ମସିହାରେ ଜନ୍ମ ଗ୍ରହଣ କରେ । ଏଥିରୁ ସର୍ବଭାରତୀୟ ସ୍ତରରେ ଉତ୍କଳ ଶିକ୍ଷା କ୍ଷେତ୍ରରେ କେତେ ପଛରେ ପଡ଼ି ରହିଗଲା, ତାହା ସହଜରେ ଅନୁମାନ କରାଯାଇପାରେ ।
ଓଡ଼ିଶାର ମୁଦ୍ରଣ ଶିଳ୍ପର ପ୍ରାଥମିକ ଅବସ୍ଥା
ଆଧୁନିକ ଶିକ୍ଷା ପ୍ରସାର କ୍ଷେତ୍ରରେ ଛାପାଖାନାର ଅବଦାନ ବିପୁଳ । ପ୍ରଥମ କରି ୧୮୩୬ ମସିହାରେ କଟକରେ ଏକ ଛାପାଖାନା ପ୍ରସ୍ତୁତ ହେଲା । କିନ୍ତୁ ଏହା ପୂର୍ବରୁ ବାଇବେଲର ଦ୍ୱିତୀୟ ଭାଗ ୧୮୧୧ ମସିହାରେ କଲିକତାସ୍ଥ ଶ୍ରୀରାମପୁର ମିଶନ ପ୍ରେସରେ ମୁଦ୍ରିତ ହୋଇଥିଲା । ପ୍ରଥମ ଓଡ଼ିଆ ବାଇବେଲ ୧୮୧୪ ମସିହାରେ ଛାପା ଯାଇଥିଲା । ୧୮୧୧ ଖ୍ରୀଷ୍ଟାବ୍ଦରୁ ମିଶନାରୀମାନେ ସେମାନଙ୍କ ଧର୍ମ ପ୍ରଚାର ପାଇଁ କେନ୍ଦ୍ରସ୍ଥଳରୂପେ ଓଡ଼ିଶାର କଟକ ସହର ଓ ସେଠାରେ ଥିବା ମିଶନ ପ୍ରେସକୁ ବାଛି ଆସିଥିଲେ । ଏହି ମିଶନ ପ୍ରେସ ଓଡ଼ିଶାର ପ୍ରଥମ ଛାପାଖାନା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଓଡ଼ିଶାର ପତ୍ରପତ୍ରିକାର ପ୍ରକାଶନ ସହିତ ବଙ୍ଗଳା ଓ ଭାରତୀୟ ଭାଷାମାନଙ୍କର ପତ୍ରିକା ପ୍ରକାଶନର ତୁଳନା କଲେ ଦେଖାଯାଏ ଯେ ବଙ୍ଗଳା ଭାଷାରେ ସେହି ଶ୍ରୀରାମପୁର ମିଶନାରୀ କେନ୍ଦ୍ରରୁ ଖ୍ରୀ: ୧୮୧୮ରେ 'ଦିଗ୍ଦର୍ଶନ' ଓ ୧୮୨୨ ମସିହାରେ 'ସମାଚାର ଚନ୍ଦ୍ରିକା' ପ୍ରକାଶ ପାଇଥିଲା । କିନ୍ତୁ ବଙ୍ଗ ଦେଶରେ ଖ୍ରୀ: ୧୭୭୮ ରେ ପ୍ରଥମ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେହି ବର୍ଷ ହୁଗୁଳିରୁ ହଲ୍ହେଡ୍ଙ୍କଦ୍ୱାରା ରଚିତ ବଙ୍ଗଳା ଭାଷାର ବ୍ୟାକରଣ ପ୍ରକାଶ ପାଇଥିଲା ।
୧୫୩୮ ମସିହାରେ ମେକ୍ସିକୋ ସହରରେ ପ୍ରଥମେ ମୁଦ୍ରଣ ଶିଳ୍ପ ଆରମ୍ଭ ହୋଇଥିଲା । ପରେ ଜନୈକ ଖ୍ରୀଷ୍ଟଧର୍ମାବଲମ୍ବୀ ମାଷ୍ଟର ଫ୍ରାନସିସ୍ ଗୋଆକୁ ବାଣିଜ୍ୟ ବ୍ୟବସାୟ ସଂକ୍ରାନ୍ତରେ ଆସି ସେଠାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ କରିଥଲେ । ୧୫୫୬ ଖ୍ରୀଷ୍ଟାବ୍ଦରେ ଦଳେ ପର୍ତ୍ତୁଗୀଜ ଗୋଆରେ ଅବତରଣ କରିଥିଲେ ଓ ସେମାନଙ୍କ ସଙ୍ଗରେ ଏକ ମୁଦ୍ରାଯନ୍ତ୍ର, ମୁଦ୍ରାକର