ପୃଷ୍ଠା:Prabodha Chandrika (1856).pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମୀନ ମାସର ଉତ୍କଳ ପଞ୍ଜିକା

ଏବଞ୍ଚ ଉକ୍ତ ପ୍ରଦେଶ ଓ ତ‌ତ୍ସମୀପସ୍ଥ ବ୍ରାହ୍ମଣ ପଣ୍ତିତ ମହାଶୟମାନେ ମନୁ, ଯାଜ୍ଞବଲ୍‌କ୍ୟ, ବୃହନ୍ନାରଦୀୟ, ହେମାଦ୍ରି ପ୍ରଭୃତି ଚିରନ୍ତନ ନାନାବିଧ ଧର୍ମଶାସ୍ତ୍ର ସମ୍ମତିରେ ସଂସ୍କୃତ ଭାଷା ଲେଖିତ ଉର୍ଦ୍ଧ୍ୱୋକ୍ତ ଆବେଦନପତ୍ର ପୋଷକ ଏକ ବ୍ୟବସ୍ଥାପତ୍ର ପ୍ରସ୍ତୁତ କରି ପ୍ରଶଂସିତ ସରକାର ବାହାଦୁରଙ୍କ ଛାମୁକୁ ପ୍ରେରଣ କରିବାର ମନସ୍ଥ କରିଅଛନ୍ତି ।

କିନ୍ତୁ ଉପରୋକ୍ତ ବ୍ୟବସ୍ଥାପତ୍ର ଧର୍ମଶାସ୍ତ୍ରାଭିଜ୍ଞ ବ୍ରାହ୍ମଣ ପଣ୍ତିତମାନଙ୍କ ସ୍ୱାକ୍ଷରପୂର୍ବକ ପ୍ରସ୍ତୁତ ହୋଇ ଶ୍ରୀଯୁକ୍ତ ସରକାର ବାହାଦୁରଙ୍କ ଛାମୁକୁ ପ୍ରେରଣ ହେଲା ଉତ୍ତାଋ ଏ ପ୍ରବୋଧ ଚନ୍ଦ୍ରିକା ପାଠକ ମହାଶୟମାନଙ୍କ ବିଜ୍ଞାପନାର୍ଥେ ଇହା ଦ୍ୱାରା ମୁଦ୍ରିତ ହୋଇ ପ୍ରକାଶ ହେବ ।

୧୨୬୩ ସାଲ ମୀନ ମାସର ଉତ୍କଳ ପଞ୍ଜିକା

୧ ମୀନ | ମଙ୍ଗଳବାର ପଞ୍ଚମୀ ୨୫|୮ ଦ୍ୱିଜା ୧୩|୧୨ ମେଷ ୨୭|୪୧ ବୈଧୃତି ୨୯|୨୨ ବାଳବ ୨୫|୨୮ ରବ୍ୟଂଶ ୨୯୫|୨୩ ଦିନାର୍ଦ୍ଧ ୧୪|୪୪ ମାର୍ଚ ୧୧ ତାରିଖ ।

୨ ମୀନ | ବୁଧବାର ଷଷ୍ଠୀ ୨୧|୪୭ କୃତ୍ତିକା ୧୧|୭ ବୃଷ ୬୦ ବିଷ୍ଣୁମ୍ଭୁ ୨୩|୩୨ ତୈତିଳ ୨୧|୪୭ ରବ୍ୟଂଶ ୧୫|୩୬ ଦିନାର୍ଦ୍ଧ ୧୪|୪୫ ବୃହସ୍ପତି ଚକ୍ରାର୍ଦ୍ଧ ଦ ୩୯|୨ ମାର୍ଚ ୧୨ ତାରିଖ ।

୩ ମୀନ | ଗୁଋବାର ସପ୍ତମୀ ୧୮|୧୪ ରୋହିଣୀ ୯|୪୫ ବୃଷ ୩୯|୪୦ ପ୍ରୀତି ୧୮|୨୧ ବାଣିଜ୍ୟ ୧୮|୧୪ ରବ୍ୟଂଶ ୧୫|୬ ଦିନାର୍ଦ୍ଧ ୧୪|୪୭ ମାର୍ଚ ୧୩ ତାରିଖ |

୪ ମୀନ | ଶୁକ୍ରବାର ଅଷ୍ଟମୀ ୧୭|୨୦ ମୃଗଶିରା ୯|୩୯ ମିଥୁନ ୬୦ ଆୟୁଷ୍ମାନ୍ ୧୩|୫୯ ବବ ୧୭|୨୦ ରବ୍ୟଂଶ ୨୪|୫୦ ଦିନାର୍ଦ୍ଧ ୧୪|୪୮ ମାର୍ଚ ୧୪ ତାରିଖ ।

୫ ମୀନ | ଶନିବାର ନବମୀ ୧୬|୪୮ ଆର୍ଦ୍ରା ୧୦|୪୦ ମିଥୁନ ୫୭|୨୨ ସୌଭାଗ୍ୟ ୧୦|୫୭ କୈଳବ ୧୬|୪୮ ରବ୍ୟଂଶ ୩୪|୪୫ ଦିନାର୍ଦ୍ଧ ୧୪|୫୦ ମାର୍ତ ୧୫ ତାରିଖ |