ଅଥ ବିଷ୍ଣୁଶର୍ମକର୍ତ୍ତୃକ ହିତୋପଦେଶଃ
ସ୍ୱାଭାବିକ ମିତ୍ରଠାରେ ଲୋକମାନଙ୍କର ଯେତେ ପ୍ରତ୍ୟୟ ହୁଏ, ତେତେ ପ୍ରତ୍ୟୟ ମାତାଠାରେ ହୁଏ ନାହିଁ, ସ୍ତ୍ରୀଠାରେ ହୁଏ ନାହିଁ, ସହୋଦରଠାରେ ହୁଏ ନାହିଁ ଏବଂ ଆପଣା ପୁତ୍ରଠାରେ ସୁଦ୍ଧା ହୁଏ ନାହିଁ । ଇହା ବାରମ୍ବାର ଚିନ୍ତା କରି କହିଲା, ଏ କି ଦୁଦୈବ, ପଣ୍ତିତମାନେ କହିଅଛନ୍ତି । ଯଥା ,
ସ୍ୱକର୍ମସନ୍ତାପବିଚେଷ୍ଟିତାନି, କାଳାନ୍ତରାବର୍ତ୍ତିଶୁଭାଶୁଭାନି । ଇହୈବ ଦୃଷ୍ଟାନି ମୟୈବ ତାନି, ଜନ୍ମାନ୍ତରାଣୀବ ଦଶାନ୍ତରାଣି ।।
ଅନ୍ୟ ସମସ୍ତଙ୍କର ସ୍ୱସ୍ୱ ପରିଶ୍ରମଜନକ କର୍ମର ଶୁଭାଶୁଭ ଫଳାଫଳ ଜନ୍ମାନ୍ତରେ ଫଳେ, କିନ୍ତୁ ଆମ୍ଭେ ସେହି ଜନ୍ମାନ୍ତରସ୍ୱଋପ ଅବସ୍ଥାନ୍ତରକୁ ଇହ କାଳରେ ଦେଖି ପାରିଲୁ । ଅଥବା,
କାୟଃ ସନ୍ନିହିତାପାୟଃ ସମ୍ପଦଃ ପଦମାପଦାଂ । ସମାଗମଃ ସାପଗମଃ ସର୍ବମୁତ୍ପାଦି ଭଙ୍ଗୁରଂ ।।
ଶରୀର ମୃତ୍ୟୁରେ ସଂଲଗ୍ନ; ଏବଂ ସମ୍ପତ୍ତି ବିପତ୍ତିର ସ୍ଥାନ, ଧନାଦିର ସଞ୍ଚୟ ଅପଚୟଯୁକ୍ତ; ଏହି ପ୍ରକାର ଯାବନ୍ତ ଜନ୍ୟ ବସ୍ତୁ ସମସ୍ତ ନଶ୍ୱର ଅଟେ । ପୁନର୍ବାର ବିବେଚନା କରି କହିଲା ।
ଶୋକାରାତିଭୟତ୍ରାଶଂ ପ୍ରୀତିବିଶ୍ରମ୍ଭଭାଜନଂ । କେନ ରତ୍ନମିଦଂ ସୃଷ୍ଟଂ ମିତ୍ରମିତ୍ୟକ୍ଷରଦ୍ଦୟଂ ।।
ଶୋକ ଓ ଶତ୍ରୁଭୟଋ ରକ୍ଷାକର୍ତ୍ତା ଏବଂ ପ୍ରୀତି ଓ ବିଶ୍ୱାସର ପାତ୍ର ମିତ୍ର (ମି।ତ୍ର) ଏହି ଅକ୍ଷୟ ଦ୍ୱୟସ୍ୱଋପ ରତ୍ନ କିଏ ସୃଷ୍ଟି କରିଅଛି ? ଅପର, ମିତ୍ର ପ୍ରୀତିରସାୟନଂ ନୟନୟୋରାନନ୍ଦନଂ ଚେତସଃ , ପାତ୍ରଂ ଯତ୍ସଖ ଦୁଃଖୟୋଃ ସହଭବେନ୍ନିତ୍ରେଣ ଯଦୁର୍ଲଭଂ । ଯେ ଚାନ୍ୟେ ସୃହୃଦଃ ସମୃଦ୍ଧିସମୟେ ଦ୍ରବ୍ୟାଭିଳାଷାକୁଳା, ସ୍ତେ ସର୍ବତ୍ର ମିଳନ୍ତି ତତ୍ତ୍ୱନିକଷଗ୍ରାବା ତୁ ତେଷାଂ ବିପତ୍ ।।
ଯେଉଁ ମିତ୍ର ଚକ୍ଷୁର୍ଦ୍ଦୟର ପ୍ରୀତିଋପରସର ସ୍ଥାନ, ପୁଣି ଚିତ୍ତର ଆନନ୍ଦଜନକ ଓ ସୁଖ ଦୁଃଖର ପାତ୍ର, ସେ ମିତ୍ର ଦୁର୍ଲଭ; ଅନ୍ୟ ଯେଉଁ ଧନାକାଂକ୍ଷି ମିତ୍ର ସେ ସମ୍ପତ୍ତି କାଳରେ ସର୍ବତ୍ର ମିଳେ, ସେମାନଙ୍କ ପରୀକ୍ଷା ନିମନ୍ତେ ବିପତ୍ତି କଷ୍ଟିପଥରସ୍ୱଋପ ଅଟେ ।