ଓ ଛପାଇବା ସକାଶେ ଅକ୍ଷର ସମୂହ ଆଣିଥିଲେ । ଜଣାଯାଏ ଯେ ଭାରତରୁ ପ୍ରଥମ ଛାପାବହି ଖ୍ରୀ: ୧୫୫୬ରେ ଗୋଆରୁ ଆତ୍ମପ୍ରକାଶ କଲା । ୧୫୬୧ ମସିହାରେ 'କମ୍ପେନଡିଓ ସ୍ପିରିଚୁଆଲ' (Compendio Spiritual) ଜାଓ କ୍ୟୁନ କ୍ୱେନସିଓ ଓ ଜାଓ ଡି ଏନ୍ଡେମ୍ଙ୍କ (Jao de Endem) ଦ୍ୱାରା ଲିଖିତ ହୋଇ ଗୋଆରୁ ପ୍ରକାଶିତ ହୋଇଥିଲା । ଏହା ସମ୍ପ୍ରତି ନିୟୁର୍କର ସାଧାରଣ ଗ୍ରନ୍ଥାଗାରରେ ସଂରକ୍ଷିତ ହୋଇ ରହିଅଛି । ପର୍ତ୍ତୁଗୀଜ, ଦୀନାମାର ଓ ଇଂରେଜ ଲୋକମାନଙ୍କଦ୍ୱାରା ଭାରତରେ କ୍ରମେ କ୍ରମେ ଛାପା କାମ ଓ ଛାପା ବହି ପ୍ରସାରିତ ହେବାକୁ ଲାଗିଲା । ତନ୍ମଧ୍ୟରେ କେତେକ ପ୍ରଧାନ ପ୍ରଧାନ କୃତି ପ୍ରକାଶ ପାଇଲା । ଦୀନାମାର ଜାତିର ବ୍ୟକ୍ତି ହାଲେ ଉର୍ଦ୍ଦୁ ଓ ତେଲୁଗୁ ଭାଷା ଶିକ୍ଷା କରି ତେଲୁଗୁ ଲିପିରେ 'କାଟେ କିଜମ୍ (୧୭୪୬) ରୁଲ ଅଫ ଲାଇଫ୍ (୧୭୪୭) ଗ୍ରନ୍ଥ ଓ ଉର୍ଦ୍ଦୂ ଅକ୍ଷରରେ 'ଗ୍ରାମାଟିକା ହିନ୍ଦୋସ୍ତାନିକା' (୧୭୪୫) ଓ ସଲଟାର (Psalter) (୧୭୪୭) ଗ୍ରନ୍ଥ ପ୍ରକାଶ କଲେ । ଭାରତର ବିଭିନ୍ନ ଭାଷା ଓ ଇଂରାଜୀରେ ସେ ସମୟରେ ପ୍ରକାଶିତ କେତେକ ପ୍ରଧାନ ଗ୍ରନ୍ଥ ହେଉଛି ଖ୍ରୀ: ୧୭୭୮ରେ ହଲ୍ହେଡ୍ ପ୍ରଣୀତ ବଙ୍ଗଳ ଭାଷାର ବ୍ୟାକରଣ (Grmmar of the Bengl Language), କମ୍ପେନ୍ଡିଅସ୍ ଭୋକାବୁଲାରୀ (ଇଂରାଜୀ ଓ ପାରସୀ ଭାଷାରେ ମୁଦ୍ରିତ) ଚାର୍ଲସ ଉଇଲକିନ୍ସ (୧୭୮୦) ମରହଟ୍ଟୀ ଭାଷାରେ 'ଏସଫ' (୧୮୦୬), 'ହାଫ୍ଟ କ୍ୱିଲଜୁମ' (Haft Quizum) ୧ମ-୬ଷ୍ଠ ଭାଗ ଅଭିଧାନ ଖ୍ରୀ: ୧୮୧୪-୧୮୨୨ ମଧରେ ଅଯୋଧ୍ୟାର ନବାନଙ୍କ ପ୍ରେରଣାରେ ଅଯୋଧ୍ୟାରୁ ପ୍ରକାଶିତ ହୋଇଥିଲା ।
ଓଡ଼ିଶାର ପ୍ରଥମ ଛାପାଖାନା ଓ ପ୍ରଥମ ଛାପାଗ୍ରନ୍ଥ ସମ୍ବନ୍ଧରେ ବିଶେଷ ଗବେଷଣା ହୋଇନାହିଁ । ତେବେ ଯାହା ଜଣାଯାଏ ଖ୍ରୀ: ୧୮୧୧ରୁ ପ୍ରଥମ ଓଡ଼ିଆ ଛାପାକାମ ଶ୍ରୀରାମପୁରର ମିଶନ ପ୍ରେସ୍ରେ ଆରମ୍ଭ ହୋଇ ଧୀରେ ଧୀରେ ତାହା ପ୍ରସାର ଲାଭ କରିଅଛି । ଦୁଃଖର କଥା ଯେ ପ୍ରାରମ୍ଭିକ ଅବସ୍ଥାରେ ଓଡ଼ିଶାରେ ଛାପା ଯାଇଥିବା ପୁସ୍ତକ ସମୂହର ଯଥାର୍ଥ ସଂଗ୍ରହ ହୋଇନାହିଁ ।
ଓଡ଼ିଶାରେ ମିଶନାରୀମାନଙ୍କ କାର୍ଯ୍ୟକଳାପ
ଓଡ଼ିଶାରେ ମିଶନାରୀମାନଙ୍କର ପ୍ରଥମ ଉଦ୍ୟମ ଥିଲା, ଶ୍ରୀ ଜଗନ୍ନାଥଙ୍କୁ ନିନ୍ଦିତ କରି ଲୋକମାନଙ୍କର ଦୃଷ୍ଟି ତାଙ୍କଠାରୁ ଫେରାଇ ଆଣି ଖ୍ରୀଷ୍ଟଧର୍ମରେ