ପୃଷ୍ଠା:Prabodha Chandrika (1856).pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହସ୍ତିର ବିବରଣ

ଆଉ କିଛି ଅଭିଳାଷ ଥାଏ କ‌ହ । ସାବିତ୍ରୀ ଭାବିଲେ, ଶ୍ୱଶୁର ଅନ୍ଧ, ଯେବେ ଏହି ସୁଯୋଗରେ ଆମ୍ଭ ଦ୍ୱାରା ତାଙ୍କର ଅନ୍ଧତ୍ୱ ମୋଚନ ହେବ ତେବେ ତାହା କାହିଁକି ନ କରି । ଇହା ଚିନ୍ତା କରି କ‌ହିଲେ ହେ ଧର୍ମରାଜ! ଆମ୍ଭ ଶ୍ୱଶୁର ଦାମସେନ ଭୂପତିଙ୍କର ଅନ୍ଧତ୍ୱ ଦୂର ହେବାର ଯେବେ କୌଣସି ଉପାୟ ଥାଏ ତାହା କରନ୍ତୁ । ଯମରାଜ ସାବିତ୍ରୀଙ୍କର ଏହି ପ୍ରାର୍ଥନାସୁଦ୍ଧା ପୂର୍ଣ୍ଣ କଲେ, ଅନ୍ଧତ୍ୱ ମୋଚନର ଉପାୟ କ‌ହି ଦେଲେ । ତବ୍ଦାଦ ସେ ପୁନର୍ବାର ସାବିତ୍ରୀଙ୍କୁ କ‌ହିଲେ, ରାତ୍ରି ବ‌ହୁତ ହୋଇଅଛି ତୁମ୍ଭେ ଗୃହକୁ ଫେରି ଯାଅ ।

ଇହା କ‌ହି ଯମରାଜା ପ୍ରସ୍ଥାନ କଲେ । ନୃପତିବାଳା ଗୃହକୁ ନ ଯାଇ ତାଙ୍କ ପଛେ ୨ ଗଲେ । କେତେକ ଦୂର ଗଲାପରେ କୃତାନ୍ତ ପଶ୍ଚାତ୍‌କୁ ଦୃଷ୍ଟି କରି ଦେଖିଲେ ଯେ, ତେବେ ସୁଦ୍ଧା ସାବିତ୍ରୀ ତାଙ୍କ ପଛେ ୨ ଆସୁଅଛନ୍ତି । ସେଥିରେ ତାଙ୍କୁ ପୁନର୍ବାର ନିଷେଧ କଲେ । ସାବିତ୍ରୀ ଉତ୍ତର କଲେ, ଧର୍ମାବତାର ! ଆମ୍ଭର ସଂସାର ବାସନା ନାହିଁ । ପତି କେବଳ ନାରୀର ଜୀବନ ଓ ଭୁଷଣ; ଅତଏବ ସ୍ୱାମୀ ଯେବେ ସଂସାର ତ୍ୟାଗ କଲେ ତେବେ ସଂସାରରେ ଆମ୍ଭର ଆଉ କି ପ୍ରୟୋଜନ । ଆପଣ ଏହି ଆଶୀର୍ବାଦ କରନ୍ତୁ, ଧର୍ମରେ ଆମ୍ଭର ମତି ଥାଉ । କୃତାନ୍ତ ନରେନ୍ଦ୍ରନନ୍ଦିନୀଙ୍କର ନିତାନ୍ତ ବ୍ୟାକୁଳତା ଦେଖି ବାତ୍ସଲ୍ୟ ଭାବରେ ଅଶେଷ‌ଋପେ ଶାନ୍ତ୍ୱନା କଲେ ।