ପୃଷ୍ଠା:Prabodha Chandrika (1856).pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାବୁ ଅଭୟାଚରଣ ବସୁ ବାବୁ ନୀଳମାଧବ ଦେ ବାବୁ ଠାକୁରଦାସ ଚକ୍ରବର୍ତ୍ତୀ ବାବୁ ନବୀନ‌କୃଷ୍ଣ ଘୋଷ ବାବୁ ଶାରଦାପ୍ରସାଦ ବସୁ ଏବଂ ଅନ୍ୟାନ୍ୟ ଅନେକ ଲୋକଙ୍କର ସ୍ୱାକ୍ଷରିତ ଏକ ଆବେଦନ ପତ୍ର ବ୍ୟବସ୍ଥାପକ ସଭାରେ ଅର୍ପିତ ହୋଇ ଅଛି, ଆବେଦନ‌କାରିମାନେ ଏହି ଆବେଦନପତ୍ରରେ ଲେଖିଅଛନ୍ତି "ବିଧବା ବିବାହ ବିଷୟରେ ଆଇନ ପରିବର୍ତ୍ତ ଅର୍ଥାତ୍ ବିଧବା ବିବାହ ପ୍ରଚଳନ ପକ୍ଷରେ ବିଧାନ ପ୍ରକାଶ କରିବା ଯେ ଅତ୍ୟାବଶ୍ୟକ ଇହା ଆମ୍ଭମାନଙ୍କର ବିଲକ୍ଷଣ ହୃଦୟଙ୍ଗମ ଓ ପ୍ରତୀତ ହୋଇଅଛି ଏବଂ ଉକ୍ତ ବିଷୟରେ ଯେଉଁ ବିଲ ଅର୍ଥାତ୍ ଆଇନର ମୁସାବିଦା ବ୍ୟବସ୍ଥାପକ ସଭାରେ ଦୁଇବାର ପଢ଼ା ଯାଇଥିଲା ତଦ୍ଦୃଷ୍ଟିରେ ଆମ୍ଭେମାନେ ଯଥୋଚିତ ସନ୍ତୁଷ୍ଟ ହୋଇ କୃତଜ୍ଞ ଚିତ୍ତରେ ମାନ୍ୟତମ ବ୍ୟବସ୍ଥାପକ ସଭାଧ୍ୟକ୍ଷ ମହୋଦୟମାନଙ୍କୁ ଧନ୍ୟବାଦ ପ୍ରଦାନ କ‌ଋଅଛୁଁ ମାତ୍ର ଏକ ବିଷୟରେ ଏହି ଆଇନ ପ୍ରଚାର ହେଲା ବାଦ ଭବିଷ୍ୟତରେ ବିଧବା ବିବାହ ସୂତ୍ରରେ ନାନା ପ୍ରକାର ଅନର୍ଥକ ମକଦ୍ଦମା ଘଟଣାର ଆଶଙ୍କା ଅଛି, ଉକ୍ତ ମୁସାବିଦାରେ ତାହା ନିବାରଣର କୌଣସି ଉପାୟ କଳ୍ପିତ ହୋଇ ନାହିଁ ଅତଏବ ଆମ୍ଭେମାନେ ପ୍ରାର୍ଥନା କ‌ଋଅଛୁଁ ବିଧବା ବିବାହ ବିଷୟକ ସେଇ ଭାବି ବ୍ୟାଘାତ ନିବାରଣ ହେବା କାରଣ ଉକ୍ତ ପାଣ୍ତୁଲିପିରେ ଆଉ ଏକ ଧାରା ସଂଯୋଗ ହେଉ ଯାହା ବିଧାନରେ ଗବର୍ଣ୍ଣମେଣ୍ଟର ପ୍ରତ୍ୟେକ ବିଧବା ବିବାହ ରେଜିଷ୍ଟରୀ କରିବା ଲାଗି କତିପୟ ରେଜିଷ୍ଟର ନିଯୁକ୍ତ ହୋଇ ପାରିବେ, ପ୍ରତ୍ୟେକ ବିଧବା ବିବାହ ଏପ୍ରକାର ରେଜିଷ୍ଟରୀ କରାଗଲେ ଆଗାମିରେ ଆଉ କୌଣସି ବିବାଦ ବିସମ୍ବାଦ ଉପସ୍ଥିତ ହେବ ନାହିଁ ।

କୌଣସି ବନ୍ଧୁର ଲେଖିତ ଚିଟୀ

ମହାଶୟ, ଆମ୍ଭେ ଶ୍ରୀ କ୍ଷେତ୍ର‌ଋ ଆଗମନ କାଳୀନ ବାଲେଶ୍ୱରରେ ଉପସ୍ଥିତ ହେଲୁଁ, ତ‌ହିଁର ଦର୍ଶନ ଓ ଶ୍ରବଣ କଲୁଁ ପୀଡ଼ାରେ ସେଠାରେ ଲୋକେ ନିଷ୍ପୀଡ଼ନ ହେଉ ଅଛନ୍ତି ସେଇ ସ୍ଥାନରେ କୌଣସି ଦାତବ୍ୟ ଚିକିତ୍ସାଳୟ ନ ଥିବାଋ ଯାତ୍ରୀ ଏବଂ ପଥିକ ଓ ବାସିନ୍ଦା ଲୋକେ ସର୍ବଦା ମାରା ଯାଉଅଛନ୍ତି, ପୀଡ଼ିତ ଲୋକମାନେ ଔଷଧ ପଥା ପାନ୍ତି ନାହିଁ, ବାଲେଶ୍ୱରରେ ମିସନରିମାନେ ଏକ ଔଷଧାଳୟ କରିଅଛନ୍ତି ସେଥିରେ ତାଦୃଶ ଉପକାର ହୁଏ ନାହିଁ, ଗବର୍ଣ୍ଣମେଣ୍ଟ ଅନୁଗ୍ରହପୂର୍ବକ ଚିକିତ୍ସାଳୟ ପ୍ରତିଷ୍ଠା କରିବାରେ ଅନେକ ଦୂର‌ଋ ପୀଡ଼ିତ ଲୋକେ ଆସି ଆଶ୍ରୟ ପାଉଥିଲେ ଏବଂ