ପୃଷ୍ଠା:Prabodha Chandrika (1856).pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଚାର ପତ୍ରିକା

ଡ଼େପୁଟୀ କଲେକ୍ଟରୀ, ମୁନିସଫୀ, ସଦର ଅମୀନୀ, ପ୍ରଧାନ ସଦର ଅମୀନୀ ଇତ୍ୟାଦି ଯେଉଁ କର୍ମ ଚାହିଁବେ ଗବର୍ଣ୍ଣମେଣ୍ଟ ସେମାନଙ୍କୁ ତାହାସୁଦ୍ଧା ଦେବେ, ଏଥିରେ ଯେବେ ଏପ୍ରକାର ସନ୍ଦେହ କରିବେ ଏ ସକଳ କର୍ମ ବିଧିବଦ୍ଧ ହୋଇଅଛି ଗବର୍ଣ୍ଣମେଣ୍ଟ ବିଧି ଛାଡ଼ି କିଋପେ ଚଳିବେ ? ଇହାର ଉତ୍ତର ଏହି କି "ଏହି ସକଳ କର୍ମର ବିଧାନ ମଧ୍ୟରେ ଲେଖା ଅଛି ପରୀକ୍ଷାଦିର ଅପେକ୍ଷା ନ ହୋଇ ଶ୍ରୀ ଶ୍ରୀଯୁକ୍ତ ଗବର୍ଣ୍ଣର ଜେନରଲ ବାହାଦୁର ମନକଲେ ଜଣେ ମଜୁର ଲୋକ‌କୁ ସୁଦ୍ଧା ପ୍ରଧାନ ସଦର ଅମୀନ କରି ପାରିବେ" ଅତଏବ ଗୋଏନ୍ଦାମାନଙ୍କର କୌଣସି ସନ୍ଦେହର ବିଷୟ ନାହିଁ ।

ଶ୍ରୀଯୁକ୍ତ ଗବର୍ଣ୍ଣ ଜେନରଲ ବାହାଦୁର ଶାରୀରିକ ଅସ୍ୱାସ୍ଥ୍ୟ ହେତୁଋ ଗତ ଶୁକ୍ରବର କୌନ୍‌ସଲରେ ଉପବିଷ୍ଟ ହୋଇ ପାରି ନାହାନ୍ତି, କାପ୍ତାନ ବୌଇ ସାହେବ କୌନସ୍‌ଲର କାଗଜାଦି ନେଇ ବାରାକ ପୁରକୁ ଯାଇଅଛନ୍ତି ଲାର୍ଡ଼ ବାହାଦୁର ସେଠାରେ ଅବସ୍ଥିତି କ‌ଋଅଛନ୍ତି, ନୂତନ ଗବର୍ଣ୍ଣର ଜେନରଲ ଶ୍ରୀଯୁତ ଲାର୍ଡ଼ କେନିଂ ବାହାଦୁର ବୋମ୍ବାଇ ନ‌ଗରରେ ଉପନୀତ ହୋଇଅଛନ୍ତି, ଫେବୃଏରି ମାସ ଶେଷରେ କଲିକତାକୁ ଆସି ପାରନ୍ତି ।


ଏଥି ମଧ୍ୟରେ ଶୁଣାଯାଉ ଥିଲା ଶ୍ରୀହଟ୍ଟ ଜିଲା ମଧ୍ୟରେ ଚା ଉତ୍ପନ୍ନ ହେବ ବୋଲି ଆରମ୍ଭ ହୋଇଅଛି ବର୍ତ୍ତମାନ ଜଣା ଗଲା କି ଉକ୍ତ ଜିଲାର ଉତ୍ତର ପଶ୍ଚିମାଂଶେର ଅନେକ ଚା ଚାରା ଜନ୍ମ୍ୁ ଅଛି, ମଣିପୁରରେ ଉତ୍ପନ୍ନ ଚା କଲିକତାକୁ ଅଣା ଯାଉଅଛି ଏବଂ ଅନେକ ଲୋକେ ତାହା ଗ୍ରାହ୍ୟ କରି ଅଛନ୍ତି, ବୋଧହୁଏ ଶ୍ରୀହଟ୍ଟୋତ୍ପନ୍ନ ଚା ସୁଦ୍ଧା ତଦ୍ରୁପ ଉତ୍ତମ ବ୍ୟବ‌ହାର୍ଯ୍ୟ ହୋଇପାରେ ।


ଡ଼କାଇତୀ

ଈଂଲିସମ୍ୟାନ ପତ୍ରରେ ଜଣାଗଲା ଡ଼ାଏମଣ୍ତ ହାରବର ନିକଟରେ ପୋଲିସ ଥାନାର ପାଦ କ୍ରୋଶ ବ୍ୟବଧାନରେ ଗୋବିନ୍ଦପୁର ଗ୍ରାମରେ ଗୁଋଦାସ ପୋଦ୍ଦାର ଘରେ ଗତ ଜାନୁଏରି ମାସ ୧୧ ତାରିଖ ରାତ୍ରରେ ଗୋଟାଏ