ସୁଦ୍ଧା ଅନ୍ୟକ୍ଷ ଭକ୍ଷା କରିବାକୁ ନୋହିବ । ଏହା ଆଜ୍ଞା ପାଇ ଲକ୍ଷ୍ମଣ ମୁକ୍ତ ହସ୍ତରେ ସେଇ ଧନ ବିତରଣ କଲେ । ଏହିଋପେ ଅନେକେ ଅନେକ ଧନ ପାଇଲେ ଏବଂ ଯେ ଅତି ଦରିଦ୍ର ଥିଲା ସେ ସୁଦ୍ଧା ଧନାଢ୍ୟ ହେଲା ।
ଅନନ୍ତର ରାମ, ଲକ୍ଷ୍ମଣ ଓ ସୀତା ଅରଣ୍ୟ ଗମନ କରିବା ଲାଗି ପ୍ରସ୍ତୁତ ହେଲେ । ଯେଉଁ ରାମ ଲକ୍ଷ୍ମଣ ସୁନାର ଚତୁର୍ଦୋଳାରେ ଗମନ କଋଥିଲେ, କେତେବେଳେ ଭୂମିରେ ପାଦ କ୍ଷେପଣ କରନ୍ତି ନାହିଁ; ଓ ଯେଉଁ ସୀତା କେତେବେଳେ ସୂର୍ଯ୍ୟଙ୍କ ମୁଖାବଲୋକନ କରି ନଥିଲେ; ସେମାନେ ଅଟ୍ଟାଳିକାଋ ବାହାର ହୋଇ ରାଜ ମାର୍ଗରେ ଛିଡ଼ା ହୋଇ ଅଛନ୍ତି । ସେମାନଙ୍କର ଏହି ଅବସ୍ଥା ଦେଖି ଅଯୋଧ୍ୟାବାସୀ ସ୍ତ୍ରୀ ପୁରୁଷ ଆବାଳବୃଦ୍ଧ ସମସ୍ତେ ହାହାକାର କରି କ୍ରନ୍ଦନ କଲେ । ରାଜା ଦଶରଥ କେକୟୀଙ୍କ ବଶତାପନ୍ନ ହୋଇ ସେମାନଙ୍କୁ ବନବାସ କରାଇଲେ ଏହା ଅପବାଦରେ ତାବତ୍ ନଗର ପୂର୍ଣ୍ଣ ହେଲା ।
ଅନନ୍ତର ରାମ ଲକ୍ଷ୍ମଣ ଓ ସୀତା ରାଜାଙ୍କ ନିକଟକୁ ବିଦା ହେବା ଲାଗି ଗଲେ । ରାଜା ତେତେବେଳେ ଶୋକରେ ବ୍ୟାକୁଳ ହୋଇ କାଳ ଭୂଜଙ୍ଗିନୀ କେକୟୀ ରାଣୀକି ନାନାପ୍ରକାର ତିରସ୍କାର କଋଥିଲେ । ପରେ ରାମଚନ୍ଦ୍ର ବିଦା ହେବା ପାଇଁ ଆସିଅଛନ୍ତି ଏହା ସମ୍ବାଦ ହେଲାଋ ସେ ମହିଷୀମାନଙ୍କୁ ଡାକିବା ଲାଗି କହିଲେ । ସେମାନେ ଆସି ରାଜାଙ୍କ ଚାରି ପାଖରେ ବସିଲେ । ରାମ, ଲକ୍ଷ୍ମଣ ଏବଂ ସୀତା ତିନି ଜଣ ରାଜାଙ୍କୁ ନମସ୍କାର କରି କହିଲେ ମହାରାଜ, ଅନୁମତି ହେଉ ଆମ୍ଭେମାନେ ବନକୁ ଗମନ କରିବୁଁ । ରାଜା କ୍ରନ୍ଦନ କରି କରି କହିଲେ ବତ୍ସ, ତୁମ୍ଭ ସଙ୍ଗେ ଆମ୍ଭର ପୁନଦର୍ଶନର ଆଶା ନାହିଁ, ତୁମ୍ଭ ଶୋକରେ ଆମ୍ଭର ଜୀବନାନ୍ତ ନିଶ୍ଚିତ, ଅତଏବ ଆମ୍ଭେ ତୁମ୍ଭ ସଙ୍ଗେ କାନନକୁ ଯିବୁଁ । ରାମ କହିଲେ ପୁତ୍ର ସଙ୍ଗେ ପିତା ଅରଣ୍ୟକୁ ଯିବାର ବିଧି ନୁହେ । ରାଜା କହିଲେ ତେବେ ତୁମ୍ଭେ ଅଦ୍ୟ ବନ ଯାତ୍ରା ନ କର କାଲି ଯିବ, ଆଜି ଆମ୍ଭେ ତିମ୍ଭଙ୍କୁ ଦେଖି ମନର ଆଶା ପୂର୍ଣ୍ଣ କରିବୁ । ରାମ କହିଲେ ଏକ ରାତ୍ର ନିମନ୍ତେ କାହିଁକି ଗୋଟାଏ ଅପଯଶ ରହିବ । ବିଶେଷ, ତାହା ହେଲେ ବିମାତା ଠାକୁରଣୀ ମନ୍ଦ ବୋଲି କହିବେ; ଅତଏବ ଆଜି କାନଙ୍କୁ ଗମନ କରିବା ଶ୍ରେୟଃ ।
ରାଜା ଏହି କଥା ଶୁଣି ସୁମନ୍ତ୍ର ସାରଥିକି ଆଜ୍ଞା ଦେଲେ ରାମଙ୍କ ସଙ୍ଗେ ତୁରଙ୍ଗ ମାତଙ୍ଗ ଓ ବହୁମୂଲ୍ୟ ଧନ ଦିଅ; ଅରଣ୍ୟ ଭିତରେ ଅନେକ ପୁଣ୍ୟ