ପୃଷ୍ଠା:Prabodha Chandrika (1856).pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କନ୍ୟା ପତି ସଙ୍ଗେ ବନବାସ କରିବ ବ୍ରାହ୍ମଣଙ୍କ ବାକ୍ୟ କେତେବେଳେ ମିଥ୍ୟା ନୁହେ, ଆମ୍ଭ ଅଦୃଷ୍ଟରେ ବନବାସ ଅଛି ତାହା କିଏ ଖଣ୍ତନ କରି ପାରିବ । ବର୍ତ୍ତମାନ ତୁମ୍ଭେ ଯେବେ ଆମ୍ଭଙ୍କୁ ସଙ୍ଗେ ନେଇ ନ ଯିବ ତେବେ ଆମ୍ଭେ ଆତ୍ମହତ୍ୟା କରିବୁଁ ତ‌ହିଁରେ ତୁମ୍ଭେ ସ୍ତ୍ରୀ ବଧର ଅପରାଧୀ ହେବ ।

କନ‌କନନ୍ଦନୀ ଏହି ପ୍ରକାର ଉତ୍ତର କଲାଋ, ରାମ କ‌ହିଲେ, ହେ ସୀତେ, ତୁମ୍ଭ ମନ ପରୀକ୍ଷା ନିମନ୍ତେ ଆମ୍ଭେ ଏହି ସକଳ କଥା କ‌ହୁଥିଲୁଁ । ତୁମ୍ଭେ ଯେବେ ନିତାନ୍ତ ଆମ୍ଭ ସଙ୍ଗେ ଯିବାକୁ ଇଚ୍ଛା କର ତେବେ ଅଙ୍ଗାଭରଣ ପରିତ୍ୟାଗ କର । ଏହି କଥା ଶୁଣି ସୀତା ମହାଆହ୍ଲାଦିତା ହୋଇ ଆଭରଣ ଖୋଲି, ଯାହାକୁ ସମ୍ମୁଖରେ ଦେଖିଲେ, ତାହାକୁ ଦେଲେ ଏବଂ ଭଣ୍ତାରରେ ଯେତେ ବସ୍ତ୍ର ଓ ଧନ ଥିଲା ତେତିକିବେଳେ ତାହା ସକଳ ବିତରଣ କଲେ ।

ଅନନ୍ତର ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କ‌ହିଲେ, ଭାଇ ତୁମ୍ଭେ ଘରେ ରହି ସମସ୍ତଙ୍କୁ ପାଳନ କର; ଦାସ ଦାସୀମାନଙ୍କ ସର୍ବଦା ତ‌ତ୍ୱାବଧାରଣ କରିବ; କେତେବେଳେ ରାଜ୍ୟ ନେବାର ଆଶା କରିବ ନାହିଁ । ପିତାମାତା ଆମ୍ଭଙ୍କୁ ନ ଦେଖି କାତର ହେବେ; ମାତ୍ର ତୁମ୍ଭ ଆମ୍ଭର ଅଭେଦାତ୍ମା ଅତଏବ ତୁମ୍ଭଙ୍କୁ ଦେଖିଲେ ସୁଦ୍ଧା ଅନେକ ସାନ୍ତ୍ୱନା ପାଇବେ । ଲକ୍ଷ୍ମଣ କ‌ହିଲେ ଆମ୍ଭେ ଆପଣଙ୍କ ସେବକ, ଆପଣ ଯେବେ ଅରଣ୍ୟକୁ ଯିବ ଆମ୍ଭେସୁଦ୍ଧା ଆପଣଙ୍କ ଅନୁଚର ହୋଇ ସଙ୍ଗେ ଯିବୁଁ । ବିଶେଷ, ତୁମ୍ଭେ ଆମ୍ଭେ ଏକ, ବିମାତା ତାହା ଜାଣନ୍ତି; ଅତଏବ ଆମ୍ଭେ ତୁମ୍ଭ ସଙ୍ଗେ ଗମନ ନ କଲେ ସେ କଣ ମନରେ କରିବେ; ଏବଂ ସେବକ ଛାଡ଼ି ତୁମ୍ଭେ ସୀତାଙ୍କୁ ଘେନି କି ପ୍ରକାରେ ବନମାନଙ୍କରେ ଭ୍ରମଣ କରିବ । ଅତଏବ ଆମ୍ଭେ ଏଠାରେ ରହିବୁ ନାହିଁ ତୁମ୍ଭ ସଙ୍ଗରେ ଯିବୁ । ରାମ କ‌ହିଲେ ଯେବେ ନିତାନ୍ତ ସମ‌ଭିବ୍ୟାହାରୀ ହୁଅ ତେବେ ଉତ୍ତମ ଧନୁକ ଓ ଶର ସଙ୍ଗେ ନିଅ । କାହିଁକିନା ବନ ମଧହରେ ଅନେକ ରାକ୍ଷସ ରାକ୍ଷସୀ ଅଛନ୍ତି ସେମାନଙ୍କ ସଙ୍ଗେ ସତ‌ତ ଯୁଦ୍ଧ ଦ୍ୱନ୍ଦ୍ୱ ହେବ । ଏହି କଥା ଶୁଣି ଲକ୍ଷ୍ମଣ ଉତ୍ତମ ଉତ୍ତମ ଧନୁକ ଓ ଶର ବାଛି ନେଲେ । ତଦନ‌ନ୍ତର ରାମ କ‌ହିଲେ, ଆମ୍ଭେମାନେ ବ‌ନ‌କୁ ଯାଉଅଛୁଁ, ଆମ୍ଭମାନଙ୍କର ଧନରେ ପ୍ରୟୋଜନ ନାହିଁ; ଅତଏବ ପୁରୋହିତ ଓ ସକଳଜାତ ବ୍ରାହ୍ମଣ ଅଣାଇ, ଯେ ଯାହା ଇଚ୍ଛା କରନ୍ତି ତାହାଙ୍କୁ ତାହା ଦାନ କର; ଏବଂ ଦରିଦ୍ର ଭିକ୍ଷୁକ ଦୀନ ଅନାଥ ଯେଉଁମାନେ ଆମ୍ଭମାନଙ୍କ ଦୁଃଖରେ ଦୁଃଖୀ ସେମାନଙ୍କ ମଧ୍ୟ‌ଋ ଯେ ଯାହା ଯାଚଞ୍ଜା କରନ୍ତି ତାହା ସେମାନଙ୍କୁ ଦିଅ; ଚତୁର୍ଦ୍ଦଶ ବର୍ଷ ମଧ୍ୟରେ ଯେ ଋପେ କାହାକୁ