ବିଷ୍ଣୁଶର୍ମକର୍ତ୍ତୃକ ହିତୋପଦେଶ
ଗୁଣିଗଣଗଣନାରମ୍ଭେ ନ ପତତି କଠିନୀ ସସମ୍ଭ୍ର ମାଦ୍ଯସ୍ୟ । ତେନାମ୍ବା ଯଦି ସୂତିନୀ ବଦ ବନ୍ଧ୍ୟା କୀଦୃଶୀଭବତି ।।
ଗୁଣିସମୂହର ଗଣନାରମ୍ଭବେଳେ ସମ୍ଭ୍ରମରେ ଯାହା ନାମରେ ଖଡ଼ି ନ ପଡ଼େ ସେ ପୁତ୍ର ଦ୍ୱାରା ମାତା ଯେବେ ପୁତ୍ରବତୀ ହୁଏ, ତେବେ କହ, ବନ୍ଧ୍ୟା କେମନ୍ତ ହୁଏ ?
ଦାନେ ତପସି ଶୌର୍ଯେ ଚ ଯସ୍ୟ ନ ପ୍ରଥିତଂ ଯଶଃ । ବିଦ୍ୟାୟାମର୍ଥଲାଭେ ଚ ମାତୁଋଚ୍ଚାର ଏ ବସଃ ।।
ଦାନ, ତପସ୍ୟା, ଶୌର୍ଯ, ବିଦ୍ୟା ଏବଂ ଧନାର୍ଜନରେ ଯାହାର ଉତ୍ତମଋପେ ଯଶ ନ ହୁଏ ସେ ପୁତ୍ର ପୁତ୍ର ନୁହେ, କିନ୍ତୁ ମାତାର ପୁରୀଷମାତ୍ର ଅଟେ ।
ବରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତୈରପି । ଏକଶ୍ଚନ୍ଦ୍ରସ୍ତମୋହନ୍ତି ନ ଚ ତାରା ଗଣୈରପି ।।
ଗୁଣବାନ ଏକ ପୁତ୍ର ଭଲ, ତଥାପି ଶତ ଶତ ମୂର୍ଖ ପୁତ୍ର କିଛି ନୁହନ୍ତି; ଯେମନ୍ତ ଏକ ଚନ୍ଦ୍ର ଅନ୍ଧକାର ନଷ୍ଟ କରେ, ମାତ୍ର ତାରାସମୂହ କିଛି କରି ନ ପାରନ୍ତି । ଏବଂ କୌଣସି ପୁଣ୍ୟତୀର୍ଥରେ ଅତିଦୁଷ୍କର ତପସ୍ୟା ଯେ କରି ଥାଏ, ତାହାର ପୁତ୍ର ବଣ୍ୟ, ଧନବାନ୍, ଧାର୍ମିକ ଓ ପଣ୍ତିତ ହୁଏ । ତାହା ପଣ୍ତିତମାନେ କହି ଅଛନ୍ତି ଯଥା ।
ଅର୍ଥାଗମୋ ନିତ୍ୟମରୋଗିତା ଚ, ପ୍ରିୟାଚ ଭାର୍ଯ୍ୟା ପ୍ରିୟବାଦିନୀ ଚ । ବଶ୍ୟଶ୍ଚ ପୁତ୍ରୋର୍ଥକରୀ ଚ ବିଦ୍ୟା, ଷଡ଼୍ଜୀବ ଲୋକସ୍ୟ ସୁଖାନି ରାଜନ୍ ।
ପ୍ରତିଦିନ ଅର୍ଥର ଆଗମନ, ଅରୋଗିତା, ପ୍ରିୟବାଦିନୀ ପ୍ରିୟା ଭାର୍ଯ୍ୟା, ବଶ୍ୟ ପୁତ୍ର, ଅର୍ଥକାରୀ ବିଦ୍ୟା ଏହି ଛ ସଂସାରରେ ସୁଖଦାୟକ ହୁଏ । ଆଉ ଗୋଲା ଘର ପୂରଣାର୍ଥେ ଯେଉଁ ଆଢ଼ି, ତତ୍ତୁଲ୍ୟ ଅନେକ ପୁତ୍ରରେ କିଏ ଧନ୍ୟ ହୁଏ? କିନ୍ତୁ କୌଳିକ ଧର୍ମାବଲମ୍ବୀ ଏକ ପୁତ୍ରସୁଦ୍ଧା ଭଲ, ଯାହା ଦ୍ୱାରା ପିତା ବିଖ୍ୟାତ ହୁଏ ।
ବର୍ତ୍ତମାନ ଆମ୍ଭର ଏହି ପୁତ୍ରମାନଙ୍କୁ ଗୁଣବନ୍ତ କରାଇବ ଉଚିତ, ଯେହେତୁଋ,