ପୃଷ୍ଠା:Prabodha Chandrika (1856).pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦେଇ ଓ ଅନେବ ୨ ସ୍ତ୍ରୀ ପୁରୁଷଙ୍କୁ ଅତିଶୟ ଭୟଙ୍କର‌ଋପେ ହତ୍ୟା କରି ସେମାନଙ୍କ ଧନ‌ଦ୍ରବ୍ୟ ଲୁଟତରାଜ କରିଥିଲେ । ଏତଦ୍ଭିନ୍ନ ଦୁଇ ଚାରି ଜଣ ସାହେବ ଲୋକଙ୍କୁ ଆଉ ଦୁଇ ଜଣ ଇଙ୍ଗରେଜୀ ସ୍ତ୍ରୀଙ୍କୁ ପ୍ରାଣରେ ବଧ କରି ଅଛନ୍ତି । ଏଋପେ ସନ୍ତାଳ ଲୋକେ ଉପଦ୍ରବ ଓ ଦେଶ ଉଜାଡ଼ କରିବା ହେତୁଋ ସରକାର ସେମାନଙ୍କ ସଙ୍ଗେ ଯୁଦ୍ଧ ଆରମ୍ଭ କରି କେତେକ ପଲ୍‌ଟଣ ପଠାଇ ଅଛନ୍ତି । ଅଦ୍ୟାବଧି ଯୁଦ୍ଧ ଲାଗିଅଛି ଏବଂ ଅଳ୍ପ ଦିନ ତଳେ ଯୁଦ୍ଧ ସ୍ଥାନ‌ଋ ଯେଉଁ ସମ୍ବାଦ ମିଳିଅଛି ତାହା ତଳେ ଲେଖା ଯାଉଅଛି ।

ରାଜମ‌ହଲ ଡ଼ିସେମ୍ବର ମାସ ୪ ଓ ୮ ତାରିଖ । ଆମ୍ଭମାନଙ୍କର ଅନେକ ସୈନ୍ୟ ସନ୍ତାଳଙ୍କ ସନ୍ଧାନରେ ଅରଣ୍ୟ ମଧ୍ୟରେ ପ୍ରବେଶ କରିଅଛନ୍ତି, ମାତ୍ର ସେମାନେ ବନ ମଧ୍ୟରେ କି କ‌ଋଅଛନ୍ତି ସେଥିର କୌଣସି ସମାଚାର ମିଳିନାହିଁ । ମିଲେଟେରୀ ଆଇନ ପ୍ରଚାର ହେବା ହେତୁଋ ବିଦ୍ରୋହି ସନ୍ତାଳମାନେ ଅସ୍ତ୍ରଶ‌ସ୍ତ୍ର ତ୍ୟାଗ କରି ଚାସ କାର୍ଯ୍ୟ ଆରମ୍ଭ କରି ଅଛନ୍ତି । ଶୁଣା ‌ଯାଉଅଛି କି ବୀରଭୂମି ଜିଲାର ଅନ୍ତର୍ଗତ ଅରଣ୍ୟ ମଧ୍ୟରେ ସନ୍ତାଳମାନେ ପୁନର୍ବାର ହତିଆର ଧରି ସା‌ହାସପୂର୍ବକ ସିପାହୀମାନଙ୍କ ସଙ୍ଗେ ଯୁଦ୍ଧ କ‌ଋଅଛନ୍ତି । ୩୧ ସଂଖ୍ୟକ ଦେଶୀ‌ୟ ପଦାତିକ ପଲ‌୍‌ଟଣର ୭ ।୮ ଜଣ ସିପାହୀ ସନ୍ତାଳ ଯୁଦ୍ଧରେ ହତ ହୋଇଅଛନ୍ତି । ଜେନର‌ଲ ଇଲଏଡ଼ ସାହେବ ଜଣେ ମିସ୍ ଅର୍ଥାତ୍ ଅବି‌ବାହିତା ବିଲାଏତଜାତ ସ୍ତ୍ରୀକୁ ସେ ଦୁରାତ୍ମାମାନଙ୍କ ହସ୍ତ‌ଋ ରକ୍ଷା କରି ଅଛନ୍ତି ।

ଭାଗଲପୁରର କମିଶନର ଶ୍ରୀ‌ଯୁତ ବ୍ରୌନ ସାହେବ ସନ୍ତାଲଙ୍କ ବିଷୟ ସଂକ୍ରାନ୍ତ କୌଣସି ଅପରାଧ ସକାଶେ ଆପଣା ସରକାରୀ କର୍ମ‌ଋ ବ‌ହିଷ୍କୃତ ହୋଇ ଅଛନ୍ତି । ଜେନରଲ ଇଲଏଡ଼ ସାହେବ ତୃତୀୟ ଦିବସରେ ସୁରୀନାମକ ନ‌ଗରରେ ପ‌ହୁଞ୍ଚିବେ ବୋଲି ବାସନା ହୋଇଥିଲା । ଗୁଲି ଓ ଫାସି ଦ୍ୱାରା ଅନେକ ସନ୍ତାଲଙ୍କ ପ୍ରାଣଦଣ୍ତ କରା‌ଯାଇଅଛି ଏବଂ ଅନେକଙ୍କୁ ଦ୍ୱୀପାନ୍ତର ପଠିୟା ଯାଇଅଛି । ମାତ୍ର ତ‌ହିଁରେ ସୁଦ୍ଧା ଏହି ପର୍ଯ୍ୟନ୍ତେ ମେଳିୟା ସନ୍ତାଳମାନଙ୍କର ଉତ୍ତମ‌ଋପେ ଦମନ ହୋଇ ନାହିଁ ।

ସନ୍ତାଳମାନଙ୍କର କାନୁ ନାମକ ଜଣେ ସରଦାର ଧରାଯାଇ ଜେନରଲ ଇଲଏଡ଼ ସାହେବଙ୍କ ନିକଟକୁ ନିୟାଗଲା ବାଦ ସେ ସ୍ୱମୁଖେ ନିର୍ଭୟ‌ଋପେ ଏହି କଥା ସ୍ୱୀକାର କଲା କି "ଜମୀଦାର ଓ ମହାଜନମାନେ ସନ୍ତାଳ ଲୋକଙ୍କ ଉପରେ ଭାରୀ ଅତ୍ୟାଚାର କରିବା ହେତୁଋ ଆମ୍ଭେ ସନ୍ତାଳମାନଙ୍କୁ ମେଳି