଳନା ପାପତ ନାହିଂ ।
ଚଷା ନିବେଦିଲା ଏ କି ପଣ୍ତିତ
ମାକଡ଼ ମାଇଲେ ତୁମ୍ଭ ପୁତ୍ରତ ।
ଶୁଣି ପଣ୍ତିତ କ‌ହେ ତଡ଼ବଡ଼
ମାଙ୍କଡ଼ ମାଇଲେ ହୋୟେ ଧୋକଡ଼ ।"

ଏହାର ତାତ୍ପର୍ଯ୍ୟ- 'ଆପଣାର ସଦୃଶ ସବୁର ସୁଖ ଦୁଃଖ ଯେ ଦେଖାଇ ସେ ପଣ୍ତିତ'- ଏ ସବୁ ରଚନାରେ ଅଗାଧ ପାଣ୍ତିତ୍ୟ ନାହିଁ, କିନ୍ତୁ ସରଳ ଓଡ଼ିଆ ଭାଷାରେ ଓଡ଼ିଆ ଗଦ୍ୟ ଓ ପଦ୍ୟର ଅରୁଣୋଦୟ ଘଟିଛି ଏହି ମିଶନାରୀ ସାହିତ୍ୟରେ । ବ‌ହୁ ମିଶନାରୀ ଏହି ସମୟରେ ବ‌ହୁ ଓଡ଼ିଆ ଗ୍ରନ୍ଥ ରଚନା କରିଛନ୍ତି ଓ ସେଗୁଡ଼ିକ ପ୍ରକାଶ ପାଇଛି । କିନ୍ତୁ ୧୮୧୩-୧୮୫୦ ମଧ୍ୟରେ ରେଭେରେଣ୍ତ ଆମସ ସଟନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟକୁ ଦାନ ଅବିସ୍ମରଣୀୟ ହୋଇରହିବ । ସଟନଙ୍କର ବିଭିନ୍ନ ପୁସ୍ତକ ମଧ୍ୟରେ ତାଙ୍କର ଭାଷାର୍ଥଭିଧାନ, ଧର୍ମଗ୍ରନ୍ଥର ବିଭିନ୍ନ ଓଡ଼ିଆ ଅନୁବାଦ, ଶାରୀରିକ ରୋଗର ନିରାକରଣ ଉପାୟ (ନିବନ୍ଧ), ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (୧୮୩୮) ୧ମ ଭାଗ, ପଟନ୍‌ଙ୍କର ଓଡ଼ିଆ ବ୍ୟାକରଣ, ବତ୍ରିଶ ସିଂହାସନ, ଗୀତଗୋବିନ୍ଦ, ଅମରକୋଷ, ଓଡ଼ିଶାର ଇତିହାସ, ନୀତିକଥା, ପଦାର୍ଥ ବିଦ୍ୟାସାର, ଭର୍ଣ୍ଣାକୁଲାର କ୍ଳାସବୁକ ରିଡ଼ର, a narrative of the mission to Orissa 183 । ଏବଂ Orissa and its evangilation (1850 Boston) ଗ୍ରନ୍ଥ ପ୍ରଧାନ । ସଟନ୍ ସାହେବ ଓଡ଼ିଶାରେ ୧୮୨୫ - ୧୮୫୦ ମଧ୍ୟରେ ରହି ଓଡ଼ିଶାର ଶିକ୍ଷା ଓ ସାହିତ୍ୟକୁ ଯେଉଁ ବିରାଟ ଦାନ ଦେଇ ଯାଇଛନ୍ତି ସେଥିପାଇଁ ତାଙ୍କ ନିକଟରେ ଓଡ଼ିଆ ପ୍ରାଦେଶିକ ଭାଷାର ଶିକ୍ଷା କିପରି ଗତି କରିଥିଲା ତାହାର ବିସ୍ତୃତ ଇତିହାସ 'dam's report on Vernacular Education' ଗ୍ରନ୍ଥ ସମୂହରେ ଲିପିବଦ୍ଧ ହୋଇଛି ଓ ସେ ସମସ୍ତ ବିବରଣୀରୁ ଏତିକି ଜଣାପଡ଼େ ଯେ ବଙ୍ଗଳା ଦେଶରେ ଦେଶୀୟ ଭାଷା ଶିକ୍ଷାର ଗତି ଯେପରି କ୍ଷିପ୍ର ବେଗରେ ଗତି କରିଥିଲା, ଓଡ଼ିଶାରେ ସେପରି ହୋଇନାହିଁ ।