ପ୍ରବୋଧ ଚନ୍ଦ୍ରିକା (୧୮୫୬)
୧୮୫୦ ମସିହା ପରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ କ୍ରମେ ଅଗ୍ରଗତି ପରିଲକ୍ଷିତ ହୋଇଛି । ୧୮୫୬ ମସିହାରେ କଟକରୁ ପ୍ରକାଶିତ 'ପ୍ରବୋଧ ଚନ୍ଦ୍ରିକା' ଆଧୁନିକ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଏକ ନୂତନ ପଦକ୍ଷେପ । ପ୍ରବୋଧ-ଚନ୍ଦ୍ରିକାର ସମ୍ପାଦକ ଥିଲେ ଉଇଲିୟମ ଲେସି ସାହେବ ଓ ତାହା କଟକ ମିଶନ ପ୍ରେସରୁ ଶ୍ରୀଯୁକ୍ତ ଡବଲିଉ ବୃକ୍ସ ସାହେବଙ୍କ ଦ୍ବାରା ଛପା ହେଉଥିଲା । ପତ୍ରିକା “ପ୍ରବୋଧ ଚନ୍ଦ୍ରିକା ଏବଂ ମାସିକ ସମାଚାର ପତ୍ରିକା' ନାମରେ ପ୍ରକାଶ ପାଉଥିଲା ଓ ତାର ଆଦର୍ଶ ଥିଲା, “ବିଦ୍ଯାଦଦାତି ବିନୟଂ ବିନୟାଦ୍ଜାତି ପାତ୍ରତାଂ' । ପ୍ରାଡ୍ରୋତ୍ତାଜନମାପ୍ନୋତି ଧନାର୍ଦ୍ଧମଂ ତତଃ ସୁଖଂ' । ପ୍ରବୋଧ ଚନ୍ଦ୍ରିକା (କ) ସାହତ୍ଯିକ ପତ୍ରିକା (ଖ) ସମାଚାର ପତ୍ରିକା (ଗ) ମାସିକ ପଞ୍ଜିକା ବା କାଲେଣ୍ଡର ରୁପେ କାର୍ଯ୍ୟ କରୁଥିଲ। । ଏ ପତ୍ରିକା ମିଶନାରୀମାନଙ୍କ ତତ୍ତ୍ବାବଧାନରେ ପ୍ରକାଶ ପାଉଥିଲେ ହେଁ ଏଥିରେ ଖ୍ରୀଷ୍ଟଧର୍ମର କୌଣସି ଗନ୍ଧ ନ ଥିଲା । ଫୋର୍ଟ ଉଇଲିୟମ କଲେଜର ତତ୍କାଳୀନ ପଣ୍ଡିତ ମୃତ୍ୟୁଞ୍ଜୟ ତର୍କାଳଙ୍କାରଙ୍କର ପ୍ରସିଦ୍ଧ ‘ପ୍ରବୋଧ ଚନ୍ଦ୍ରିକା’ର ନାମ ଗ୍ରହଣ କରି ଏ ହେଲା ଓଡ଼ିଶାରେ ପ୍ରଥମ ସାହିତ୍ୟିକ ଓ ସମାଚାର ପତ୍ରିକା । ପ୍ରବୋଧ ଚନ୍ଦ୍ରିକା ବିଷୟରେ ପ୍ରଥମ ପତ୍ର ତାଙ୍କର ସମ୍ପାଦକୀୟରେ ସମ୍ପାଦକ ଲେଖିଛନ୍ତ । ତହିଁରୁ ସେତେବେଳେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ରାଜନୀତିକ ଅବସ୍ଥା କିପରି ଥିଲା, ତାହା ଜଣାଯାଏ । ଏହି ଦୁଷ୍ପ୍ରାପ୍ୟ ସମ୍ପାଦକୀୟରୁ କେତେଗୁଡ଼ିଏ ନିମ୍ନରେ ଦଆଗଲ ।
“ଓଡ଼ିଶା ନାମରେ ବିଖ୍ୟାତ ଏହି ଦେଶ ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ସମୁଦ୍ରକୂଳେ କୂଳେ ଦକ୍ଷିଣରେ ଚିଲିକା ଓ ପଞ୍ଜ ଦେଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଅଛି । ତାହାର ପୂର୍ବସୀମା ବଙ୍ଗୋପସାଗର ଏବଂ ପଶ୍ଚିମ ସୀମା ଗଡ଼ଜାତ । ପୂର୍ବକାଳରେ ଉତ୍କଳ ଦେଶର ସୀମା ଅଧିକ ପ୍ରଶସ୍ତ ଆଉ ରାଜମହେନ୍ଦ୍ର ଓ ବିଜୟନଗର ଏ ଦୁହେଁ ଏ ଦେଶ ରାଜାମାନଙ୍କର ପ୍ରଧାନ ପ୍ରଧାନ ନଗର ମଧ୍ୟରେ ଗଣିତ ଥିଲେ । ଆଉ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତେ ରାଜ୍ୟର ଦକ୍ଷିଣ ସୀମା ବିସ୍ତୃତ ଥିଲା । ମାତ୍ର ଏ ପୁରାତନ ସୀମା ଛାଡ଼ି ଇଦାନୀ° ଯେଉଁ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଅଛୁ ତଦୁପଲକ୍ଷରେ ଏ ଦେଶ ଅତି ବୃହତ୍ ବିଚାରଯୋଗ୍ୟ ଅଟେ । କେବଳ ମୁଗଲବନ୍ଦି ଭିତରେ ଲେକସଂଖ୍ୟା ପନ୍ଦର ଲକ୍ଷରୁ ଅଧିକ ।