Jump to content

ପୃଷ୍ଠା:Prabodha Chandrika (1856).pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

'ସୁନ୍ଦର ସା' ନାମକ ଜଣେ ବ୍ୟକ୍ତି ହଜାରୀ ବାଗରେ କୟେଦ ଥିଲା ତାକୁ ବିଦ୍ରୋହି ସୈନ୍ୟମାନେ ମୁକ୍ତ କରିଦେବାରୁ ସେ ସମ୍ବଲପୁରଠାରେ ପହୁଞ୍ଚି ରାଜବିଦ୍ରୋହାଚରଣରେ ପ୍ରବୃତ୍ତ ହେବାର ସମ୍ଭାବନା ଅଛି । ଅତଏବ କଟକଠାରୁ ତିନି କମ୍ପନି ଓ ନାଗପୁରଠାଋ ତିନି କମ୍ପନି ସୈନ୍ୟ ସମ୍ବଲପୁରଠାକୁ ଯିବାର ଆଜ୍ଞା ହୋଇଅଛୁ, କଟକ ଜିଲ୍ଲା ମଧରେ ଯେଉଁ ରାଜା ଓ ଜମିଦାର ପ୍ରଭୃତିଙ୍କର ହସ୍ତୀ ଅଛନ୍ତି ସେମାନଙ୍କୁ ଆଜ୍ଞା ହୋଇଅଛି କି, ଯେଉଁ ସ୍ଥାନକୁ ଯେଉଁ ପଲଟଣ ଯିବ ସେହ ସ୍ଥାନକୁ ସେହ ପଲ୍‌ଟଣର ସାମଗ୍ରୀ ବୋହି ନେବା ଲଗି ରାଜା ଓ ଜମିଦାରମାନେ ଆପଣା ଅପଣା ହସ୍ତୀମାନଙ୍କୁ ମଦଦ ଦେବେ ।"

(୧୮୫୭, ଅକ୍ଟବର ସଂଖୟା ‌-ପୃ ୪୯୦ -୪୯୨ )

ସୁତରାଂ ଏଥୁରୁ ଜଣାଯାଏ ଯେ ଊନବିଂଶ ଶତାବ୍ଦୀର ଓଡ଼ିଆ ଭାଷା, ସାହିତ୍ଯ ଓ ସାମ୍ବାଦିକତା କ୍ଷେତ୍ରରେ 'ପ୍ରବୋଧ ଚନ୍ଦ୍ରିକା’ର ଅତୁଳନୀୟ ଦାନ ରହିଛି- ସେକାଳର ଓଡ଼ିଶାର ଶିକ୍ଷା ସଂସ୍କୃତି କ୍ଷେତ୍ରରେ ପ୍ରବୋଧ ଚନ୍ଦ୍ରିକା ଥିଲା ଅନ୍ଧାର ମୁଲକରେ ଏକ ଅତ୍ୟୁଜ୍ଜ୍ୱଳ ସାହିତ୍ୟାଲୋକ । ଆଧୁନିକ ଓଡ଼ିଆ ସାହିତ୍ୟର ଉଷା କାଳରେ ‘ପ୍ରବୋଧ ଚନ୍ଦ୍ରିକା’ର ଆତ୍ମପ୍ରକାଶ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବିଷୟ ।

ଉନବିଂଶ ଶତକର ଓଡ଼ିଆ ପତ୍ରପତ୍ରିକା

ଓଡ଼ିଶାର ପତ୍ରପତ୍ରିକାର ଇତିହାସରେ କୁଜିବର ପତ୍ର ଖ୍ରୀ: ୧୮୪୦ରେ ସୁନ୍ଦରା ବାବାଜି ବା ସାଧୂସୁନ୍ଦର ଦାସ ପ୍ରକାଶ କରିଥଲେ । ଖ୍ରୀ: ୧୮୨୬ରେ ମଧୁସୂନ୍ଦରଙ୍କ ସହିତ ସଟନଙ୍କର ସାକ୍ଷାତ ହୋଇଥିଲ । ଚୌଦ୍ବାର ନିକଟବର୍ତ୍ତୀ କୁଜିବର ମଠର ସାଧୁସୂନ୍ଦର ଦାସ ୧୭୭୫ରେ ଜନ୍ମ ହୋଇଥିଲେ । ରେଭେରେଣ୍ଡ ସି. ଲେସିଙ୍କର ‘ଜ୍ଞାନାଋଣ' (୧୮୪୯) ହେଉଛି, ଦ୍ବିତୀୟ ମିଶନାରୀ ପତ୍ରିକା । ଜ୍ଞାନାଋଣ ପ୍ରକାଶ ପାଇ ସାଙ୍ଗେ ସାଙ୍ଗେ ବନ୍ଦ ହୋଇଗଲା । ହାତଲେଖା ‘କୁଜିବର ପକ୍ଷ' ବା 'ଜ୍ଞାନାଋଣ କେଉଁଠାରେ ଦେଖିବାକୁ ମିଳେ ନାହିଁ ।

ପ୍ରକୃତରେ ଛାପା ସାମୟିକ ସାହିତ୍ୟର ଆରମ୍ଭ ହୁଏ ୧୮୫୫-୫୭ ମସିହାରେ ଓ ଏହାର ସ୍ରଷ୍ଟା ହେଉଛନ୍ତି 'ମିଶନାରୀ ଉଇଲିୟମ୍ ଲେସି | ସେ ୧୮୪୯ ମସିହାରେ ପ୍ରଥମେ 'ଜ୍ଞାନାଋଣ' ପତ୍ରିକାର ପ୍ରକାଶ ପାଇଁ ଚେଷ୍ଟା କରିଥଲେ, କିନ୍ତୁ ତାହାର ପ୍ରକାଶନରେ ବାଧା ସୃଷ୍ଟି ହେବାରୁ ‘ପ୍ରବୋଧ ଚନ୍ଦ୍ରିକା' ନାମକ ମାସିକ ସାହିତ୍ୟିକ ପତ୍ରିକା ୧୮୫୬ ମସିହାରେ କଟକ