Jump to content

ପୃଷ୍ଠା:Prabodha Chandrika (1856).pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମାତା ଶତ୍ରୁଃ ପିତା ବୈରୀ ଯେନ ବାଳୋ ନ ପାଠିତଃ । ନ ଶୋଭତେ ସଭାମଧ୍ୟେ ହଂସମଧ୍ୟେ ବକୋ ଯଥା ।

ଯେଉଁ ପିତା ମାତା ବାଳକ‌କୁ ପାଠ ନ ପଢ଼ାନ୍ତି ସେ ପିତା ମାତା ଶତ୍ରୁ; ସେ ବାଳକ ସଭାମଧ୍ୟରେ ଶୋଭା ପାଏ ନାହିଁ, ଯେମନ୍ତ ହଂସମଧ୍ୟରେ ବକ ।

ଋପ‌ଯୌନବସମ୍ପନ୍ନା ବିଶାଳକୁଳସମ୍ଭବାଃ । ବିଦ୍ୟାହୀନା ନ ଶୋଭନ୍ତେ ନିର୍ଗନ୍ଧା ଇବ କିଂଶୂକାଃ ।।

ଋପ ଓ ଯୌବନରେ ସମ୍ପନ୍ନ ଏବଂ ସତ୍କଳପ୍ରସୂତ ଯେଉଁମାନେ ସେମାନେସୂଦ୍ଧା ବିଦ୍ୟାହୀନ ହେଲେ ଶୋଭା ପାନ୍ତି ନାହିଁ, ଯେମନ୍ତ ଗନ୍ଧହୀନ ପଲାଶପୁଷ୍ପ ।

ଇହା ଚିନ୍ତା କରି ସେ ରାଜା ପଣ୍ତିତସଭା କରାଇଲେ । ଅନନ୍ତର ରାଜା କ‌ହିଲେ, ହେ ପଣ୍ତିତଗଣ, ଆପଣମାନେ ଆମ୍ଭ କଥା ଶ୍ରବଣ କରିବା ହେଉନ୍ତୁ ; ନିତ୍ୟ ବିପଥଗାମି ଓ ଅବିଦିତଶାସ୍ତ୍ର ଯେ ଆମ୍ଭ ପୁତ୍ରମାନେ ସେମାନଙ୍କୁ ବର୍ତ୍ତମାନ ନୀତି ଶାସ୍ତ୍ରୋପଦେଶ ଦ୍ୱାରା ପୁନର୍ଜନ୍ମ କରାଇବାକୁ ସମର୍ଥ ହେବେ, ଏମ‌ନ୍ତ ପଣ୍ତିତ କେହି ଅଛନ୍ତି ? ଯେହେତୁଋ ,

କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ଧୁତିଂ । ତ‌ଥା ସତ୍ସନ୍ନିଧାନେନ ମୂର୍ଖୋ ଯାତି ପ୍ରବୀଣତାଂ ।।

କାଞ୍ଚନ ସଂସର୍ଗରେ କାଚ ଯେମନ୍ତ ମରକତ ମଣିର ଦୀପ୍ତି ଧାରଣ କରେ, ତେମନ୍ତ ପଣ୍ତିତ ସନ୍ନିଧାନରେ ମୂର୍ଖସୁଦ୍ଧା ପ୍ରବୀଣତା ପ୍ରାପ୍ତ ହୁଏ ।

ହୀୟତେ ହି ମତିସ୍ତାତ ହୀନୈଃ ସ‌ହ ସମାଗମାତ୍ । ସମୈଶ୍ଚ ସମତାମେତି ବିଶିଷ୍ଟୈଣ୍ଚବିଶିଷ୍ଟତାଂ ।।

ହୀନ ଲୋକଙ୍କ ସଙ୍ଗ କଲେ ମତି ହୀନହୁଏ, ଏବଂ ସ୍ୱସମାନ ଲୋକଙ୍କ ସ‌ହବାସରେ ମତି ସମତାକୁ ପ୍ରାପ୍ତ ହୁଏ, ଅଥଚ ଉତ୍ତମ ଲୋକଙ୍କ ସଙ୍ଗର ମତି ଉତ୍ତମ ହୁଏ ।

ଏଥି ମଧ୍ୟରେ ବୃହସ୍ପତିତୁଲ୍ୟ ସକଳ ନୀତିଶାସ୍ତ୍ରର ଯଥାର୍ଥଜ୍ଞତା ବିଷ୍ଣଶର୍ମ ନାମରେ ଜଣେ ପଣ୍ତିତ କ‌ହିଲେ, ହେ ମହାରାଜ, ଏହି ରାଜପୁତ୍ରମାନେ ସତ୍କଳପ୍ରସୂତ ଅଟନ୍ତି, ଏହେତୁଋ ଆମ୍ଭେ ସେମାନଙ୍କୁ ନୀତିଶାସ୍ତ୍ର ଗ୍ରହଣ କରାଇ ପାଋଁ; ଯେହେତୁଋ,

ନା ଦ୍ରବ୍ୟେ ନିହିତା କାଚିତ୍କ୍ରିୟା ଫଳବତୀ ଭବେତ୍ । ନ ବ୍ୟାପାରଣତେନାପି ଶୂକବତ୍ପାଠ୍ୟତେ ବକଃ ।।