ପୃଷ୍ଠା:Prabodha Chandrika (1856).pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଚାର ପତ୍ରିକା

ଜାନୁଏରି ମାସ ୧୩ ତାରିଖର ବାଏନା ପତ୍ରକେ ବ୍ୟକ୍ତ ହୁଏ କି ଋଷବାଦଶାହ ଅସ୍ତ୍ରିୟା ବାଦଶାଙ୍କ ପ୍ରସ୍ତାବିତ ସନ୍ଧି ନିୟମ ଶ୍ରବଣରେ ସମ୍ମତ ହେଲାଋ କୌଣ୍ଟକୌଲ ପ୍ରିନ୍‌ସ ଗର୍ଟେସକଫଙ୍କୁ ଜଣାଇଅଛନ୍ତି ଅସ୍ତ୍ରିୟାନ ଦୂତମାନେ ୧୮ ତାରିଖରେ ପିଟସବର୍ଗ ନ‌ଗରକୁ ଆସିବେ ।

ପ୍ରିନ୍‌ସ ଗର୍ଟେସକଫ ବାଏନା ନ‌ଗରଠାଋ ଗମନ କରିବାର ଉଦ୍‌ଯୋଗ କ‌ଋଅଛନ୍ତି ।

ଆମେରିକାନ ଗବର୍ଣ୍ଣମେଣ୍ଟ ଦେଶ‌ଯାକରେ ଘୋଷଣା ଦେଇଅଛନ୍ତି "ଆମେରିକା ଦେଶବାସି କେହି ଯେବେ ବିଦେଶୀୟ ସମରର ସଙ୍ଗୀ ବା ସେନାର୍ଦଳ ଭୁକ୍ତ ହେବ ତେବେ ସେ ବ୍ୟକ୍ତି କ‌ଠିନ ଦଣ୍ତାହି ହେବ ।"

ଦେନ୍‌ମାର୍କର ରାଜା ଘୋଷଣା ଦ୍ୱାରା ଇଉରୋପର ସକଳ ରାଜାମାନଙ୍କୁ ଜଣାଇଅଛନ୍ତି କି ସେ କୌଣସି ପକ୍ଷ ଗ୍ରହଣ କରିବେ ନାହିଁ ।

ପତ୍ରାନ୍ତରେ ବ୍ୟକ୍ତ ହୁଏ ଯେ, ଋଷ ଗବର୍ଣ୍ଣମେଣ୍ଟ ସ‌ହିତ ସନ୍ଧି ସମାଧା ହୋଇଅଛି, ଅସ୍ତ୍ରିୟ ରାଜଦୂତ ଯେଉଂପ୍ରକାର ସନ୍ଧି ପ୍ରସ୍ତାବ ଘେନି ଯାଇଥିଲେ, ଋଷ ବାଦଶାହ ତାହା ସମୁଦାୟ ଗ୍ରାହ୍ୟ କରି ଅଛନ୍ତି, ଏ ସମ୍ବାଦ ସତ୍ୟ ବୋଧ ହେଉଅଛି, କାରଣ କି, ପୋଟି ଏହି ସନ୍ଧି ଧାର୍ଯତା ବିଷୟର ଏକ ଆଫିସିଏଲ ପତ୍ର ପାଇଅଛନ୍ତି ତ‌ହିଂରେ ଏମନ୍ତ ପ୍ରକାଶ ଅଛି ତ୍ରିମିୟାରେ ଉଭୟପକ୍ଷୀୟ ସେନାଗଣଙ୍କ ଯୁଦ୍ଧ ନିବର୍ତ୍ତ ହୋଇଅଛି, ଅନେକ ଇନ୍ଦିୟାନ ଏଜେଣ୍ଟ ଏ ବିଷୟରେ କିଛି ଲେଖି ନାହାନ୍ତି ମାତ୍ର ଯେଉଂ ପତ୍ରରେ ଏ ସମ୍ବାଦ ଲେଖାଅଛି ତାହା ସେ ପଠାଇ ଦେଇଅଛନ୍ତି ।

କଟକ ପ୍ରଦେଶ ଏବଂ ତଦନ୍ତଃପାତି ସ୍ଥଳ ନିବାସି ବିଧବା ବିବାହର ପ୍ରତିବାଦ ବ‌ହୁସଂଖ୍ୟକ ଭଦ୍ରଲୋକମାନେ ବିଧବା ବିବାହ ଆଧୁନିକ ଯୁଗରେ ଶାସ୍ତ୍ର ବିଋଦ୍ଧ ଏବଂ ପାରମ୍ପରିକ ଲୋକେ ଅବ୍ୟବ‌ହୃତ କରିଥିବା ଦୃଷ୍ଟିରେ ଅନ୍ୟାଯ୍ୟ ଜ୍ଞାନ କରି ତାହା ପ୍ରଚାରିତ ନୋହିବା ଅଭିପ୍ରାୟରେ ଶ୍ରୀଲଶ୍ରୀଯୁକ୍ତ ସରକାର ବାହାଦୁରଙ୍କ ନିକଟକୁ ଏକ ଆବେଦନ ପ୍ରେରଣ କରିବା ନିମନ୍ତେ ପ୍ରସ୍ତୁତ କ‌ଋ ଅଛନ୍ତି ଅଥଚ ସେ ଆବେଦନପତ୍ରରେ ସ‌ହସ୍ର ସଂଖ୍ୟକ ସ୍ୱାକ୍ଷର କରାଇବାର କଳ୍ପ ଅଛି ।

ପ୍ର: ଚ - ୪