ଏହିଋପେ ଅନେକ ବିଳାପ କରି ହିରଣ୍ୟକ ଚିତ୍ରାଙ୍ଗ, ଲଘୁପତନକ ଦୁହିଙ୍କି କହିଲ, ଯାବତ୍ ପର୍ଯ୍ୟନ୍ତ ଏହି ବ୍ୟାଧ ବନଋ ବହିର୍ଗତ ନୋହିବ ସେ ପର୍ଯ୍ୟନ୍ତ ମନ୍ଥରକୁ ମୁକ୍ତ କରିବା ଲାଗି ଯତ୍ନ କର । ସେ ଦୁଂହେ କହିଲେ, ଶୀଘ୍ର ପରାମର୍ଶ କହ । ହିରଣ୍ୟକ ବୋଲୁଅଛି, ଚିତ୍ରାଙ୍ଗ ଜଳ ନିକଟକୁ ଯାଇ ଆପଣାକୁ ମୃତ ଶରୀର ତୁଲ୍ୟ ଦେଖାଉ; ଏବଂ କାକ ତାହା ଉପରେ ବସି ତାକୁ ଥଣ୍ଟରେ ହାଣୁ, ତେବେ ନିଶ୍ଚୟ ଏହି ବ୍ୟାଧ ସେଠାରେ କଚ୍ଛପକୁ ରଖି ମୃଗମାଂସ ନିମନ୍ତେ ଶୀଘ୍ର ଯିବ; ତାହା ପରେ ମନ୍ଥରର ବନ୍ଧନ ମୁଁ ଚ୍ଛେଦନ କରିବି; ବ୍ୟାଧ ନିକଟକୁ ଅଇଲାଋ ତୁମ୍ଭେ ଦୁଇ ଜଣ ପଳାଇବ । ଅନନ୍ତର ଚିତ୍ରାଙ୍ଗ ଓ ଲଘୁପତନକ ଶ୍ରୀଘ୍ର ଯାଇ ସେହିଋପ କଲାଋ ସେହି ଲୁବ୍ଧକ ଶ୍ରାନ୍ତ ହୋଇ ଜଳପାନ କରି ବୃକ୍ଷ ମୂଳରେ ବସି ସେହିଋପ ମୃଗକୁ ଦେଖିଲା । ସେଠାଋ କତା ଘେନି ପ୍ରଫୁଲ୍ଲଚିତ୍ତ ହୋଇ ମୃଗ ନିକଟକୁ ଗଲା; ଏଥିମଧ୍ୟରେ ହିରଣ୍ୟକ ଆସି ମନ୍ଥରର ବନ୍ଧନ ଚ୍ଛେଦନ କଲାଋ ସେ କଚ୍ଛପ ଶୀଘ୍ର ଜଳାଶୟରେ ପ୍ରବେଶ କଲା, ଏବଂ ସେ ହରିଣ ଉକ୍ତ ବ୍ୟାଧକୁ ଆପଣା ନିକଟକୁ ଆସିବାର ଦେଖି ଉଠି ପଳାଇଲା । ଲୁବ୍ଧକ ପ୍ରତ୍ୟାଗତ ହୋଇ ଯେତେବେଳେ ବୃକ୍ଷ ମୂଳକୁ ଅଇଲା, ତେତେବେଳେ କୂର୍ମକୁ ନ ଦେଖି ଭାବନା କଲା, ଆମ୍ଭେ ପରିଣାମଦର୍ଶୀ ନ ହୋଇ କର୍ମ କଲୁଁ । ଅତଏବ ତହିଁର ଉପଯୁକ୍ତ ଫଳ ଘଟିଅଛି, ଯେହେତୁଋ,
ଯୋ ଧ୍ରବାଣି ପରିତ୍ୟଜ୍ୟ ଅଧ୍ରୁଣି ନିଷେବତେ ।
ଧୁବାଣି ତସ୍ୟ ନଶ୍ୟନତି ଅଧ୍ରୁବଂ ନଷ୍ଟମେବ ହି ।
ଯେଉଁ ଲୋକ ନିଶ୍ଚିତ ବିଷୟକୁ ପରିତ୍ୟାଗ କରି ଅନିଶ୍ଚିତ ବିଷୟକୁ ଚେଷ୍ଟାକରେ, ତାହାର ନିଶ୍ଚିତ ବିଷୟ ନଷ୍ଟ ହୁଏ, ଅନିଶ୍ଚିତ ବିଷୟ ମଧ୍ୟ ନଷ୍ଟ ହୁଏ । ଅନନ୍ତର ସେ ବ୍ୟାଧ ଆପଣା ପ୍ରାକ୍ତନବଶଋ ଘରକୁ ଗଲା । ଅତଏବ,
କର୍ତ୍ତବ୍ୟାନି ଚ ମିତ୍ରାଣି ଦୁର୍ଗମାନି ବନାନି ଚ ।
ପଶ୍ୟ କୂର୍ମପତି ର୍ବଦ୍ଧୋ ମୂଷିକେଣ ବିମୋଚିତଃ ।।
ଦୁର୍ଗମ ବନକୁସୁଦ୍ଧା ମିତ୍ର କରିବ; ଦେଖ, ବ୍ୟାଧକର୍ତ୍ତୃକ ବଦ୍ଧ କୃର୍ମଶ୍ରେଷ୍ଠ ମୂଷିକ ଦ୍ୱାରା ମୋଚିତ ହେଲା । ମନ୍ଥର ପ୍ରଭୃତି ସମସ୍ତେ ବିପଦୁତ୍ତୀର୍ଣ୍ଣ ହୋଇ ସ୍ୱସ୍ୱ ସ୍ଥାନକୁ ଯାଇ ଯଥା ସୁଖରେ ରହିଲେ ।
ରାଜକୁମାରମାନେ ଆହ୍ଲାଦଚିତ୍ତରେ ତାହା ସବୁ ଶୁଣିଲେ । ସେମାନେ ସମସ୍ତେ ସୁଖୀ ହୋଇ କହିଲେ, ଆମ୍ଭମାନଙ୍କ ଅଭିଳଷିତ ପୂର୍ଣ୍ଣ ହେଲା ।