ଯେମନ୍ତ ଏକ ଚକ୍ରରେ ରଥର ଗତି ହୁଏ ନାହିଁ, ସେହିରୁପ ପୁରୁଷାର୍ଥ ବ୍ୟତିରେକେ ଦୈବ ସିଦ୍ଧ ହୁଏ ନାହିଁ ।
ତସ୍ମାତ୍ପୁରୁଷକାରେଣ ଯତ୍ନଂ କୁର୍ଯାଦତନ୍ଦ୍ରିତଃ ।।
ପୂର୍ବ ଜନ୍ମ କୃତକର୍ମକୁ ଦୈବ କୁହାଯାଏ; ସେହି ହେତୁରୁ ନିରାଳସ୍ୟ ହୋଇ ପୁରୁଷାର୍ଥରେ ଯତ୍ନ କରିବ ।
ଦୈବେନ ଦେୟମିତି କାପୁଋଷା ବଦନ୍ତି ।
ଦୈବଂ ନିହତ୍ୟ କୁଋପୌଋଷମାତ୍ମଶକ୍ତ୍ୟା ।
ଉଦ୍ଯୋଗି ପୁଋଷସିଂହକୁ ଲକ୍ଷ୍ମୀ ମିଳନ୍ତି ; ଅଦୃଷ୍ଟ ହେତୁଋ ହୁଏ, ଇହା କାପୁଋଷମାନେ ବୋଲନ୍ତି । ଅତଏବ ଅଦୃଷ୍ଟକୁ ଅନାଦର କରି ଆପଣା ଶକ୍ତ୍ୟନୁସାରେ ପୁରୁଷାର୍ଥ ପ୍ରକାଶ କର; ଯତ୍ନ କଲେ ଯେବେ କାର୍ଯ୍ୟସିଦ୍ଧି ନ ହୁଏ, ତେବେ କି ଦୋଷ ?
ଏବମାତ୍ମକୃତଂ କର୍ମ ମାନବଃ ପ୍ରତିପଦ୍ୟତେ ।
ଯେମନ୍ତ କୁଲାଳ ଘଟଣରାବାଦି ଯାହା ଯାହା ଇଚ୍ଛ କରେ ତାହା ଏକ ମୃତ୍ପିଣ୍ତଋ ନିର୍ମାଣ କରେ, ତେମନ୍ତ ମନୁଷ୍ୟ ଆପଣା କୃତକର୍ମରୁ ନାନା ଫଳପାଏ ।
ନସୂୟଂ ଦେବମାଦତ୍ତେ ପୁଋଷାର୍ଥ ମପେକ୍ଷତେ ।
ସମ୍ମଖରେ କାକତାଳୀୟନ୍ୟାୟ ଅକସ୍ମାତ ପ୍ରାପ୍ତନିଧିକୁ ଦେଖିଲେ ସୁଦ୍ଧା ଦୈବ ଆପେ ଆଣି ଦିଏ ନାହିଁ , କିନ୍ତୁ ପୁଋଷାର୍ଥ ଅପେକ୍ଷା କରେ; ଯେହେତୁଋ
ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଣନ୍ତି ମୁଖେ ମୃଗାଃ ।।
ଉଦ୍ଯୋଗରେ ସବୁ କାର୍ଯ୍ୟ ସିଦ୍ଧ ହୁଏ, ମନୋରଥମାତ୍ରରେ ହୁଏ ନାହିଁ; କାହିଁକି ନା, ସୁପ୍ତସିଂହ ମୁଖରେ ମୃଗମାନେ ଆପେ ଆସି ପ୍ରବେଶ କରନ୍ତି ନାହିଁ ।