ପୃଷ୍ଠା:Prabodha Chandrika (1856).pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜାଇତ୍ରୀ ଓ ଜାଇଫଳ ବିଷୟ

କଥିତ ଅଛି କି, ପ୍ରସ୍ତାବିତ ବୃକ୍ଷର ଫଳ ବାର ମାସ ଜନ୍ମେ; ତାହା ଦେଖିବାକୁ ଗବଫଳ ପ୍ରାୟ; ପୁଣି ତାହା କାଟିଲେ ତ‌ହିଁ ମଧ୍ୟ‌ଋ ଯେଉଁ ବୀଜ ବାହାରେ ତାହା ଜାଇଫଳ ନାମରେ ପ୍ରସିଦ୍ଧ ଏବଂ ସେ ବୀଜସୁଦ୍ଧା ତଦାବରଣକାରି ଶସ୍ୟ ମଧ୍ୟରେ ଯେଉଁ ପଦାର୍ଥ ଥାଏ ତାହା ନାମ ଜାଇତ୍ରୀ । ସେ ଦୁଇ ପଦାର୍ଥକୁ ଶୁଖାଇଲେ ବାଣିଜ୍ୟର ଉପ‌ଯୁକ୍ତ ହୁଏ ।

ସମାଚାର ପତ୍ରିକା

ସନ୍ତାଲମାନଙ୍କ ଇସ୍ତିହାର ।

ସନ୍ତାଲମାନେ ସୁଜାରାମ‌ପୁରସ୍ଥ ଜି ଗ୍ରାଣ୍ଟ ସାହେବଙ୍କ କୋଠୀକୁ ଏବଂ ଭାଗଲପୁର ଅଦାଲତକୁ ଯେଉଁ ଦୁଇ ପ‌ଋଆନା ଚିଟୀ ପଠାଇ ଅଛନ୍ତି ତଳେ ସେଥିର ଅନୁବାଦ ଗ୍ରହଣ କରାଗଲା ।

୧। "ଶିବଶାହ ଭଗତସୁବାଙ୍କ ଆଜ୍ଞାନୁସାରେ ସୁଜାରାମ‌ପୁରର କୋଠୀଉଆଲା ଗ୍ରାଣ୍ଟ ସାହେବଙ୍କ ଉପରେ" ।

ସମ୍ବାଦ, ଏହି ଆଜ୍ଞା ପ୍ରାପ୍ତ ହେଲାବାଦ ତୁମ୍ଭେ ଆପଣା ଦ୍ରବ୍ୟାଦି ନେଇ କୋଠୀତ୍ୟାଗ କରିବ, ଯେବେ ତୁମ୍ଭେ ପ୍ରତିବାଦ କିମ୍ବା କୌଣସି ଓଜର କରିବ ତାହା ଶୁଣା ଯିବ ନାହିଁ ଅତଏବ ଏତଦ୍ୱାରା ସମ୍ବାଦ ଦିୟା ଯାଉଅଛି ଯେ ବୁଧବାର ଦିନ ଆମ୍ଭ ସେନାପତିମାନେ ତୁମ୍ଭ କୋଠୀରେ ଉପସ୍ଥିତ ହେବେ, କୌଣସି ରୟତଙ୍କ ହାନି ହେବ ନାହିଁ, ବରଂ ସେମାନଙ୍କୁ ରକ୍ଷା କରାଯିବ, ୧୨୬୩ ସାଲ ପୌଷ ମାସ ୩୦ ଦିନ ।

୨। ଦ୍ୱିତୀୟ ପ‌ଋଆନା କିମଶନର, ଜ‌ଜ, ମାଜିଷ୍ଟ୍ରେଟ, କଲେକ୍ଟର ସାହେବ ପ୍ରଭୃତି ଗବର୍ଣ୍ଣମେଣ୍ଟର ଚିହ୍ନିତ ଚାକରଙ୍କ ଉପରେ ।


ସଂସ୍କୃତଭାଷାରେ ଏହି ପଦାର୍ଥର ଅନେକ ନାମ ଅଛି, ଯଥା ଜାତୀଫଳ, ଜାତିଫଳ, ଜାତିପୁଷ୍ପସାର, ରାଜଭୋଗ୍ୟ, ଜାତୀକୋଶ, ଜାତିକୋଷ ।