ସମୟରେ ନରହିଂସକ ରାକ୍ଷସମାନଙ୍କର ଅତ୍ୟନ୍ତ ଦୌରାତ୍ମ୍ୟ ଥିଲା । ବିଶେଷତଃ ବ୍ରାହ୍ମଣ ପଣ୍ତିତମାନେ କୌଣସି ଯାଗଯଜ୍ଞ ବା ଧର୍ମକର୍ମ ଅନୁଷ୍ଠାନ କଲେ ସେମାନେ ଅସ୍ଥି ଓ ଶୋଣିତପ୍ରଭୃତି ପ୍ରକ୍ଷେପ କରି ତାହା ନଷ୍ଟ କଋଥିଲେ, ତହିଁରେ ବ୍ରାହ୍ମଣ ପଣ୍ତିତମାନେ ଅତ୍ୟନ୍ତ ବିରକ୍ତ ହୋଇ ଥିଲେ । ଏହି ଉପଦ୍ରବ ନିବାରଣ ନିମନ୍ତେ ବିଶ୍ୱାମିତ୍ର ମୁନି ରାଜା ଦଶରଥଙ୍କ ନିକଟକୁ ଯାଇ ଏହି ପ୍ରାର୍ଥନା କଲେ, ଯେବେ ନିଶାଚରମାନଙ୍କ ଦୌରାତ୍ମ୍ୟ ନିବାରଣ ନିମନ୍ତେ ଆପଣ ରାମ ଓ ଲକ୍ଷ୍ମଣଙ୍କୁ ଦେବେ ତେବେ ଆମ୍ଭେମାନେ ନିର୍ବିଘ୍ନରେ ଯଜ୍ଞ ସମାଧା କରି ପାରିବୁଁ । ରାଜା ଦଶରଥ ଯେବେ ତହିଁରେ ମନେ ମନେ ଅସମ୍ମତ ଥିଲେ, ତଥାପି ବ୍ରହ୍ମଶାପ ଆଶଙ୍କାରେ ଅନାୟତ୍ତ ହୋଇ ସମ୍ମତ ହେଲେ । ତବ୍ଦାଦ ବିଶ୍ୱାମିତ୍ର ମୁନି ରାମ ଓ ଲକ୍ଷ୍ମଣ ଦୁଇ ଭାଇଙ୍କୁ ସଙ୍ଗେ ଘେନି ଗଲେ, ଏବଂ ସେମାନ ତାଡ଼କାପ୍ରଭୃତି ଅନେକ ରାକ୍ଷସ ରାକ୍ଷସୀ ବଧ କଲେ, ସେଥିରେ ମୁନିଗଣ ସ୍ୱଚ୍ଛନ୍ଦରେ ଯଜ୍ଞ ସମାଧା କରି ରାମ ଲକ୍ଷ୍ମଣଙ୍କୁ ଅଶେଷ ପ୍ରକାରେ ଆଶୀର୍ବାଦ କଲେ ।
ଅନନ୍ତର ଯେତେବେଳେ ବିଶ୍ୱାମିତ୍ର ମୁନି ରାମ ଲକ୍ଷ୍ମଣଙ୍କୁ ଗୃହକୁ ପ୍ରତ୍ୟାଗତ କରୁଥିଲେ ତେତେବେଳେ ଜନକ ରାଜାଙ୍କ ଧନୁର୍ଭଙ୍ଗର ପ୍ରତିଜ୍ଞା କଥା ଶ୍ରବଣ କରି ସେମାନେ ତଦୀୟ ରାଜ୍ୟକୁ ଗମନେଚ୍ଛ ହେଲେ । ତହିଁରେ ବିଶ୍ୱାମିତ୍ର ମୁନି ସେ ଦୁହିଙ୍କୁ ମିଥିଳା ନଗର ଜନକ ରାଜାଙ୍କ ସମୀପକୁ ଘେନି ଗଲେ । ଜନକ ରାଜା ନବ ଦୁର୍ବଦଳ-ଶ୍ୟାମ ରାମଚନ୍ଦ୍ରଙ୍କୁ ଦେଖି ଏବଂ ତାଙ୍କ ଗୁଣ ନୁବାଦ ଶୁଣିଲାଋ ଆହ୍ଲାଦିତ ହୋଇ ନିର୍ଜନ ସ୍ଥାନରେ ବିଶ୍ୱାମିତ୍ର ମୁନିଙ୍କୁ କହିଲେ, ଆମ୍ଭେ ଇହାଙ୍କୁ କନ୍ୟା ଦାନ କରିବା, ଏହି ଆମ୍ଭର ନିତାନ୍ତ ବାଞ୍ଛା, ମାତ୍ର ଧନୁର୍ଭଙ୍ଗ ନ କଲେ ପ୍ରତିଜ୍ଞା ଭଙ୍ଗର ଅପଯଶ ହେବ, ଏହି ମାତ୍ର ଆଶଙ୍କ ହୁଏ । ସୀତା ମଧ୍ୟ ତଦ୍ଗୁଣ ଶ୍ରବଣରେ ମୋହିତ ହୋଇ ଅନ୍ତଃପୁରଋ ତାଙ୍କୁ ଦର୍ଶନ କଲେ ଏବଂ ଦର୍ଶନାବଧି ତାଙ୍କଠାରେ ଆପଣା ମନ ସମର୍ପଣ କଲେ । ମାତ୍ର ତାଙ୍କର କୋମଳ ଶରୀର, ସେ ଏହି ବିଷମ ଧନୁକ କିରୁପେ ଭାଙ୍ଗିବେ ଏହି କଥା ଭାବନା କଲେ । ମାତ୍ର ରାମ ଭଗ୍ନୋତ୍ସାହ ବା ଭୀତ ନ ହୋଇ ଅନେକ ଅନେକ ମହାବଳ ରାଜାମାନେ ଯେଉଁ ଧନୁକ ନତ କରିବାକୁ ସୁଦ୍ଧା ପାରି ନ ଥିଲେ, ସେହି ଧନୁକ ଅନାୟାସରେ ଭାଙ୍ଗିଲେ ।
ରାମ ଧନୁକୁ ଭଙ୍ଗ କଲା ବାଦ ଜନକ ରାଜା ଅତ୍ୟନ୍ତ ଅହ୍ଲାଦିତ ହୋଇ ତାଙ୍କୁ କନ୍ୟା ପ୍ରଦାନ କରିବାକୁ ପ୍ରସ୍ତୁତ ହେଲେ । ମାତ୍ର ରାମ ପିତାଙ୍କ ଅନୁମତି ବିନା ବିବାହ କରିବାକୁ ସମ୍ମତ ନ ହୋଇ ପିତାଙ୍କୁ ଏହି ବୃତ୍ତାନ୍ତ ଜଣାଇ ଭରତ