ରୋଗଶୋକପରୀତାପବନ୍ଧନବ୍ୟସନାନିଚ ।
ଆତ୍ମାପରାଧବୃକ୍ଷସ୍ୟ ଫଳାନ୍ୟେତାନି ଦେହିନାଂ ।।
ଦେହିର ନିଜକୃତ ଅପରାଧଋପ ବୃକ୍ଷର ରୋଗ ଶୋକ ପରିତାପ ବନ୍ଧନ ବ୍ୟସନଋପ ଫଳ ହୁଏ ।
ଇହା ଶୁଣି ହିରଣ୍ୟକ ଚିତ୍ରଗ୍ରୀବର ବନ୍ଧନ ଚ୍ଛେଦନ କରିବାକୁ ଶୀଘ୍ର ନିକଟକୁ ଯାନ୍ତେ ଚିତ୍ରଗ୍ରୀବ ତାହା ଦେଖି କହିଲା, ହେ ମିତ୍ର ଏମନ୍ତ କର ନା ପ୍ରଥମେ ଆମ୍ଭର ଆଶ୍ରିତ ଏହି କପୋତମାନଙ୍କ ପାଶ ଚ୍ଛେଦନ କର, ପଶ୍ଚାତ୍ ଆମ୍ଭର ଜାଲ ଚ୍ଛେଦନ କରିବ । ତେତେବେଳେ ହିରଣ୍ୟକ କହିଲା, ଆମ୍ଭେ ଅଳ୍ପବଳ, ଆଉ ଆମ୍ଭର ଦନ୍ତମଧ୍ୟ କୋମଳ, ଅତଏବ ଏହି ସମସ୍ତଙ୍କର ବନ୍ଧନ ଚ୍ଛେଦନ କରିବା ପାଇଁ କିଋପେ ସମର୍ଥ ହେବା ? ତେବେ ଆମ୍ଭେ ଦନ୍ତ ଯେତେବେଳ ପର୍ଯ୍ୟନ୍ତେ ଭାଙ୍ଗି ନ ଯିବ ତେତେବେଳ ପର୍ଯ୍ୟନ୍ତେ ତୁମ୍ଭର ପାଶ ଚ୍ଛେଦନ କଋଂ; ପଶ୍ଚାତ୍ ଏମାନଙ୍କର ସୁଦ୍ଧା ଯେତେ ପାରିବା ଚ୍ଛେଦନ କରିବୁଂ । ଚିତ୍ରଗ୍ରୀବ କହିଲା, ଏମନ୍ତ ହେଉ, ତଥାପି ଯଥାଶକ୍ତି ଏମାନଙ୍କର ବନ୍ଧନ ଖଣ୍ତନ କର । ହିରଣ୍ୟକ କହିଲା, ଆପଣାକୁ ପରିତ୍ୟାଗ କରି ଆଶ୍ରିତ ଲୋକର ଯେଉଁ ରକ୍ଷା କରିବା, ତାହା ନୀତିଜ୍ଞ ଲୋକର ସମ୍ମତ ନୁହେଁ ; ଯେହେତୁଋ,
ଆପଦର୍ଥେ ଧନଂ ରକ୍ଷେଦ୍ଦାରାନ୍ ରକ୍ଷେଦ୍ଧନୈରପି ।
ଆତ୍ମାନଂ ସତତଂ ରକ୍ଷେଦ୍ଦାରୈରପି ଧନୈରପି ।।
ବିପତ୍ତି ନିମନ୍ତେ ଧନ ରକ୍ଷା କରିବ, ଧନଦ୍ୱାରା ସ୍ତ୍ରୀକୁ ରକ୍ଷା କରିବ, ଏବଂ ଆପଣାକୁ ସର୍ବଦା ସ୍ତ୍ରୀକୁ ରକ୍ଷା କରିବ, ଏବଂ ଆପଣାକୁ ସର୍ବଦା ସ୍ତ୍ରୀ ଦ୍ୱାରା ମଧ୍ୟ ଧନଦ୍ୱାରା ରକ୍ଷାକରିବ ।
ଧର୍ମାର୍ଥକାମମୋକ୍ଷାଣାଂ ପ୍ରାଣାଃ ସଂସ୍ଥିତିହେତବଃ ।
ତାନ୍ନିଘ୍ନତା କିଂ ନ ହତଂ ରକ୍ଷତା କିଂ ନ ରକ୍ଷିତଂ ।।
ଅଥଚ ଧର୍ମ ଅର୍ଥ କାମ ମୋକ୍ଷ ଏମାନଙ୍କ ସଂସ୍ଥିତି ନିମନ୍ତେ ଯେଉଁ ପ୍ରାଣ, ସେ ପ୍ରାଣକୁ ଯେଉଁ ଲୋକ ନଷ୍ଟ କରେ, ସେ କି ନଷ୍ଟ ନ କରେ ? ଆଉ ପ୍ରାଣକୁ ଯେ ରକ୍ଷା କରେ, ସେ ବ୍ୟକ୍ତି କି ରକ୍ଷା କରେ ? ଚିତ୍ରଗ୍ରୀବ କହିଲା, ହେ ମିତ୍ର, ନୀତିଶାସ୍ତ୍ର ଏହିଋପ ସତ୍ୟ, କିନ୍ତୁ, ଆମ୍ଭେ ଆପଣା ଆଶ୍ରିତ ଲୋକଙ୍କ ଦୁଃଖ କୌଣସି ପ୍ରକାରରେ ସହିପାଋ ନା, ସେଥି ନିମନ୍ତେ ଇହା ବୋଲୁଁ; ଯେହେତୁଋ,
ଧନାନି ଜୀବିତଞ୍ଚୈବ ପରାର୍ଥେ ପ୍ରାଜ୍ଞ ଉତ୍ସୃଜେତ ।
ସନ୍ନିମିତ୍ତେ ବରଂ ତ୍ୟାଗୋ ବିନାଶେ ନିୟତେ ସତି ।।