ପୃଷ୍ଠା:Prabodha Chandrika (1856).pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କରିବା ସକାଶେ ପ୍ରବୃତ୍ତ କରାଇଅଛୁଁ ଯେମନ୍ତ ଉକ୍ତ ଅତ୍ୟାଚାରି ଜମୀଦାର ଆଉ ମହାଜନମାନଙ୍କୁ ମାରି ଏକାବେଳେ ଆମ୍ଭେମାନେ ଗବର୍ଣ୍ଣର ଜେନରଲ ବାହାଦୂରଙ୍କ ସମ୍ମୁଖରେ ଆପଣା ଦୁଃଖ ଜଣାଇ ପାରନ୍ତୁ । କୌଣସି ଇଙ୍ଗରେଜ ଲୋକଙ୍କୁ ମାରିବା ନିମନ୍ତେ ଆମ୍ଭମାନଙ୍କର ମାନସ ନ ଥିଲା ମାତ୍ର, ପୂର୍ବ‌ଋ ଆମ୍ଭେ ଏହି ପ୍ରକାର ସ୍ୱପ୍ନ ଦେଖିଥିଲୁଁ କି ଇଙ୍ଗରେଜ ଲୋକଙ୍କୁ ମାରିବା ନିମନ୍ତେ ଆମ୍ଭମାନଙ୍କର ମାନସ ନ ଥିଲା ମାତ୍ର, ପୂର୍ବ‌ଋ ଆମ୍ଭେ ଏହି ପ୍ରକାର ସ୍ୱପ୍ନ ଦେଖିଥିଲୁଁ କି ଇଙ୍ଗରେଜ ଲୋକଙ୍କୁ ଦୂଋ କରି ଆମ୍ଭେମାନେ ରାଜା ହେବୁଁ ତାହା ବାଦ ଆହୁରି ଏକ ସ୍ୱପ୍ନରେ ଜାଣି ପାରିଅଛୁଁ କି ଆମ୍ଭର ପାଂସି ହେବ" ।

ଏଥି ପୂର୍ବରେ ଓପେବନ୍ଦା ନାମକ ସ୍ଥାନର ଘାଟୁଆଳ ଦ୍ୱାରା କାନୁମାଝି ଆଉ ତାହାର ଦୁଇ ଭ୍ରାତୁଷ୍ପୁକ୍ର ଚାନ୍ଦ ଓ ଭୈରବ ଧରାଯାଇ ସେନାପତି ସାହେବ ମାନଙ୍କଠାରେ ସମର୍ପଣ ହୋଇଥିଲେ । ତାହା ବାଦ ତୃତୀୟ ଦିନ ପ୍ରଭାତ କାଳରେ କାନୁ ଆଉ ତାହାର ଏକ ଭାଇର ପୁଅ ପାଁସି ପାଇଲେ । ତାହା ଦଳ ମଧ୍ୟ‌ଋ ଆହୁରି କେତେକ ସରଦାର ଧରା ପଡ଼ି ଅଛନ୍ତି । ଡ଼ିସେମ୍ବର ମାସ ୧୫ ତାରିଖର ସମ୍ବାଦ ଭାସ୍କର ।

ଇଙ୍ଗରେଜମାନେ କ୍ରମେ ୨ ଯେତେ ସଭ୍ୟ ହେଉଅଛନ୍ତି ତେତିକି ପ୍ରତିଦିନ ଶିଳ୍ପ କାର୍ଯ୍ୟରେ ଆଶ୍ଚର୍ଯ୍ୟ ଶକ୍ତି ପ୍ରକାଶ କ‌ଋଅଛନ୍ତି, ବାଷ୍ପୀୟ ନୌକା, ବାଷ୍ପୀୟ ଶକଟ, ବିଦ୍ୟୁତୀୟ ବାର୍ତ୍ତାବ‌ହ, ଗ୍ୟାସାଲୁଅ, ଆଶ୍ଚର୍ଯ୍ୟ ଯନ୍ତ୍ର ସବୁ କେଉଁକାଳରେ ଏଦେଶୀୟ ଲୋକଙ୍କର ଦୃଷ୍ଟିଗୋଚର ହୋଇଥିଲା । ଇଙ୍ଗରେଜମାନଙ୍କର ଶୁଭାଗମନ ହେଲାଋ ଏଦେଶୀୟ ଲୋକସୁଦ୍ଧା କ୍ରମରେ ଶିଳ୍ପୀ ହୋଇ ଉଠିଲେ, ପୂର୍ବକାଳରେ ହିନ୍ଦୁମାନେ କାଗଜର ବାର୍ତ୍ତାସୁଦ୍ଧା ଜାଣି ନ ଥିଲେ, ତାଳପତ୍ର, ତେରଟପତ୍ର ଭୁର୍ଜପତ୍ରରେ ପୁସ୍ତକ ଓ ପତ୍ରାଦି ଲେଖୁଥିଲେ, ତଦନନ୍ତର ଜବନମାନେ ଏ ଦେଶରେ କାଗଜ ପ୍ରକାଶ କରି ପ୍ରଚଳିତ କଲେ, ଇଙ୍ଗରେଜମାନେ ବର୍ତ୍ତମାନ ବିଲାଏତଠାଋ ନାନାପ୍ରକାର ଚିତ୍ରବିଚିତ୍ର କାଗଜ ଆଣୁଅଛନ୍ତି, ନାନା ଦ୍ରବ୍ୟରେ ସେଇ ସବୁ କାଗଜ ପ୍ରସ୍ତୁତ ହୁଏ କିନ୍ତୁ ତ‌ହିଁରେ ଚ୍ଛିନ୍ନ ବସ୍ତ୍ରର ଭାଗ ଅଧିକ, ଚ୍ଛିନ୍ନବସ୍ତ୍ର ସଂଗ୍ରହ କରିବାରେ ଭାରୀ କ୍ଳେଶ ଏଥିନିମନ୍ତେ କେତେକ ଜଣ ଇଙ୍ଗରେଜ ଅନ୍ୟ କେଉଂ ୨ ଦ୍ରବ୍ୟରେ କାଗଜ ପ୍ରସ୍ତୁତ ହୋଇପାରେ ତ‌ହିଁର ପରୀକ୍ଷା କ‌ଋଥିଲେ । ସଂପ୍ରତି ତାଙ୍କ ମଧ୍ୟ‌ଋ ଜଣେ ସାହେବ କଦଳୀ ପଟୁଆରେ ଏକ ପ୍ରକାର ଉତ୍ତମ କାଗଜ ପ୍ରସ୍ତୁତ କରିଅଛନ୍ତି, ବାମ୍ବେଟାଇମସ ସମ୍ପାଦକଙ୍କର କୌଣସି ମିତ୍ର ଇଙ୍ଗଲଣ୍ତ‌ଋ କଦଳୀ ପଟୁଆରେ