୨। ସୀତାଙ୍କ ବିବରଣ ।
ରାମ କହିଲେ ହେ ପ୍ରିୟତମେ । ସେ ବନ ଅତିଭୟାନକ ଏବଂ ସିଂହ ବ୍ୟାଘ୍ର ଓ ରାକ୍ଷସମାନଙ୍କରେ ପୂର୍ଣ୍ଣ । ତୁମ୍ଭେ ନବୀନ ଯୁବତୀ, ଏହି ଦୁର୍ଗମ ଭୟାନକ ଅରଣ୍ୟକୁ କିଋପେ ଯିବ, ଏବଂ ଫଳ ମୂଳ ଆହାର କରି କିଋପେ ପ୍ରାଣଧାରଣ କରିବ । ଆଉ ତୁମ୍ଭର କୋମଳ ଅଙ୍ଗ ଏବଂ ତୁମ୍ଭେ କୋମଳ ଶଯ୍ୟାରେ ଶୟନ କରି ଥାଅ, ମୃତ୍ତିକାରେ କିଋପେ ଶୟନ କରିବ । ଆଉମଧ୍ୟ ତୁମ୍ଭେ କେତେବେଳେ ଘଋ ବାହାର ହୋଇ ନାହଁ, ତୁମ୍ଭେ କିଋପେ ପଦବ୍ରଜରେ ଗମନ କରିବ; ତୁମ୍ଭର କୋମଳ ଚରଣ କୁଶାଙ୍କୁରରେ ବିଦ୍ଧ ହେଲେ ତୁମ୍ଭର ଚାଲିବାର ଶକ୍ତି ରହିତ ହେବ । ଇହା ଛାଡ଼ି ବନବାସରେ ଦୁହିଙ୍କର ବିକୃତ ମୂର୍ତ୍ତି ହେବ, ସେଥିରେ ପରସ୍ପର ଦର୍ଶନରେ ସୁଖ ହେବ ନାହିଁ । ଅତଏବ ତୁମ୍ଭେ ଅନ୍ତଃପୁରରେ ବାସ କର, ଚତୁର୍ଦ୍ଦଶ ବର୍ଷ ଗତ ହେଲେ ଆମ୍ଭେ ପୁନର୍ବାର ତୁମ୍ଭ ସଙ୍ଗେ ସୁଖରେ କାଳଯାପନ କରିବୁଁ । ସ୍ୱାମିର ଏ ସକଳ କଥାରେ ଜାନକୀ ଅତିଶୟ କାତରା ହୋଇ କହିଲେ, ହେ ନାଥ, ତୁମ୍ଭେ ପଣ୍ତିତ ହୋଇ କାହିଁକି ଏଋପ ଅନ୍ୟାୟ କଥା କହୁଅଛ, ଆଉ ଭୂମଣ୍ତଳରେ ତୁମ୍ଭେ ବୀର ନାମରେ ବିଖ୍ୟାତ, କିନ୍ତୁ ଯେଉଂ ବ୍ୟକ୍ତି ଆପଣା ଭାର୍ଯ୍ୟା ରକ୍ଷା କରିବାକୁ ଅକ୍ଷମ ହୁଏ, ତାହାର ବୀରତ୍ୱ କି? ଦେଖ, ଭରତ ତୁମ୍ଭ ରାଜ୍ୟ ନେବା ପାଇଁ କିଛି ଉପେକ୍ଷା କଲା ନାହିଁ, ତାହା ରାଜ୍ୟରେ ତୁମ୍ଭ ଭାର୍ଯ୍ୟାକୁ କିଏ ରକ୍ଷା କରିବ? ତୁମ୍ଭର ପ୍ରାପ୍ତ ରାଜ୍ୟ ଯେ ଅନାୟାସରେ ନେଲା, ତୁମ୍ଭ ସ୍ତ୍ରୀକୁ ନେବା ପାଇଁ ତାହାର ବିଳମ୍ବ କି? ତୁମ୍ଭେ କହୁଅଛ ବନ ଗମନରେ ଆମ୍ଭ ଚରଣରେ କଣଜ୍ଞଟା ଫୁଟିଯିବ, ମାତ୍ର ତୁମ୍ଭେ ନିକଟରେ ଥିଲେ ସେ କଣ୍ଟାକୁ ତୃଣଜ୍ଞାନ କରିବୁଁ । ଆଉ ମୃତ୍ତିକାରେ ଶୟନ କଲେ ଯେବେ ଅଙ୍ଗେ ଧୂଳି ଲାଗିବ ତାହାସୁଦ୍ଧା ତୁମ୍ଭ ପ୍ରଭାବରେ ଅଗୁଋ ଚନ୍ଦନ ଜ୍ଞାନ କରିବୁଁ, ଆଉ ତୁମ୍ଭ ସଙ୍ଗେ ଯେବେ ତଋମୂଳେ ବାସ କରିବୁଁ ତାହାସୁଦ୍ଧା ସ୍ୱର୍ଣ୍ଣପୁରୀଋ ସହସ୍ର ଗୁଣରେ ସୁଖଜନକ ହେବ । ତୁମ୍ଭ ଦୁଃଖରେ ଦୁଃଖ, ତୁମ୍ଭ ସୁଖରେ ସୁଖ, ତୁମ୍ଭ ବିନା ସକଳ ଅନ୍ଧକାର । ଯେବେ କାନନ ଭ୍ରମଣରେ କ୍ଷୁଧା ବା ତୃଷା ହେବ ତେବେ ତୁମ୍ଭ ଶ୍ୟାମଋପ ଦର୍ଶନରେ ତାହା ନିବାରଣ କରିବୁଁ । ବିଶେଷ, ଅନେକ ତୀର୍ଥ ପର୍ଯ୍ୟଟନ ହେବ, ଅପୂର୍ବ ବନ ଓ ଗିରି ଦର୍ଶନ କରିବୁଁ । ଆମ୍ଭେ ଯେତେବେଳେ ପିତାଙ୍କ ଗୃହରେ ଥିଲୁ, ବ୍ରାହ୍ମଣ ପଣ୍ତିତମାନେ କହନ୍ତି ଏହି