ପୃଷ୍ଠା:Prabodha Chandrika (1856).pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିଶ୍ଚୟ‌ଋପେ ଜଣା ଯାଇ ନାହିଁ ମାତ୍ର ସେମାନଙ୍କର ଏଋପେ ଉଠି ବିଦ୍ରୋହିତା କରିବାଋ ବିଶେଷ ଶଙ୍କା ଅଛି ଅତଏବ ଜିଲାର ଶ୍ରୀ‌ଯୂତ କମିଶନର ସାହେବ କଟକ ମୁକାମରେ ଥିବା ପ୍ରଧାନ ସେନାପତି ସାହେବଙ୍କୁ ଆଜ୍ଞା କରି ଅଛନ୍ତି କି ବାଲେଶ୍ୱରଠାଋ ଏ ପଲଟଣର ଦୁଇ କମ୍ପାନି ଫେରାଇ ଆଣି କଟକ ମୁକାମରେ ପ୍ରସ୍ତୁତ ରଖିବେ । ଏବଂ ଅତିଶୀଘ୍ର କନ୍ଦମାନେ ସୁସ୍ଥିର ନୋହିଲେ ଶ୍ରୀଯୂତ କମିଶନର ସାହେବ ସିପାହୀଙ୍କୁ ଘେନି କନ୍ଦମାଳକୁ ନିଜେ ଯାତ୍ରା କରିବେ ।

ଉପରୋକ୍ତ ତାରିଖ ଉତ୍ତାରେ କନ୍ଦମାନେ ପୂନର୍ବାର ଯୁଦ୍ଧ କରିବା ସକାଶେ ପ୍ରବେଶ ହେବାଋ ସେମାନଙ୍କ ମଧ୍ୟ‌ଋ ୫ ଜଣ ମାରା ଯାଇଅଛନ୍ତି ମାତ୍ର ବୋଧ ହୁଅଇ ସେମାନେ ବର୍ତ୍ତମାନ ସୁସ୍ଥିର ହୋଇ ରହିଅଛନ୍ତି ।

କଟକ ମୁକାମର ମାଜିଷ୍ଟ୍ରେଟ, କଲେକ୍ଟର ଏବଂ ନିମକର ଏଜେଣ୍ଟ ଶ୍ରୀଯୁକ୍ତ ଆର ପି ହାରିସନ୍ ସାହେବ ମୁର୍ଶିଦାବାଦର ଜ‌ଜୀ ପଦରେ ନିଯୁକ୍ତ ହୋଇଅଛନ୍ତି ଏବଂ ଶେଷୋକ୍ତ ସାହେବଙ୍କ କାର୍ଯ୍ୟଭାର କିଛିକାଳ ଚଳାଇବା ସକାଶେ ପୁରୀ ଜିଲ୍ଲାର ଡ଼େପୁଟୀ କଲେକ୍ଟର ଓ ଜଇଣ୍ଟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଜେନ୍‌କିନ୍‌ସ ସାହେବ କଟକ ମୁକାମକୁ ଆସିବା ଲାଗି ହୁକୁମ ପାଇ ଏଠାରେ ଉପସ୍ଥିତ ହୋଇଅଛନ୍ତି ଏବଂ ଶ୍ରୀଯୁକ୍ତ ଜେନ୍‌କିନ୍‌ସ ସାହେବଙ୍କ କର୍ମ‌ଭାର ପୁରୀର ଡ଼େପୁଟୀ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ କ୍ଲାର୍କ ସାହେବଙ୍କ ଦ୍ୱାରା ନିର୍ବାହ କରାଯିବ । ଶୁଣାଯାଉଅଛି କି ଶ୍ରୀଯୁକ୍ତ ଶୋର ସାହେବ ଏ ଜିଲାର କଲେକ୍ଟର ଓ ମାଜିଷ୍ଟ୍ରେଟି ପଦ ଗ୍ରହଣାର୍ଥେ ମନୋନୀତ ହୋଇଅଛନ୍ତି । କେତେକ ବର୍ଷ ହେଲା ଉକ୍ତ ସାହେବ ଏ ଜିଲାରେ ନିଯୁକ୍ତ ହୋଇଥିଲେ ।

ସନ୍ତାଳମାନଙ୍କ ସମାଚାର ।

ଏ ପ୍ରବୋଧ ଚନ୍ଦ୍ରିକା ପାଠକମାନଙ୍କ ମଧ୍ୟ‌ଋ ଅନେକ ଲୋକ ଅବଶ୍ୟ ଶୁଣିଥିବେ କି ଗତ ଜୁନ କିମ୍ବା ଜୁଲାଇ ମାସରେ ରାଜମହାଲ ବୀରଭୂମି ଇତ୍ୟାଦି ବଙ୍ଗଳାଦେଶ ଜିଲାରେ ଥିବା ସାନ୍ତାଳ ଲୋକେ ଉଠି ଅସ୍ତ୍ରଶସ୍ତ୍ର ଘେନି ସେ ଦେଶନିବାସି ଲୋକଙ୍କ ଉପରେ ଚଢ଼ାଉ କରିଥିଲେ । ଅନେକ ଗ୍ରାମ ପୋଡ଼ି