ବିଷ୍ଣଶର୍ମାକର୍ତ୍ତୃକ ହିତୋପଦେଶ
କୌବସି କ୍ରିୟା ଅସ୍ଥାନପତିତ ହେଲେ ଫଳବତୀ ହୁଏ ନାହିଁ, ଯେମନ୍ତ ନାନା ପ୍ରକାର ଯତ୍ନ ହେଲେହେଁ ବକ ଶୁକପକ୍ଷି ପରି କଦାପି ପଢ଼େ ନାହିଁ ।
ଅସ୍ମିଂସ୍ତୁ ନିର୍ଗୁଣଂ ଗୋତ୍ରେ ନାପତ୍ୟ ମୁପଜାୟତେ । ଆକରେ ପଦ୍ମରାଗାଣାଂ ଜନ୍ମ କାଚମଣେଃ କୁତଃ ।।
ପୁନଶ୍ଚ ଏ ଗୋତ୍ରରେ ନିର୍ଗୁଣ ସନ୍ତାନ ଜନ୍ମେ ନାହିଁ; ଯେହେତୁଋ ପଦ୍ମରାଗମଣି ଆକରରେ କାଚମଣିର ଜନ୍ମ କେଉଁଠାରେ ? ଅତଏବ ଆମ୍ଭେ ଛ ମାସ ମଧ୍ୟରେ ଆପଣଙ୍କ ପୁତ୍ରମାନଙ୍କୁ ନୀତିଶାସ୍ତ୍ରଜ୍ଞ କରିବା ।
ରଜା ପୁନର୍ବାର ବିନୟକରି କହିଲେ, କୀଟୋପି ସୁମନଃସଙ୍ଗାଦାରୋହତି ସତାଂ ଶିରଃ । ଅଶ୍ମାପି ଯାତି ଦେବତ୍ୱଂ ମହଦ୍ଭିଃସୁପ୍ରତିଷ୍ଠିତଃ ।।
ପୁଷ୍ପସହବାସରେ କୀଟସୁଦ୍ଧା ସାଧୁ ଲୋକଙ୍କ ମସ୍ତକରେ ଆରୋହଣ କରେ, ମହତ୍ ଲୋକଙ୍କ ଦ୍ୱାରା ସୁପ୍ରତିଷ୍ଠିତ ହେଲେ ପ୍ରସ୍ତରମଧ୍ୟ ଦେବତା ହୁଏ ।
ଯଥୋଦୟଗିରୌ ଦ୍ରବ୍ୟଂ ସନ୍ନିକର୍ଷେଣ ଦୀପ୍ୟତେ । ତଥା ଯତ୍ସନ୍ନିଧାନେନ ହୀନବର୍ଣ୍ଣୋପି ଦୀପ୍ୟତେ ।
ଯେମନ୍ତ ଉଦୟାଚଳସ୍ଥ ଦ୍ରବ୍ୟ ସୂର୍ଯ୍ୟ ସନ୍ନିଧାନରେ ଦୀପ୍ତି ପାଏ, ତେମନ୍ତ ସତ୍ସନ୍ନିଧାନରେ ହୀନବର୍ଣ୍ଣ ହେଲେହେଁ ଦୀପ୍ତ ହୁଏ । ଆମ୍ଭର ଏହି ପୁତ୍ରଙ୍କୁ ନୀତିଶାସ୍ତ୍ରୋପଦେଶ ନିମନ୍ତେ ଆପଣ ପ୍ରମାଣ ହେଉନ୍ତୁ । ଇହା କହି ସେହିଁ ବିଷ୍ଣଶର୍ମାଙ୍କର ବହୁସମାନପୂର୍ବକ ପୁତ୍ରମାନଙ୍କୁ ତାଙ୍କ ନିକଟରେ ସମର୍ପଣ କଲେ ।
ଅନନ୍ତର ପ୍ରାସାଦ ଉପରେ ସୁଖୋପବିଷ୍ଟ ରାଜପୁତ୍ରମାନଙ୍କ ସମ୍ମଖରେ ପ୍ରସ୍ତାବକ୍ରମରେ ସେହି ପଣ୍ତିତ କହିଲେ, ହେ ରାଜପୁତ୍ରମାନେ ଶ୍ରବଣ କର ।
କାବ୍ୟଶାସ୍ତ୍ର ଆମୋଦରେ ଜ୍ଞାନିମାନଙ୍କର କାଳାଯାପନ ହୁଏ; ବ୍ୟସନ ଅର୍ଥାତ୍ ସ୍ତ୍ରୀ, ଦ୍ୟୂତ, ପାନ, ବୃଥାପ୍ରର୍ଯ୍ୟଟନ, ମୃଗୟା, ଦିବସ ନିଦ୍ରା ଓ କଳହ ଇତ୍ୟାଦିରେ ମୂର୍ଖମାନଙ୍କର କାଳଯାପନ ହୁଏ । ଅତଏବ ତୁମ୍ଭମାନଙ୍କ ଆମୋଦ ନିମନ୍ତେ କାକକୂର୍ମାଦିର ବିଚିତ୍ର କଥା କହିବା । ରାଜପୁତ୍ରମାନେ କହିଲେ, ବୋଲିବା ହେଉ । ବିଷ୍ଣଶର୍ମା କହୁଅଛନ୍ତି, ରାଜପୁତ୍ରମାନେ ଶ୍ରବଣ କର ।