ଶତ୍ରୁଘ୍ନଙ୍କୁ ଅଣାଇବା ଲାଗି ଦୂତ ପ୍ରେରଣ କରିବା ନିମନ୍ତେ କହିଲେ । ଜନକ ରାଜା ତଦନୁସାରେ ଅଯୋଧ୍ୟା ନଗରକୁ ଦୂତ ପଠାଇଲେ । ରାଜା ଦଶରଥ ଏହି ସମ୍ବାଦରେ ପରମାନନ୍ଦିତ ହୋଇ ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ବହୁସମାରୋହ ପୂର୍ବକ ମିଥିଳା ନଗରକୁ ଗମନ କଲେ । ଜନକ ରାଜା ଯଥୋଚିତ ସମାଦରପୂର୍ବକ ତାଙ୍କୁ ଅଭ୍ୟର୍ଥନା କରି ତବ୍ଦାଦ ଶୁଭ ଲଗ୍ନ ସ୍ଥିର କରି ସେ ରାମଚନ୍ଦ୍ରଙ୍କୁ ସୀତା ସମ୍ପ୍ରଦାନ କଲେ । ପରନ୍ତୁ ଉନ୍ମିଳା ନାମରେ ତାଙ୍କର ଆଉ ଏକ କନ୍ୟା ଥିଲା, ଲକ୍ଷ୍ମଣଙ୍କ ସହିତ ତାକୁ ବିବାହ କଲେ । ଏବଂ କୁଶଧ୍ୱଜ ନାମରେ ତାଙ୍କର ଏକ ଅନୁଜର ପରମ ସୁନ୍ଦରୀ ଦୁଇ କନ୍ୟା ଥିଲେ, ଭରତ ଓ ଶତ୍ରୁଘ୍ନଙ୍କୁ ସେହି ଦୁଇ କନ୍ୟା ଦାନ କଲେ । ଏହିଋପେ ଚାରି ପୁତ୍ରଙ୍କୁ ବିବାହ କରାଇ ରାଜା ଦଶରଥ ପୁତ୍ର ଓ ପୁତ୍ରବଧୂମାନଙ୍କୁ ଘେନି ସ୍ୱଦେଶକୁ ପ୍ରତ୍ୟାଗମନ କଲେ; ସେମାନଙ୍କ ଆସିବାରେ ଅଯୋଧ୍ୟା ନଗରରେ ମହା ଆନନ୍ଦୋତ୍ସବ ହେଲା ଏବଂ ରାଜା ଦଶରଥ ଅନେକ ପୁଣ୍ୟ ଓ ଦାନ ବିତରଣ କଲେ ।
ତଦନନ୍ତରେ ଭରତ ଶତ୍ରୁଘ୍ନ ସମଭିବ୍ୟାହାରରେ ହସ୍ତିନା ନଗରସ୍ଥ ମାତା ମହାଳୟକୁ ଗମନ କଲେ । ଏଥିରେ କିଛି କାଳ ଗତ ହେଲାଋ ରାଜା ଦଶରଥ ଆପଣାର ବୟୋଧିକ୍ୟ ହେତୁଋ ଆପଣାକୁ ରାଜ କର୍ମରେ ଅକ୍ଷମ ବିବେଚନା କରି ସୁହୃଦ-ରାଜଗଣ ଓ ପାତ୍ରମିତ୍ରମାନଙ୍କ ପରାମର୍ଶ ଅନୁସାରେ ରାମଙ୍କୁ ରାଜତ୍ୱ ଦେଇ ଆପେ ସ୍ୱଚ୍ଛନ୍ଦର ରହିବା ବାଞ୍ଛାରେ ତାଙ୍କୁ କହିଲେ, ଆମ୍ଭେ ବୃଦ୍ଧ ଏବଂ ରାଜକର୍ମରେ ଅକ୍ଷମ ହୋଇଅଛୁଁ, ଅତଏବ ତୁମ୍ଭେ ଆମ୍ଭର ଜ୍ୟେଷ୍ଠ ପୁତ୍ର ତୁମ୍ଭଙ୍କୁ ରାଜ୍ୟ ପ୍ରଦାନ କରି ଆମ୍ଭେ ରାଜକର୍ମଋ ଅବସର ହେବାକୁ ଇଚ୍ଛା କରୁଅଛୁଁ, ତୁମ୍ଭେ ରାଜ୍ୟଭାର ଗ୍ରହଣ କରି ଯଥା ନିୟମରେ ପ୍ରଜା ପାଳନ କର । ଯାହାର ଯେଉଁ ଅଭିଯୋଗ ଥାଏ ତାହା ଶୁଣି ବିଚାର କରିବ । ରାଜନୀତି ଓ ଧର୍ମ ଶିକ୍ଷା କରି ଯହିଁରେ ଆପଣାର ମାନବୃଦ୍ଧି ହୁଏ ତାହା କରିବ । ପରର ସୁନ୍ଦରୀ ସ୍ତ୍ରୀ ଦେଖିଲେ ତାହାଠାରେ କୁଦୃଷ୍ଟି କରିବ ନାହିଁ । ପରହିଂସା ଓ ପରପୀଡ଼ନ କରିବ ନାହିଁ । ପରଧନରେ ଲୋଭ କରିବ ନାହିଁ । ବିନା ଅପରାଧରେ କାହାରିକୁ ମଧ୍ୟ ପ୍ରାଣଦଣ୍ତ କରିବ ନାହିଁ । ପରଦାର ପରାୟଣ ଓ ପରପୀଡ଼କକୁ ଶାସ୍ତ୍ରାନୁସାରେ ଦଣ୍ତ ଦେବ । ଯାହାର ଯେମନ୍ତ ଅପରାଧ ତାକୁ ସେହିଋପ ଦଣ୍ତ ବିଧାନ କରିବ । ତପ ଜପ ଓ ଧର୍ମ କର୍ମ କରିବ, ଏବଂ ଦେବତା ବ୍ରାହ୍ମଣଙ୍କଠାରେ ଭକ୍ତି ରଖିବ । ସମସ୍ତଙ୍କ ପ୍ରତି ସଦୟ ଓ ସଦାଶୟ