ପୃଷ୍ଠା:Prabodha Chandrika (1856).pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ଖ୍ରୀଷ୍ଟିୟାନ ଧର୍ମର ପ୍ରଚାର ଓ ପ୍ରସାର ସ‌ହିତ ପାଶ୍ଚାତ୍ୟ ଶିକ୍ଷା କିପରି ପ୍ରବେଶ କରିଛି, ତା'ର ଏକ ଇତିହାସ ରହିଛି । ଊନବିଂଶ ଶତାବ୍ଦୀ ଭାରତର ବିଶିଷ୍ଟ ଖ୍ରୀଷ୍ଟିୟାନ ପାଦ୍ରୀ ପଣ୍ଡିତ ଉଇଲିୟମ କାରେ (Carey) ଓ ଥମାସ ବଙ୍ଗଳାକୁ ଯିବା ପଥରେ କିଛି ସମୟ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ଓ ସେକାଳରେ ଖ୍ରୀଷ୍ଟିୟାନ ଧର୍ମ‌ପ୍ରଚାରକଗଣ ପ୍ରାୟତଃ ସେମାନଙ୍କ ଦେଶରୁ ଜାହାଜରେ ଆସି ପ୍ରଥମେ ଓଡ଼ିଶା ଉପକୂଳରେ ଅବତରଣ କରିଥିଲେ । ରେଭରେଣ୍ଡ କ୍ୟାମ୍ପବୋନ (campbone) ଓ ରେଭରେଣ୍ଡ ଲାସେ (lacey) ଓଡ଼ିଶାରେ ପ୍ରଥମ କରି ମିଶନ୍ କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ମଧ୍ୟ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ କଲେ ।


ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା

ମିଶନାରୀମାନେ ଥିଲେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତକ । ଖ୍ରୀ:୧୨୨ ଜୁନ୍ ମାସଠାରୁ ଖ୍ରୀ:୧୮୨୩ ଡିସେମ୍ବର ମାସ ମଧ୍ୟରେ ଓଡ଼ିଶାରେ ପନ୍ଦରଟି ମିଶନ୍ ପାଠଶାଳା (Native school) ସ୍ଥାପିତ ହୋଇଥିଲା । ପାଠଶାଳାର ବିବରଣୀରୁ ଜଣାଯାଏ ଯେ ତ‌ତ୍କାଳରେ ୩୦୫ ବାଳକ ଓ ୬୩ ଜଣ ବାଳିକା ପାଠ ପଢ଼ୁଥିଲେ । ମିଶନାରୀମାନଙ୍କ ଉଦ୍ୟମରେ କଟକ ଇଂରାଜୀ ଦାତବ୍ୟ ବିଦ୍ୟାଳୟ (Cuttack English charity school) ଇଂରାଜୀ ଶିକ୍ଷା ଦେବା ପାଇଁ ୧୮୨୩ ମସିହାରେ ସ୍ଥାପିତ ହେଲା । ସେହି ସ୍କୁଲର ଅଧିକାଂଶ ପାଠ୍ୟ ଥିଲା ଖ୍ରୀଷ୍ଟ ଧର୍ମ ସମ୍ଭନ୍ଧୀୟ ବିଭିନ୍ନ ବିଷୟ । ସେତେବେଳକୁ ଶ୍ରୀରାମ‌ପୁର ମିଶନ୍ ପ୍ରେସରୁ ଓଡ଼ିଆ ବାଇବେଲ ପ୍ରକାଶ ପାଇସାରିଥିଲା ।୧୮୪୧ ମସିହାରେ ଇଂରାଜୀ ସ୍କୁଲଟି ସରକାରଙ୍କ ଅଧୀନ‌କୁ ଆସିଥିଲା ।

ଖ୍ରୀ: ୧୮୨୨ ବେଳକୁ ଓଡ଼ିଆରେ ଯେଉଁ କେତେକ ଛାପା ପୁସ୍ତକ ପ୍ରକାଶ ପାଇଥିଲା ତନ୍ମଧ୍ୟରେ ପ୍ରଧାନ ହେଉଛି କାରେ ସାହେବଙ୍କଦ୍ୱାରା ପାଞ୍ଚଖଣ୍ଡରେ ବିଭକ୍ତ ପଥର ଛାପା ଓଡ଼ିଆ ବାଇବେଲ, ଓଡ଼ିଆ ଇଂରାଜୀ ଅଭିଧାନ, ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନଙ୍କଦ୍ୱାରା ରଚିତ ଶହେ ପୃଷ୍ଠାର ଓଡ଼ିଆ ଗୀତ ପୁସ୍ତକ, ମିଶନାରୀ ୱାର୍ଡ଼ଙ୍କଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ରଥ ସମ୍ଭନ୍ଧୀୟ ବର୍ଣ୍ଣନା, ଶ୍ରୀରାମ‌ପୁରରୁ ପ୍ରକାଶିତ ପ୍ରାଥମିକ ଓଡ଼ିଆ ଭାଷା ଶିକ୍ଷା