ପୃଷ୍ଠା:Prabodha Chandrika (1856).pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଚାର ପତ୍ରିକା

ପାଠକ ବର୍ଗଙ୍କର ସ୍ମରଣ ରହିବ ଏଥି ପୂର୍ବରେ କୁତ୍ସିତ ଛବୀ ଓ ଶୃଙ୍ଗାର ରସ ଘଟିତ ପୁସ୍ତକ ପ୍ରକାଶ ଓ ପ୍ରକାଶ୍ୟ ସ୍ଥାନରେ ବିକ୍ରୟ କରିବା ଏବଂ ସରକାରୀ ରାସ୍ତାରେ ବା ଅନ୍ୟ କୌଣସି ସାଧାରଣ ସ୍ଥାନରେ କୁତ୍ସିତ ପ୍ରତିମୂର୍ତ୍ତି ବାହାର ଓ କଦର୍ଯ୍ୟ ଗାନ‌କରିବା ନିବାରଣ ପକ୍ଷରେ ଏକ ନୂତନ ଆଇନର ମୂସାବିଦା ପ୍ରକାଶ ହୋଇଥିଲା ବର୍ତ୍ତମାନ ଉକ୍ତ ମୂସାବିଦାରେ ନମ୍ବର ଦିୟା ଯାଇ ଗତ ଜାନୁଏରି ମାସ ୩୦ ତାରିଖର କଲିକତା ଗେଜେଟରେ ଆଇନସ୍ୱ‌ଋପେ ପ୍ରକାଶ ପାଇଅଛି ।


ବାବୁ ରାଧାମାଧବ ଦତ୍ତଙ୍କୁ ଯେଉଁମାନେ ହତ୍ୟା କରିଅଛନ୍ତି ହୁଗୁଳୀର ଶ୍ରୀଯୁକ୍ତ ମାଜିଷ୍ଟ୍ରେଟ ମହାଶୟ ମନୋଯୋଗ ପୂର୍ବକ ଚେଷ୍ଟିତ ହୋଇଅଛନ୍ତି ସେମାନଙ୍କୁ ଧୃତ କରିବେ, ସେ ପୂର୍ବରେ ୫୦୦ ଟଙ୍କା ପାରିତୋଷିକର ଏକ ବିଜ୍ଞାପନ ପ୍ରେରଣା କରିଥିଲେ ଭାସ୍କରାଦି ସମାଚାର ପତ୍ରରେ ତାହା ପ୍ରକାଶ ହୋଇଅଛି ମାତ୍ର ତ‌ହିଁରେ କୌଣସି ଉପକାର ଦେଖା ଗଲା ନାହିଁ, ପୁନର୍ବାର ପାଞ୍ଚ ସ‌ହସ୍ର ଟଙ୍କା ପାରିତୋଷିକର ଆଉ ଖଣ୍ତେ ବିଜ୍ଞାପନ ପଠାଇ ଅଛନ୍ତି ପାଠକ ମ‌ହାଶୟମାନେ ଆଜଦିନ ଭାସ୍କରରେ ତାହା ଦେଖିବେ ଉକ୍ତ ମାଜିଷ୍ଟ୍ରେଟ ମହାଶୟ ପାଞ୍ଚ ସ‌ହସ୍ର ଟଙ୍କା ପାରିତୋଷିକ ଦାନରେ ସ୍ୱୀକୃତ ହେଲେ ଏବଂ ବାବୁ ଗୁଋଦାସ ଦତ୍ତ ଦୁଇ ସ‌ହସ୍ର ଟଙ୍କା ପାରିତୋଷିକର ଅଙ୍ଗୀକାର ପତ୍ର ପ୍ରଚାର ହେଲା ଏବଂ ଆମ୍ଭେମାନେ ଶ୍ରୀଯୁକ୍ତ ବାବୁ ଗୁଋଦାସ ଦତ୍ତଙ୍କ ଅଭିପ୍ରାୟ ଜାଣି କ‌ହୁଅଛୁଁ ଉକ୍ତ ବାବୁ ଆହୁରି ତିନି ସ‌ହସ୍ର ଟଙ୍କା ଦେବେ ଯେଉଁ ବ୍ୟକ୍ତି ଦୋଷିଗଣଙ୍କ ଅନୁସନ୍ଧାନ ବୋଲି ଧୃତ କରାଇ ପାରିବେ ତାହା ପାକ୍ଷରେ ଦଶ ସ‌ହସ୍ର ଟଙ୍କା ପାରିତୋଷିକ ଅଳ୍ପ ପାରିତୋଷିକ ନୁହେ ଏଥିରେ ଜଣେ ମନୁଷ୍ୟ ଧନୀ ହୋଇ ସ୍ୱଚ୍ଛନ୍ଦରେ ଜୀବନ କଟାଇ ପାରେ, ବିଶେଷତଃ ଉକ୍ତ ଗୋଇନ୍ଦା ଯେବେ ହ‌ଯତା‌ସଂସ୍ରବରେ ଥାଏ ତ‌ଥାପି ଗବର୍ଣ୍ଣମେଣ୍ଟ ସେଥିରେ ଦଣ୍ତ କରିବେ ନାହିଁ, ଯଥାର୍ଥ‌ଋପେ ସମସ୍ତ ପ୍ରକାଶ କଲାଋ ତାକୁ ଖଲାସ ଦେବେ ଅତଏବ ଯେଉଁମାନେ ଏହି ବିଷୟରେ ଅନୁସନ୍ଧାନ ଜାଣନ୍ତି ସେମାନେ ପ୍ରଚାର ହୋଇ ସମସ୍ତ ବିଷୟ କ‌ହି ଦଶ ସ‌ହସ୍ର ଟଙ୍କା ଗ୍ରହଣ କ‌ଋନ୍ତୁ ଏବଂ ଗବର୍ଣ୍ଣମେଣ୍ଟଙ୍କ ଲଜ୍ଜା ନିବାରଣ କରି ସେମାନଙ୍କ ସମୀପରେ ପ୍ରତିପନ୍ନ ହେଉନ୍ତୁ ସେମାନେ ଯେବେ ଉପ‌ଯୁକ୍ତ ହେବେ ତେବେ ଡ଼େପୁଟୀ ମାଜିଷ୍ଟ୍ରେଟୀ,