ପୃଷ୍ଠା:Prabodha Chandrika (1856).pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କନ୍ଦଜାତି

ମାତ୍ରେ ଯେ ଋପ ଆନନ୍ଦିତ ହୁଅନ୍ତି କନ୍ଦମାନେ ସେଇଋପ ଆନନ୍ଦରେ ମଦ୍ୟପାନ କରନ୍ତି । ସେମାନଙ୍କ ମଧ୍ୟରେ ଗନ୍ଧି ବୋଲି ଅପର ଏକ ଜାତି ଅଛନ୍ତି ସେମାନେ ବାଣିଜ୍ୟ କରନ୍ତି । ସେମାନଙ୍କୁ ଗୁମୁସର ଦେଶର ସଉଦାଗର ବୋଲି କୁହାଯାଏ ଏବଂ କାନ୍ଦସ ନାମରେ ଯେଉଁ ଅପର ଜାତି ଅଛନ୍ତି ସେମାନେ ଯୋଦ୍ଧା, ସେମାନଙ୍କ ଅସ୍ତ୍ର ଟାଙ୍ଗୀ ଏବଂ ଧନୁର୍ବାଣ ସୁଦ୍ଧା ସଙ୍ଗେ ଥାଏ । ବିଶେଷତଃ ଧନୁର୍ବିଦ୍ୟାରେ ଅତି ସୁଶିକ୍ଷିତ ହୁଅନ୍ତି, ଲକ୍ଷ କରି ତୀର ଛାଡ଼ିଲେ ପ୍ରାୟ ତାହା ବ୍ୟର୍ଥ ହୁଏ ନାହିଁ । ଅପର ଜାତିମାନେ ସକଳ ଲୋକଙ୍କ ପରିଧାନାର୍ଥେ ବସ୍ତ୍ର ତୟାର କରନ୍ତି । କାର୍ପାସ ଗଛ ପର୍ବତରେ ଜନ୍ମଇ ମାତ୍ର ଦନା ଜାତିମାନେ ସୂତା କାଟନ୍ତି କି ନାହିଁ ତାହାବ୍ୟକ୍ତ ନୁହଇ, ଅନେକ ଲୋକମାନେ ଅନୁମାନ କରନ୍ତି ସେମାନେ ନୀଚସ୍ଥ ଦେଶରୁ ସୂତା ଆଣନ୍ତି । ପାନ୍ନା ନାମରେ ଏକ ଜାତୀୟ ଲୋକ କ‌ହନ୍ତି କି ନୀଚସ୍ଥ ଦେଶର ହିନ୍ଦୁମାନେ ସେହି ଦେଶକୁ ଯାଇ ବାସ କରି ପାନ୍ନା ହୋଇ ଅଛନ୍ତି । ଏହି ଜାତି କୃଷି କର୍ମ କରନ୍ତି ଏବଂ ମଜୁର କାର୍ଯ୍ୟ ସୁଦ୍ଧା କ‌ଋଥାନ୍ତି ଆଉ ସମସ୍ତେ କ‌ହନ୍ତି ସକଳ ପ୍ରକାର ବାଣିଜ୍ୟ କର୍ମରେ ସେମାନେ ନିପୁଣ । ପୂର୍ବରେ ଯେଉଁ ନରବଳିର କଥା କୁହା ଯାଇଅଛି ତାହା ଏହି ଲକ୍ଷ୍ମୀଛଡ଼ା ଜାତିଙ୍କର କର୍ମ । ସେଇ ପାଞ୍ଚ ଜାତିଋ କେତେକ ଲୋକଙ୍କ ଅନ୍ୟ ଜାତିରେ ଅନ୍ନ ଆହାର କରନ୍ତି ମାତ୍ର ସମସ୍ତେ କରନ୍ତି ନାହିଁ । ପୂର୍ବୋକ୍ତ ଯୋଦ୍ଧା ଲୋକେ କେବଳ ପାନ୍ନା ଜାତିଙ୍କ ଅନ୍ନ ଗ୍ରହଣ କରନ୍ତି ନାହିଁ, ମାତ୍ର ଆଉ ସକଳ ଜାତିଙ୍କ ଘରେ ଆହାର କରନ୍ତି । ଅନ୍ନ ଗ୍ରହଣ ବିଷୟରେ ପାନ୍ନା ଜାତିଙ୍କର ଆଚାର ବିଚାର ନାହିଁ, ସେମାନେ ସମସ୍ତଙ୍କ ଘରେ ଖାନ୍ତି । ଗନ୍ଧି ଜାତିଙ୍କର ଏହି ନିୟମ, ସେମାନେ କେବଳ ଆପଣା ୨ ଜାତିଙ୍କ ଘରେ ଆହାର କରି ଅଧିକ କୌଣସି ଜାତିଙ୍କ ଅନ୍ନ ଖାଆନ୍ତି ନାହିଁ ପ୍ରଧାନ ଜାତିମାନେ କେବଳ ଗୋମାଂସ ବ୍ୟତିରିକ୍ତ ସକଳ ପ୍ରକାର ମାଂସ ବ୍ୟବ‌ହାର କରନ୍ତି, କିନ୍ତୁ ପାନ୍ନା ଜାତିମାନେ ଗୋମାଂସ ସୁଦ୍ଧା ଛାଡ଼ନ୍ତି ନାହିଁ । କୌଣସି ଜାତିକୁ ମଦ୍ୟପାନ ନିଷେଧ ନାହିଁ, ତେବେ ଯାହାର ଯେମନ୍ତ ଇଚ୍ଛା ସେ ତେମନ୍ତ କରେ ମାତ୍ର ମଦ୍ୟ ପାଇଲେ ଉଗ୍ର ମଦ୍ୟକୁ ମନୋନୀତ ଜ୍ଞାନ କରନ୍ତି ।

ଗୁମସର ଲୋକେ ଧର୍ମ ବିଷୟରେ ଅଜ୍ଞାନ । ସେମାନେ ପୃଥିବୀକୁ ଦେବୀ ଜ୍ଞାନ କରି ଧରଣୀ ବୋଲି ସମ୍ବୋଧନ କରନ୍ତି ଆଉ ଆକାଶକୁ ମଧ୍ୟ ଦେବତା ବୋଲନ୍ତି । ଉକ୍ତ ଦେଶରେ ନରବଳିଦାନ ଯେ ବାହୁଲ୍ୟ‌ଋପେ ଚଳିତ ଥିଲା