Jump to content

ପୃଷ୍ଠା:Prabodha Chandrika (1856).pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଷ୍ଣୁଶର୍ମା କ‌ହିଲେ, ଏହି ପ୍ରସଙ୍ଗରେ ତୁମ୍ଭମାନଙ୍କର ବାଞ୍ଛିତ ସିଦ୍ଧ ହେଲା, ଆହୁରିମଧ୍ୟ ଇହା ହେଉ,

ମିତ୍ରଂ ପ୍ରାପ୍ମୁତ ସଜ୍ଜନା ଜନପଦୈ ଲକ୍ଷ୍ମୀଃ ସମାଲମ୍ବତାଂ,

ଭୂପାଳାଃ ପରପାଳୟନ୍ତୁ ବସୁଧାଂ ଶ‌ଶ୍ୱତ୍ସ୍ୱଧର୍ମେ ସ୍ଥିତାଃ ।

ଆସ୍ତାଂ ମାତସତୁଷ୍ଟୟେ ସୂକୃତିନାଂ ନୀତିର୍ନବୋଢେବ ବଃ,

କଲ୍ୟାଣଂ କୁରୁତାଂ ଜନସ୍ୟ ଭଗବାଂଶ୍ଚନ୍ଦ୍ରାର୍ଦ୍ଧ ଚୂଡାମଣିଃ ।

ହେ ସାଧୁ ଲୋକମାନେ ତୁମ୍ଭେମାନେ ମିତ୍ରକୁ ପାଅ, ଆଉ ସମସ୍ତ ଲୋକମାନେ ସମ୍ପତ୍ତି ପାଉନ୍ତୁ, ପୁନଶ୍ଚ ରାଜାମାନେ ଅନବରତ ସ୍ୱକୀୟ ଧର୍ମରେ ରହି ପୃଥିବୀକି ପ୍ରତିପାଳନ କରନ୍ତୁ; ଏବଂ ନବୋଢା ନାୟିକା ଯେମନ୍ତ ପୁ‌ଋଷ ମନର ସନ୍ତୋଷଜନିକା ହୁଏ; ତେମନ୍ତି ନୀତିବିଦ୍ୟା ସତ୍ପୁଋଷ ଚିତ୍ତର ପରିତୋଷ ନିମନ୍ତେ ହେଉ; ଅଥଚ ପରମେଶ୍ୱର ସକଳ ଲୋକଙ୍କର ମଙ୍ଗଳ କରନ୍ତୁ ।

ଇତି ମିତ୍ରଲାଭ କଥା ସମାପ୍ତ ।

୨ । ସାବିତ୍ରୀବିବରଣ ।

ଇହା ସ୍ଥିର କରି ସାବିତ୍ରୀ ସେଇ ତାମସୀ ଯାମିନୀରେ ଏକାକିକୀ ମୃତ ସ୍ୱାମିର ଶରୀର କ୍ରୋଡ଼ରେ କରି ବସି ରହିଲେ କିୟତ୍କାଳ ପରେ କୃତାନ୍ତ ସ‌ତ୍ୟବାନଙ୍କୁ ଆଣିବା ନିମନ୍ତେ ଦୂତ ପ୍ରେରଣ କଲେ । କିନ୍ତୁ ସେ ଦୂତମାନେ ସାଧ୍ୱୀ ପତିବ୍ରତା ରମଣୀର ବିଗ୍ରହନିଃସୃତ ତେଜଃପୁଞ୍ଜ ଦଶନରେ ସତ୍ୟବାନଙ୍କ ଶବ ନେହାର ଦୂରେ ଥାଉ, ତାହା ସ୍ପର୍ଶସୁଦ୍ଧା କରି ପାରିଲେ ନାହିଁ । ତଦନନ୍ତର ସେମାନେ ପରାଙ୍‌ମୁଖ ହୋଇ କୃତାନ୍ତ ସଦନ‌କୁ ଯାଇ ସବିଶେଷ ନିବେଦନ କଲେ, ସେଠାଋ ଯମ ସ୍ୱୟଂ ଦୂତଗଣ ସମ‌ଭିବ୍ୟାହାରେ ସେଠାରେ ଉପସ୍ଥିତ ହେଲେ । ସାବିତ୍ରୀ ତାଙ୍କୁ ଦର୍ଶନ କରି ପଚାରିଲେ ଆପଣ କିଏ? ଏବଂ କେଉଁଠାଋ ଆଗତ ହେଲ? ଯମ ଉତ୍ତର କଲେ, ଆମ୍ଭେ ଯମରାଜ ତୁମ୍ଭ ସ୍ୱାମି ଦେହ ପରିତ୍ୟାଗ କରି ଦୂରରେ ଦଣ୍ତାୟମାନା ହେଲେ । ସେଠାଋ ଯମଦୂତଗଣ ଯମରାଜାଙ୍କ ଆଜ୍ଞାରେ ସତ୍ୟବାନଙ୍କୁ ବନ୍ଧନ