Jump to content

ପୃଷ୍ଠା:Prabodha Chandrika (1856).pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩ । ସୀତାଙ୍କ ବିଚରଣ

୧ - ଭାଗ

ସୀତା ମିଥିଳାଧିପତି ଜନ‌କ ରାଜର୍ଷିଙ୍କ କୁମାରୀ ଥିଲେ । ବାଲ୍ମୀକି ମୂନି ଲେଖିଅଛନ୍ତି ଯେ ଜନ‌କ ରାଜା ପୁତ୍ର କାମନାରେ ଯଜ୍ଞ ଭୂମି ଖୋଳୁଥିଲେ, ଏଥିମଧ୍ୟରେ ଲାଙ୍ଗଳ ଫାଳରେ ଗୋଟାଏ ଅଣ୍ତ ବାହାରିଲା । ରାଜା ସେଥି ମଧ୍ୟରୁ ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସୀତା ଦେଇ ଦୁହିତାର ନ୍ୟାୟ ପ୍ରତିପାଳନ କଲେ ପୁଣି ବିଦ୍ୟା ଶିକ୍ଷା କରାଇଲେ । ଏହି କନ୍ୟା ପରମ ଋପବତୀ ଥିଲେ ପୁଣି କ୍ରମରେ ଗୁଣବତୀସୁଦ୍ଧା ହେଲେ । ତବ୍ଦାଦ ସୀତାଙ୍କର ବିବାହ ସମୟ ହେବାଋ ଜନ‌କ ରାଜା ଆପଣା ମନରେ ଏହି ସ୍ଥିର କଲେ, ଯେ ସର୍ବଗୁଣାନ୍ୱିତ ରାଜକୁମାର ମହାଦେବଙ୍କ ଧନୁର୍ଭଙ୍ଗ କରିବେ ତାଙ୍କୁ ଆମ୍ଭେ ଏହି କନ୍ୟା ସମ୍ପ୍ରଦାନ କରିବା । ଏହିଋପେ ପ୍ରତିଜ୍ଞା କରି ସେ ଦେଶଦେଶାନ୍ତରକୁ ଏହି ସମ୍ବାଦ ପଠାଇଲେ, ଯାହାର ସୀତାଙ୍କୁ ବିବାହ ହେବା ପାଇଁ ଇଚ୍ଛା ଥିବ ସେ ଆସି ଧନୁକୁ ଭଙ୍ଗ କରନ୍ତୁ । ଏହି ସମ୍ବାଦରେ କନ୍ୟା ରତ୍ନ ଲାଭ ଆକାଂକ୍ଷା କରି ଅନେକ ଅନେକ ରାଜପୁତ୍ର ମିଥିଳା ନ‌ଗରକୁ ଆଗମନ କଲେ; ମାତ୍ର ଧନୁକୁ ଭଙ୍ଗ କରି ନ ପାରି ସୀତାଙ୍କ ଆଶାରେ ନିରାଶ ହୋଇ ପ୍ରସ୍ଥାନ କଲେ ।

ଏହି ସମୟରେ କ୍ଷତ୍ରିୟବଂଶୀୟ ରାଜା ଦଶରଥ ଅଯୋଧ୍ୟାଧିପତି ଥିଲେ । ତାଙ୍କର ସାତ ଶ ମାହାଦେଈ ଥିଲେ ମାତ୍ର କାହାରିସୁଦ୍ଧା ସନ୍ତାନାଦି ହୋଇ ନ ଥିଲା । ତବ୍ଦାଦ କୌଶଲ୍ୟା, କେକେୟୀ, ସୁମିତ୍ରା, ଏହି ତିନି ରାଣୀ ଏକାବେଳକେ ଗର୍ଭବତୀ ହେଲେ । କୌଶଲ୍ୟା ରାଣୀ ଙ୍କ ଗର୍ଭରୁ ରାମ, କେକେୟୀ ରାଣୀଙ୍କ ଗର୍ଭରୁ ଭରତ ଆଉ ସୁମିତ୍ରା ରାଣୀଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଯମଜ ପୁତ୍ର ଜନ୍ମିଲେ । ଏହି ଚାରି ପୁତ୍ର ଜନ୍ମିଲା ବାଦ ଜନଶ୍ରତି ହେଲା ଯେ, ସ୍ୱୟଂ ନାରାୟଣ ଅଂଶଚତୁଷ୍ଟୟରେ ଅବତୀର୍ଣ୍ଣ ହୋଇଅଛନ୍ତି । ତବ୍ଦାଦ ଏହି ଚାରି ଭ୍ରାତାଙ୍କର କିଞ୍ଚିବ୍ଦୟୋବୃଦ୍ଧି ହେଲାରୁ ସେମାନେ ବିଦ୍ୟାଭ୍ୟାସ କରିବାକୁ ଆରମ୍ଭ କଲେ, ଏବଂ ଅଳ୍ପକାଳ ଭିତରେ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟାରେ ଏପ୍ରକାର ସୁପଣ୍ତିତ ହେଲେ ଯେ, ସେ ସମୟରେ ତାଙ୍କ ସମାନ ପଣ୍ତିତ ବା ବୀର ପୃଥିବୀରେ କେହି ନ ଥିଲା । ଅଧିକନ୍ତୁ ଚାରି ଭ୍ରାତାଙ୍କର ଅତ୍ୟନ୍ତ ପ୍ରଣୟ ଜନ୍ମିଲା । ସେଇ