କରି ଘେନିଗଲେ। ସାବିତ୍ରୀ ସ୍ୱାମିଙ୍କର ଏତଦ୍ରୁପ ଦୂରବସ୍ଥା ବିଲୋକନରେ ଅତ୍ୟନ୍ତ ଦୁଃଖିତା ହୋଇ ଉଚ୍ଚୈଃସ୍ୱରରେ ରୋଦନ କରି ୨ ତାଙ୍କ ପଛେ ୨ ଗଲେ। ସେଥିରେ ଯମରାଜା ତାଙ୍କୁ ପଚାରିଲେ ବତ୍ସେ! ତୁମ୍ଭେ ଆମ୍ଭ ସଙ୍ଗେ କାହିଂକି ଆସୁଅଛ। ଆମ୍ଭେ କି କରିବୁଂ ତୁମ୍ଭ ସ୍ୱାମିର କାଳପୂର୍ଣ୍ଣ ହୋଇଅଛି; ଏଥି ସକାଶାତ୍ ଆମ୍ଭେ ଇହାଙ୍କୁ ଘେନି ଯାଉଅଛୁଁ। ଅତଏବ ମିଥ୍ୟାଚିନ୍ତା ପରିହାର ପୂର୍ବକ ତୁମ୍ଭେ ଗୃହକୁ ଯାଇ ସ୍ୱାମିର ଉଦ୍ଧାର ପଥର ଚିନ୍ତା କର।
ସାବିତ୍ରୀ କହିଲେ ପ୍ରଭୋ ଆପଣ ଯାହା କହିଲ ଆମ୍ଭେ ସବୁ ଅବଗତ ଅଛୁଁ। ଏହି ସଂସାର ସମୁଦାୟ ମାୟାମୟ। ଏବଂ ଭାଇ, ବନ୍ଧୁ, ସ୍ୱାମୀ ପ୍ରଭୃତି କେହି ଚିର ସ୍ଥାୟୀ ନୁହେ, କାଳକ୍ରମରେ ସମସ୍ତେ କାଳପ୍ରାପ୍ତ ହେବେ। ଆମ୍ଭର ପ୍ରାର୍ଥନା ଏହି ଯେ ଆପଣ ସାକ୍ଷାତ ଧର୍ମ, ଆପଣଙ୍କର ଅସାଧ୍ୟ କିଛିମାତ୍ର ନାହିଁ। ଅତଏବ ସତ୍ୟବାନଙ୍କ ପରିବର୍ତ୍ତରେ ଆମ୍ଭଙ୍କୁ ଗ୍ରହଣ କରି ସତ୍ୟବାନଙ୍କୁ ଜୀବନଦାନ କରନ୍ତୁ। କୃତାନ୍ତ କହିଲେ ପତିବ୍ରତେ ସାବିତ୍ରି! ଆମ୍ଭେ ତୁମ୍ଭ ବାକ୍ୟରେ ତୁଷ୍ଟ ହେଲୁଁ ସତ୍ୟବାନଙ୍କ ଜୀବନ ବ୍ୟତୀତ ତୁମ୍ଭର ଅନ୍ୟ ଯେଉଁ ପ୍ରାର୍ଥନା ଥାଏ ବୋଲ। ସାବିତ୍ରୀ ମନେ ୨ ସ୍ଥିର କଲେ ଆମ୍ଭେ ସତ୍ୟବାନଙ୍କୁ କଦାପି ପରିତ୍ୟାଗ କରିବୁ ନାହିଁ। ତେବେ ଧର୍ମରାଜ ଆମ୍ଭଠାରେ ଅନୁକୁଳ ହୋଇ ଅଛନ୍ତି, ଅତଏବ କି ପ୍ରାର୍ଥନା କରିବା। ପିତା ଅପୁତ୍ରିକ ଅଛନ୍ତି ତାଙ୍କର ବଂଶ ଲୋପ ନୋହିବ ଇହା ପ୍ରାର୍ଥନୀୟ ଅଟେ। ସାବିତ୍ରୀ ମନେ ୨ ଇହା ସବୁ ଚିନ୍ତା କରି ଉତ୍ତର କଲେ; ପ୍ରଭୋ! ଯେବେ ମୋହଠାରେ ସଦୟ ହୋଇ ଅଛନ୍ତି ତେବେ ଆମ୍ଭର ଅପୁତ୍ରିକ ପିତାଙ୍କୁ ପୁତ୍ର ଦାନ କରି ପିତୃକୁଳ ଉଦ୍ଧାର କରନ୍ତୁ।
ଯମରାଜା ସାବିତ୍ରୀଙ୍କ ପ୍ରାର୍ଥନାନୁସାରେ ଅଶ୍ୱପତି ଭୂପତିଙ୍କର ପୁତ୍ର ହେବାର ବର ପ୍ରଦାନ ଅର୍ଥାତ୍ ଯେଋପେ ପୁତ୍ର ହେବ ତହିଁର ମାର୍ଗ କହି ଦେଲେ। ତତ୍ପରେ ପୁନଶ୍ଚ ସାବିତ୍ରୀଙ୍କୁ ଗୃହକୁ ଯିବାଲାଗି ଆଜ୍ଞା କଲେ। ସାବିତ୍ରୀ କହିଲେ ପ୍ରଭୋ! ଆପଣଙ୍କ ସତ୍ସଂସର୍ଗ ପରିତ୍ୟାଗ କରିବାକୁ ଆମ୍ଭର ତିଳାର୍ଦ୍ଧେସୁଦ୍ଧା ବାଞ୍ଛା ହେଉନାହିଁ କାହିଁଙ୍କିନା, ଆପଣଙ୍କ ସହିତ କଥୋପକଥନରେ ଆମ୍ଭେ ସମସ୍ତ ଦୁଃଖ ବିସ୍ମୃତା ହୋଇଅଛୁଁ ଏବଂ ଆପଣଙ୍କ ବ୍ୟତିରେକେ ଏହି ଭବସିନ୍ଧୁ ପାର ହେବାର ଅନ୍ୟ ଉପାୟ ନାହିଁ। ଅତଏବ ଆମ୍ଭେ ଆପଣଙ୍କ ସଙ୍ଗ କଦାପି ତ୍ୟାଗ କରିବୁ ନାହିଁ ଆପଣଙ୍କ ସଙ୍ଗେ ୨ ଯିବୁ, କୃତାନ୍ତ ସାବିତ୍ରୀଙ୍କ ବାକ୍ୟରେ ସନ୍ତୁଷ୍ଟ ହୋଇ ପୁନର୍ବାର ତାଙ୍କୁ କହିଲେ, ସତ୍ୟବାନଙ୍କ ଜୀବନ ବ୍ୟତିରେକେ ଯେବେ ତୁମ୍ଭର