ଆଉ ଯେମନ୍ତ ନୀଚଗା ନଦୀ ମନୁଷ୍ୟକୁ ଦୁଷ୍ପ୍ରାପ୍ୟ ଯେ ସମୁଦ୍ର ତାକୁ ପ୍ରାପ୍ତ କରାଇ ଦିଏ, ସେହିପରି ବିଦ୍ୟା ଯେବେ ନୀଚ ଲୋକର ହୁଏ ତେବେ ତାକୁ ଦୁଷ୍ପ୍ରାପ୍ୟ ରାଜାକୁ ପ୍ରାପ୍ତ କରାଏ ଅଥଚ ରାଜାଙ୍କ ସଙ୍ଗେ ମେଳନ ହେତୁରୁ ଉତ୍କଷ୍ଟ ଭାଗ୍ୟକୁସୁଦ୍ଧା ପ୍ରାପ୍ତ କରାଏ ।
ବିଦ୍ୟାଦଦାତି ବିନୟଂ ବିନୟାଦ୍ଜାତି ପାତ୍ରତାଂ ।
ପାତ୍ରତ୍ୱାଦ୍ଧନମାପ୍ନୋତି ଧନାଦ୍ଧର୍ମଂ ତତଃ ସୁଖଂ ।
ବିଦ୍ୟାରୁ ବିନୟ ଜନ୍ମେ, ବିନୟରେ ଯୋଗ୍ୟତା ହୁଏ, ଯୋଗ୍ୟତା ହେତୁରୁ ଧନ ମିଳେ, ଧନ ହେତୁରୁ ଧର୍ମପ୍ରାପ୍ତି ହୁଏ, ଧର୍ମରୁ ସୁଖ ମିଳେ ।
ବିଦ୍ୟା ଶସ୍ତ୍ରଞ୍ଚ ଶାସ୍ତ୍ରଞ୍ଚ ଦ୍ୱେ ବିଦ୍ୟେ ପ୍ରତିପତ୍ତୟେ ।
ଆଦ୍ୟା ହାସ୍ୟାୟ ବୃଦ୍ଧତ୍ୱେ ଦ୍ୱିତୀୟାଦ୍ରିୟତେ ସଦା ।
ଆଉ ଶସ୍ତ୍ର ବିଦ୍ୟା, ଶାସ୍ତ୍ର ବିଦ୍ୟା ଏ ଦୁଇ ବିଦ୍ୟା ପ୍ରତିପତ୍ତି ନିମନ୍ତେ ହୁଏ; ମାତ୍ର ବୃଦ୍ଧାବସ୍ଥାରେ ଶସ୍ତ୍ର ବିଦ୍ୟା ହାସ୍ୟ ଜନକ, ଶାସ୍ତ୍ର ବିଦ୍ୟା ସର୍ବକାଳରେ ଆଦରଣୀୟ ହୁଏ ।
ଯନ୍ମବେ ଭାଜନେ ଲଗ୍ନଃ ସଂସ୍କାରୋ ନାନ୍ୟଥା ଭବେତ୍ ।
କଥାଚ୍ଛଳେନ ବାଳାନାଂ ନୀତିସ୍ତଦିହ କଥ୍ୟତେ ।।
ଅଥଚ ନୂତନ ପାତ୍ରରେ ଯେଉଂ ଚିହ୍ନ ସଂଲଗ୍ନ ହୁଏ ତହିଁର ଅନ୍ୟଥା ହୁଏ ନାହିଁ, ସେ ହେତୁରୁ କଥାଛଳରେ ବାଳକମାନଙ୍କୁ ଏଗ୍ରନ୍ଥ ଦ୍ୱାରା ନୀତିଶୀକ୍ଷା କରାଯାଉଅଛି । ମିତ୍ରଲାଭ, ସୁହୃଭେଦ, ବିଗ୍ରହ, ସନ୍ଧି, ଏହି ଚାରି ଭାଗରେ ବିଭକ୍ତ ଏ ନୀତିଶାସ୍ତ୍ର ପଞ୍ଚତନ୍ତ୍ର ଓ ଅନ୍ୟଗ୍ରନ୍ଥମାନଙ୍କରୁ ସଂଗୃହୀତ ହୋଇ ଲେଖା ଯାଉଅଛି ।
ଭାଗୀରଥୀତୀରରେ ପାଟଳିପୁତ୍ର ନାମରେ ଏକ ନଗର ଅଛି, ସେଠାରେ ସକଳ ରାଜଗୁଣବିଶିଷ୍ଟ ସୁଦର୍ଶନନାମକ ରାଜା ଥିଲେ । ସେ ରାଜା ଏକ ସମୟରେ କାହାରି ଦ୍ୱାରା ପାଠ୍ୟମାନ ଶ୍ଳୋକଦ୍ୱୟ ଶ୍ରବଣ କଲେ; ଯଥା ।
ଅନେକସଂଶୟୋଚ୍ଛେଦି ପରୋକ୍ଷାର୍ଥସ୍ୟ ଦର୍ଶକଂ ।
ସର୍ବସ୍ୟ ଲୋଚନଂ ଶାସ୍ତ୍ରଂ ଯସ୍ୟ ନାସ୍ତ୍ୟନ୍ଧ ଏବସଃ ।
ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମବିବେକତା ।
ଏକୈକମସ୍ୟନର୍ଥାୟ କିମୁତତ୍ର ଚତୁଷ୍ଟୟଂ ।