ପଦାର୍ଥର ଚାଷ କରିଅଛନ୍ତି, କିନ୍ତୁ କେହିସୁଦ୍ଧା କୃତକାର୍ଯ୍ୟ ହୋଇ ନାହାନ୍ତି । ଲଙ୍କା ଦ୍ୱୀପରେ ଏହି ପଦାର୍ଥର ଦୁଇ ଏକଟା ଗଛ ଅଛି, ମାତ୍ର ତାହା ଉତ୍ତମ ତେଜସ୍ୱୀ ନୁହେ ।
ଜାଇଫଳ ଗଛ ଦେଖିବାକୁ ଗୁଆ ଗଛ ସମାନ ; ବଳା-ଦ୍ୱୀପରେ ଏ ଗଛ ୩୦।୩୫ ହାତ ଉଚ୍ଚ ହୁଏ, କିନ୍ତୁ ସିଙ୍ଗାପୁର-ପ୍ରଦେଶରେ ତାହା ୧୫।୨୦ ହାତଋ ଅଧିକ ଉଚ୍ଚ ଦେଖାଯାଏ ନାହିଁ । ଯେଉଁ ସ୍ଥାନର ଛାୟା ଅଧିକ ପୁଣି ଅଧିକ ଝଡ଼ ବୃଷ୍ଟି ନ ଲାଗେ, ସେହିଠାରେ ଏହି ବୃକ୍ଷ ଉତ୍ତମଋପେ ଜନ୍ମେ । ଏ ବୃକ୍ଷର ଏକ ପ୍ରଧାନ ଲକ୍ଷଣ ଏହି କି, ସେଥିମଧ୍ୟରୁ କେତେଗୁଡ଼ିକରେ ସ୍ତ୍ରୀ ପୁଷ୍ପ, ଓ ଆଉ କେତେଗୁଡ଼ିକରେ ପୁଂପୁଷ୍ପ ଜନ୍ମ ହୁଏ; ଅଥଚ କେବେ ୨ ଦୁଇ ପ୍ରକାର ପୁଷ୍ପ ଏକା ବୃକ୍ଷରେ ଜନ୍ମେ; ମାତ୍ର ସେ ବୃକ୍ଷରେ ଅଧିକ ଫଳ ଉତ୍ପନ୍ନ ହୁଏ ନାହିଁ ।
ଜାଇଫଳର ଚାଷ ଅତି ଲାଭଜନକ । ଏକ ବିଘା ଭୁମିରେ ୭୦ ଗୋଟା ବୃକ୍ଷ ଲାଗିପାରେ, ତହିଁର ପ୍ରତିବୃକ୍ଷରେ ବର୍ଷକେ ଟ ୧୦।୧୨ଙ୍କା ମୂଲ୍ୟର ଜାଇଫଳ ଜାଇତ୍ରୀ ଉତ୍ପନ୍ନ ହୁଏ; ସୁତରାଂ ପ୍ରତି ବିଘାରେ ଟ ୭୦୦।୮୦୦ଙ୍କା ମିଳେ । ଅନ୍ୟ କୌଣସି ଚାଷ ଇହା ସମାନ ଲାଭଦାୟକ ବୋଧ ହୁଏ ନାହିଁ । ନାରିକେଳ ପରି ଜାଇଫଳ-ବୃକ୍ଷରେ ବାର ମାସ ଫଳଫୁଲ ହୁଏ ; ଅତଏବ ଇହାର ଏକାବେଳକେ ସମସ୍ତ ଫସଲ ନଷ୍ଟ ହେବାର ସମ୍ଭାବନା ମଧ୍ୟ ନାହିଁ । କେବଳ ଏହି ଲାଭ ଭୋଗ କରିବା ନିମନ୍ତେ ଅନେକ ସହିସ୍ପୁତା ଗୁଣ ଥିବା ଅତ୍ୟନ୍ତ ପ୍ରୟୋଜନୀୟ, ତାହା ନ ଥିଲେ ଜାଇଫଳ ଚାଷର ସମସ୍ତ ପରିଶ୍ରମ ବ୍ୟର୍ଥ ହୁଏ । ପନ୍ଦର ବର୍ଷ କାଳ କ୍ରମାଗତ ଅପର୍ଯାପ୍ତ ପରିଶ୍ରମରେ ଏହି ବୃକ୍ଷର ପାଳନ କରିବାକୁ ହୁଏ; ସେ କାଳ ମଧ୍ୟରେ ଝଡ଼, ବୃଷ୍ଟି, ଉଇ, ସୁଆ ପ୍ରଭୃତି ଅନେକ ଆପଦଋ ଏହି ବୃକ୍ଷର ରକ୍ଷା ନ କଲେ ପ୍ରାଗୁକ୍ତ ଲାଭ ଭୋଗ ହୋଇ ନ ପାରେ । ଉଇ ପୋକ ନିବାରଣ ନିମନ୍ତେ ଉକ୍ତ ଦ୍ୱୀପ ନିବାସିମାନେ ଶୂକର ବିଷ୍ଠା ଜଳରେ ଗୋଳି ବୃକ୍ଷମୂଳରେ ସେଚନ କରନ୍ତି, ଏବଂ କହନ୍ତି ଯେ ତହିଁରେ ସବୁ ଉଇ ପୋକ ଏକାବେଳକେ ବିନଷ୍ଟ ହୁଅନ୍ତି । ଏତଦ୍ଦେଶୀୟ ଇକ୍ଷୁ-ଚାଷର ପରମଶତ୍ରୁ ଉଇପୋକ; ସେ ଉଇପୋକ ଅନେକ କୃଷିର ସର୍ବସ୍ୱ ନଷ୍ଟ କରି ଦିଅନ୍ତି ; ଶୂକର-ବିଷ୍ଠାରେ ଯଦ୍ୟପି ତହିଁର ପ୍ରତୀକାର ହୁଏ, ତେବେ ଅବଶ୍ୟ ପରୀକ୍ଷା କରିବା କର୍ତ୍ତବ୍ୟ ।